ଘୃଣ୍ୟ ମନ୍ତବ୍ୟ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ

43 0

ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଘୃଣ୍ୟ ମନ୍ତବ୍ୟ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ)ଘୃଣ୍ୟ ମନ୍ତବ୍ୟ ବା ହେଟ ସ୍ପିଚ୍ ମାମଲାରେ ଦେଶ ର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଏହି ମାମଲାର ପରବର୍ତ୍ତୀ ସୁଣାଣୀ ଆସନ୍ତା ନଭେମ୍ବର ମାସ ୨୩ ତାରିଖ ଦିନ କରାଯିବ ବୋଲି ଜଣାପଡିଛି l

ସୁଚନା ମତେ କିଛିଦିନ ଆଗରୁ ଭାରତୀୟ ନିର୍ବାଚନ କମିସନ ଙ୍କ ପକ୍ଷରୁ ହେଟ ସ୍ପିଚ୍ କୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ରେ ଏକ ଏଫିଡେଭିଟ ଦାଖଲ କରାଯାଇ ହେଟ ସ୍ପିଚ୍ କୁ ରୋକିବା ସକାଶେ ସ୍ଵଷ୍ଟ ଭାବେ କୌଣସି ଆଇନ୍ ନ ଥିବା ତଥା ଜେଉଁ ଆଇନ୍ ଅଛି ତାହା ଠିକ୍ ନଥିବା ଦର୍ସାଇ ଥିଲେ l ଯଦି କୌଣସି ରାଜନୈତିକ ଦଳର କୌଣସି ସଦସ୍ୟ ଅଭଦ୍ର ଭାଷା ପ୍ରୟୋଗରେ ଲିପ୍ତ ରୁହନ୍ତି ତେବେ ଉକ୍ତ ଦଳ ର ରାଜନୈତିକ ସଦସ୍ୟତା ପ୍ରତ୍ୟାହାର କରିବା ଅଥବା ଉକ୍ତ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷିତ କରାଜିବା ନେଇ ଆଇନଗତ ଅଧିକାର ନାହିଁ ବୋଲି ଭାରତୀୟ ନିର୍ବାଚନ କମିସନ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିକଟରେ ନିଜର ଅସମର୍ଥତା ଜାହିର କରିଥିଲେ l

ସୁପ୍ରିମକୋର୍ଟ ର ମାନ୍ୟବର ଜଷ୍ଟିସ୍ କେ ଏମ୍ ଜୋସେଫ୍ ଓ ଜଷ୍ଟିସ୍ ରୁଷିକେଶ ରାୟଙ୍କ ବେଞ୍ଚ୍ ଏହି ମାମଲାର ଶୁଣାଣୀ କରୁଥିଲେ l ଟିଭି ଚ୍ୟାନେଲ୍ ର କୌଣସି ଟକ୍ ସୋ ଓ ରିପୋର୍ଟ ଟେଲି କାଷ୍ଟ ସମୟରେ ଖରାପ୍ ଭାଷାର ପ୍ରୟୋଗକୁ ରୋକିବା ଆଙ୍କର୍ ଙ୍କର ଦାୟିତ୍ଵ l ସରକାର ଏ ବାବଦରେ କାହିଁକି ନିରବ ରହିଛନ୍ତି , ଏହା କଣ ଏକ ସାଧାରଣ ପ୍ରସଙ୍ଗ ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ l ଏହାସହ ହେଟ ସ୍ପିଚ୍ କୁ ରୋକିବା ସକାଶେ ଲ’ କମିସନ ଙ୍କ ସୁପାରିସ ଲାଗୁ କରିବାକୁ ଇଚ୍ଛୁକ କି ନାହିଁ ସେନେଇ ମଧ୍ୟ କେନ୍ଦ୍ର ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ l ସମସ୍ତଙ୍କ ଅଭିବ୍ୟକ୍ତି କରିବାର ସ୍ଵାଧିନତା ଅଛି ,ତେବେ ଟିଭି ଚ୍ୟାନେଲ୍ ରେ ଅଭଦ୍ର ଭାଷା ର ପ୍ରୟୋଗ କରିବାର ସ୍ଵାଧିନତା କାହାରି ନାହିଁ ଏବଂ ଟିଭି ଚ୍ୟାନେଲ୍ ଏହିଭଲି ବ୍ୟକ୍ତିଙ୍କୁ ଏକ ପ୍ଲାଟଫର୍ମ୍ ପ୍ରଦାନ କରିଥାନ୍ତି ବୋଲି ଟିପ୍ପଣୀ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ l

Related Post

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ମହିଳା ପରିବାରଙ୍କ ଧାରଣା

Posted by - December 19, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଧୀନରେ ଥିବା ହାଡ଼ିଗୁଡା ପଂଚାୟତ ର ସାକରାଖଲ ଗ୍ରାମର ଏକ ଦଳିତ ପରିବାର ଗତ…

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

Posted by - July 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପଯ୍ୟନ୍ତ ହରଭଙ୍ଗା…

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

Posted by - March 19, 2020 0
ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା…

ସର୍ବ ଭାରତୀୟ ଜେ.ଇ.ଇ. ପରୀକ୍ଷାର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସହଯୋଗ

Posted by - August 29, 2020 0
ଯାଜପୁର ଅଫିସ: ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ. ପରୀକ୍ଷାର୍ଥୀ ମାନଙ୍କ ପାଇଁ ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ…

ନବୀନ ନିବାସକୁ ଆସିଲା ବେନାମୀ ଚିଠି,ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

Posted by - January 7, 2021 0
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଥିବାକୁ ନେଇ ଏଥିରେ ଦିଆଯାଉଛି ସୂଚନା । କେବଳ ସେତିକି ନୁହେଁ ଯେଉଁମାନେ ହତ୍ୟା ଷଡ଼ଯନ୍ତ୍ର କରିଛନ୍ତି…