ଲୋକକଳା ବିକାଶ କେନ୍ଦ୍ର ତରଫରୁ ମନୋ ସାମlଜିକ କର୍ମଶାଳା

38 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ଲୋକ କଳା ବିକାଶ କେନ୍ଦ୍ର ,ଓଏସିଆର, ପିକ୍ ଓଏସପିସିଆର,ଓଏସିପିଶି, ୟୁନିସେଫ୍ ର ମିଳିତ ଉଦ୍ୟମରେ ଆଜି ବୌଦ୍ଧ ର ହୋଟେଲ ଦି କଳିଙ୍ଗ ଠାରେ ଏକ ଶିଶୁ ସେବା ପ୍ରଦାନ କାରୀମାନଙ୍କୁ ନେଇ ଏକ ମନୋସାମାଜିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ର ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଶ୍ରୀଯୁକ୍ତ ସାକ୍ଷୀ ଗୋପାଳ ପ୍ରଧାନ,ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ, ବାଲ୍ୟ ବିବାହ ନିରୋଧ ଜିଲ୍ଲା ସଂଯୋଜିକା ଶ୍ରୀମତୀ ପ୍ରଵିଜ୍ଞା ଦାସ,ଯେ ଯେ ବି ରୁ ଶ୍ରୀଯୁକ୍ତ ରାଜୀବ ନାୟକ ଯୋଗଦେଇଥିଲେ। ସହଜକର୍ତା ଭାବରେ ଓଏସିଆର ର ଶ୍ରୀମତୀ ଶୀତଲ ପଟ୍ଟନାୟକ, ଚିତ୍ତରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

ପ୍ରତିଭାଗି ଭାବରେ ଚାଇଲ୍ଡ ଲାଇନ୍,ସଖି ,ଶିଶୁ ଯତ୍ନ ଅନୁଷ୍ଠାନ, ଡାକ୍ତରଖାନା ର ବିଭାଗୀୟ ସଦସ୍ୟ,ଅଙ୍ଗନବାଡ଼ି କର୍ମୀ,ଜନପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଉପସ୍ଥିତ ଅତିଥି ବୃନ୍ଦ ନିଜ ନିଜର ସମ୍ୟକ୍ ଭାବରେ କହିବା ପରେ ଶ୍ରୀମତୀ ଶୀତଲ ପଟ୍ଟନାୟକ କାଳାଂଶ ନେଇଥିଲେ । ଖେଳ ମାଧ୍ୟମରେ ପ୍ରଥମେ ଜଣେ ଶିଶୁର ପ୍ରବୃତ୍ତି ବିଷୟରେ ବୁଝାଇଥିଲେ। ପରେ ମଣିଷର ଉଦାସୀନତା କିପରି ଆସେ,ଉଦାସୀନତା ର କାରଣ କଣ,ତାର ପରବର୍ତ୍ତୀ ଅବସ୍ଥା ବିଷୟରେ ପିପିଟି ମାଧ୍ୟମରେ ବୁଝାଇଥିଲେ। ମାନସିକ ସ୍ଥିତି କଣ,କେମିତି ସେ ଜଣେ ବ୍ୟକ୍ତି ଙ୍କୁ ଅତି ଶୀଘ୍ର ନକରାତ୍ମକ ଦିଗରେ ଗତି କରିଥାଏ ସେ ସମ୍ପର୍କରେ ବୁଝାଇଥିଲେ।

ତତ୍ ସହିତ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ଙ୍କୁ କିଭଳି ବୁଝେଇବା,ନିଜ ର ମତାମତ ତାଙ୍କ ଉପରେ ନଦେଇ ସେ କହୁଥିବା କଥା କୁ ଶୁଣି ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବା ସେ ବିଷୟରେ ମଧ୍ୟ କହିଥିଲେ। ବ୍ୟକ୍ତି ଯେତେବେଳେ ବି ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥାଏ ସେ କିଛି ଶୁଣିବା କୁ ଚାହେଁନି,ସେ ଚାହେଁ ତା କୁ ନକରାତ୍ମକ ଢଙ୍ଗରେ ବ୍ୟବହାର ନ କରି ତା କଥା କେହି ଶୁଣନ୍ତୁ ବୋଲି ସେ କହିଥିଲେ। କୌଣସି ବି ବ୍ୟକ୍ତି କୁ ସିଧାସଳଖ ଆମ ଦୋଷାରୋପ ମଧ୍ୟ କରିବା ନାହିଁ ବୋଲି ମତାମତ ଦେଇଥିଲେ ।କାର୍ଯ୍ୟକ୍ରମରେ ଲୋକ କଳା ବିକାଶ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ। ସଂପୂର୍ଣ୍ଣ ଦିନର ଆଲୋଚନା ସରିଲା ପରେ ଏଲ କେ ବି କେ ର କର୍ମୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Post

ଡ.ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ସୁବର୍ଣପୁର ଜିଲ୍ଳା କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - June 8, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣପୁର ଜିଲ୍ଲା କଳାକାର ସଂଘ ପକ୍ଷରୁ ସ୍ଥାନୀୟ ଶୁରେସ୍ୱରୀ ମନ୍ଦିର ପରିସରରେ ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ ରେ ଏକ ଶୋକସଭା ଅନୁଷ୍ଠିତ…

ବିଶ୍ଵ ମ୍ୟାଲେରିଆ ଦିବସରେ ଜନସଚେତନ କାର୍ଯ୍ୟକ୍ରମ

Posted by - April 26, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ସାନମସିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅଗ୍ନିପୁର ପଂଚାୟତ ରେ ଥିବା ଦଶପୁର HWC ଅଞ୍ଚଳରେ ଏକ ଜନସଚେତନ…

ବିଦ୍ୟୁତ ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ, ହରଭଙ୍ଗା ଥାନାରେ ମାମଲା

Posted by - August 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ସେକସନ ବିଦ୍ୟୁତ୍ କର୍ମଚାରୀଙ୍କୁ ବିନା କାରଣରେ ଜନୈକ ବ୍ୟକ୍ତି ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ…

ପୈାଷ୍ୟ ସନ୍ତାନ ଗ୍ରହଣ ନିତନ୍ତ୍ରଣ ନିୟମ ୨୦୧୭ ସଂପର୍କିତ ଏକ ଆଲୋଚନା ଚକ୍ର

Posted by - September 24, 2019 42
ଯାଜପୁର ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପୈାଷ୍ୟ ସନ୍ତାନ ଗ୍ରହଣ ନିୟନ୍ତ୍ରଣ ନିୟମ ୨୦୧୭ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

Posted by - November 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୨୦୧୫ ମସିହାର ଏକ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଭବାନିପାଟଣା ପୋସ୍କୋ…