୮୦ ବର୍ଷର ଐତିହାସିକ ମାକ୍ରୀପଡ଼ା ଶୈବପିଠର ଭୂମିପୂଜନ ଉତ୍ସବ

22 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୮୦ ବର୍ଷର ଐତିହାସିକ ମାକ୍ରୀପଡ଼ା ଶୈବପିଠ (ଭବାନୀପାଟଣା ବ୍ଲକ)ର ଭୂମିପୂଜନ ଉତ୍ସବ ଚହଗାଁ ଗ୍ରା.ପ ର ସରପଞ୍ଚ ଶ୍ରୀମତୀ ତପସ୍ୱିନୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ମଞ୍ଚପରିଚାଳନା କରିଥିଲେ ଦେଶରାଜ ଜୁଆଡ଼ ଏବଂ ଆମର ମାଟି ଆମର ଦାବୀ ସମାଜସେବୀ ସଂଗଠନର ସଭାପତି ନୀଳାମ୍ବର ସାହୁ l

ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ଭୂମିପୂଜନର ଶୁଭଉଦ୍ଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ କେବଳ ସାହିତ୍ୟ ବା ସମାଜ ସେବା ନୁହଁ, ତୃଣ ମୂଳ ସ୍ତରରେ ସମସ୍ୟା ସହ ହରଦମ ଯୁଝୁଥିବା ସାଧାରଣ ମଣିଷଙ୍କ କଥା ଓ ବ୍ୟଥାଙ୍କୁ ଉଭୟ ପ୍ରଶାସନିକ ଏବଂ ସମ୍ବେଦନାର ସ୍ତରରେ ସବୁବେଳେ ସ୍ବର ଉତ୍ତଳୋନ କରୁଥିବା ସେହି ଜନଗଣଙ୍କର ସଂଗ୍ରାମୀ ନେତା ଡ଼.ଭବାନୀ ଶଙ୍କର ନିଆଲ ଉପସ୍ଥିତ ସମବେତ ଅଞ୍ଚଳ ବାସିଙ୍କୁ ଶ୍ରୀ ଶ୍ରୀ ପାତାଳେଶ୍ଵର ମହାଦେବଙ୍କ ମନ୍ଦିରର ଆନୁସଙ୍ଗୀକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ସମାଜ ସେବି ଜଗତ ରାମ ସାହୁ, ଜଳନ୍ଧର ଯାନୀ, କ୍ଷୀରସିନ୍ଧୁ ସାହୁ, ବିକ୍ରମ ସାହୁ, ଯୁଧିଷ୍ଠି ସାହୁ, ରାମଚନ୍ଦ୍ର ଢଙ୍ଗଡ଼ା ମାଝୀ, ଟୁପିଚନ ସାହୁ,ଅଭିରାମ ସାହୁ,ସବିତା ମାଝୀ, ଧନେଶ୍ୱର ମାଝୀ, ସୁଶାନ୍ତ ମାଝୀ,ପାର୍ଥବ ବାଗ,ପ୍ରତାପ ବାଗ,ବ୍ୟାସଦେବ ସାହୁ,ଜୟଶଙ୍କର ବଗର୍ତି,କୈଳାଶ ସାହୁ,ଦେବରାଜ ଯାନୀ,ଅଞ୍ଜନ ସାହୁ, ସଚିନ ସାହୁ, ବୋଲବମ କମିଟି ମାକ୍ରିପଡା, ଶୈବପୀଠ କମିଟି ଏବଂ ନାଏବ ସରପଞ୍ଚ ମୋହିତା ବାଗ, ପଞ୍ଚାୟତ ପିଓ ପ୍ରଦୀପ୍ତ ମିଶ୍ର, ଜି.ଆର.ଏସ ତପିମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Related Post

ବୌଦ୍ଧ ଜିଲ୍ଲା ରେ ଜାତୀୟ କୃମିନାସକ ଦିବସ ପାଳିତ

Posted by - August 12, 2021 0
ବୌଦ୍ଧ: :ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମିଦିବସ ପାଳିତ ହୋଇଛି!ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା :ଅଭୟ କୁମାର ଦାସ…

ବଡ଼ବିଲ: ୨୮ ପ୍ରବାସୀଙ୍କ ପଡୋଶୀ ରାଜ୍ୟ ଝାରଖଣ୍ଡ ପ୍ରଶାସନ ସହାୟତାରେ ଘର ବାହୁଡା।

Posted by - May 7, 2020 0
ବଡବିଲ:(ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ ଆମ…

ହରଭଙ୍ଗା ଅଞ୍ଚଳରେ ଲଷ୍ମୀପୂଜା ଅନୁଷ୍ଠିତ

Posted by - December 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅଂଚଳରେ ‘ମା ଲଷ୍ମୀ’ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ମାର୍ଗଶିର ମାସର ଶେଷ ଗୁରୁବାର ଦିନ ଏହି ପୂଜା ପ୍ରତେକ ଘରେ ଘରେ ପୂଜା…

ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀର ଅନୁପାଳନ କର : ଜିଲ୍ଲାପାଳ

Posted by - April 23, 2020 0
ଯାଜପୁର: ଶିଳ୍ପସଂସ୍ଥା ମାନଙ୍କରେ ସାମାଜିକ ଦୂରତା ସହ ସରକାରୀ ନିୟମାବଳୀକୁ ଅନୁପାଳନ କରି ଉତ୍ପାଦନ ଚାଲୁ କରିବାକୁ ସରକାର ନିର୍ଦ୍ଧେଶାନାମା ଜାରି କରିଛନ୍ତି । ତେଣୁ ସମସ୍ତ…

ଅଗ୍ନିଶମ ବିଭାଗ ଦ୍ୱାରା ମକଡ଼୍ରିଲ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହରର କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…