ଦିନ ଦ୍ବିପହରେ ଖଜୁରପଡାରେ ଘରେ ପସି ମହିଳାଙ୍କ ଗଳାରେ ଛୁରୀ ଲଗାଇ ଡକାୟତି

51 0

କେସିଙ୍ଗା : (ପୀତେଶ ପଟେଲ)  କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବୋରିଆ ପଞ୍ଚାୟତ ଖଜୁରପଡା ଗାଁ ରେ ଆଜି ରବିବାର ଦିନ ଦ୍ବିପହରେ ଅଶ୍ୱିନୀ ପ୍ରଧାନ ଙ୍କ ଘରେ ଡକାୟତି ହୋଇଥିବା ନେଇଁ କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅଶ୍ବିନୀ ପ୍ରଧାନ ମାଲକାନଗିରି ପୋଲିସରେ କାମ କରନ୍ତି । ଅଶ୍ଵିନିଙ୍କ ବାପା ଓ ମା ଦଶାହ କର୍ମ ପାଇଁ ନର୍ଲାବ୍ଲକର ମାଣ୍ଡେଲ ଗାଁ କୁ ଯାଇଥିବା ବେଲେ ସ୍ତ୍ରୀ ଲୋପାମୁଦ୍ରା ପ୍ରଧାନ ଘରେ ଏକାକି ରହିଥିଲେ । ଗତ କାଳୀ ମାଧ୍ୟାର୍ଣ୍ଣ ରେ ଝିପି ଝିପି ବର୍ଷା ହେଉଥିବା ବେଳେ ଜଣେ ମହିଳା ବାଡ ଡେଇଁ ଘର ଭିତରେ ପଶି ଲୋପା ପ୍ରଧାନ ଙ୍କ ଗଳାରେ ଛୁରି ଲଗାଇ ଲୋପା ପିନ୍ଧିଥିବା ମଙ୍ଗଳ ସୁତ୍ର ଓ ଆଲମାରିରେ ଥିବା ରୁପା ପାଉଁଜି ଓ ନଗଦ ଦଶ ହଜାର ଧରି ଚମ୍ପଟ ମାରିଥିବା ନେଇଁ ଥାନାରେ ଅଭିଯୋଗ ହୋଇଛି ।

ଏନେଇ ଖବର ପାଇଁ ଉତ୍କଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ସମେତ କେସିଙ୍ଗା ଥାନାଧିକାରୀ ସତ୍ୟକୁମାର ନନ୍ଦ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିବା ଜଣାପଡିଛି । ଅଶ୍ବିନି ଗତବର୍ଷ ବାହା ହୋଇଛନ୍ତି ଓ ଘରେ ତାଙ୍କ ସ୍ତ୍ରୀ ଏକାଥିବାର ସୁଚନା ପାଇ ଡକାୟତି ହୋଇଥିବା ଗାଁ ରେ ଆଲୋଚନା ର ବିଷୟ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ କେସିଙ୍ଗା ଥାନାକୁ ଜାଇ ମାମଲା ଦାୟର କରିଥିବା ସୂଚନା ମିଳିଛି । ଦିନବେଲେ ଡକାୟତି କରିବା ପୋଲିସକୁ ଏକ ପ୍ରକାରର ଚାଲେଞ୍ଜ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏନେଇ କେସିଙ୍ଗା ଥାନାରେ ଏକ ମାମଲା ରୁଜୁହୋଇଥିବା ବେଳେ କେଶ ନମ୍ବର ୩୬୩, ଅଣ୍ଡର ସେକ୍ସସନ ଧାରା ୩୯୪ ଅନୁଯାଇ ମାମଲା ରୁଜୁହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପୋଲିସ ଡକାୟତକୁ ଧରିପାରୁଛି କି ନାହିଁ ତାହା ଦେଖୁବାକୁ ବାକି ରହିଲା ।

 

Related Post

ଗଛରୁ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି

Posted by - October 24, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତlଳସରଡ଼ା ଗ୍ରାମରେ ଏକ ଅଭlନୀୟ ଘଟଣା ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ତlଳସରଡ଼ା ଗ୍ରାମ ର ଡୁମୁରି ମୁଣ୍ଡା ବନ୍ଧ ହୁଡାରେ…

ଆଶ୍ୱାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାଭାବେ ସମ୍ବଦ୍ଧିତ

Posted by - June 16, 2020 0
ବରୀ ୧୬/୬ -(ସ୍ନେହଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀ ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ୱସନ ପକ୍ଷରୁ ମଙ୍ଗଳବାର ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବରୀ ଅଂଚଳର…

ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡିପାସ୍ ଗ୍ରାମରେ ଝାଡାବାନ୍ତି ଆତଙ୍କ : ଜଣେ ମୃତ ଦୁଇ ଗୁରୁତର

Posted by - July 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡି ପାସ ଗ୍ରାମରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ l ଏହି…