ଭାଲୁ ଡୁଙ୍ଗୁରି ଗାଁରେ ଦୁଗ୍ଧ ଚାଷୀଙ୍କ ସହ ଦିନଟିଏ କାର୍ଯ୍ୟକ୍ରମ, ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା

43 0

ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ଭାଲୁଡ଼ୁଙ୍ଗୁରି ଗାଁ ରେ ପ୍ରାଣୀ ସମ୍ପଦ ବିଭାଗ ଓ ଓମଫେଡ ର ମିଳିତ ଆନୁକୁଲ୍ୟରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଓମଫେଡ ଜିଏମ୍ ସରୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା , ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ସନ୍ତୋଷ କୁମାର ପଣ୍ଡା , ପାଟଣାଗଡ ଉପ ଜିଲ୍ଲାପାଳ ମନୋଜ ମହାଜନ, ଏସ ଡି ଭି ଓ ଗଣେଶ ଜେନା , ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ,ବି ଭି ଓ ସପ୍ନେଶ୍ୱର୍ ନାଏକ , ଏ ବି ଭି ଓ ଡ଼ା . ସୁଜିତ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ଚାଷୀ ମାନେ କିଭଳି ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିପାରିବେ ଏନେଇ ଚାଷୀ ଙ୍କୁ ଜିଲ୍ଲାପାଳ କହିଥିଲେ । ତିନିଜଣ ଦୁଗ୍ଧ ଚାଷୀ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିବା ବେଳେ ସର୍ଗିପାଳି ଗାଁ ର ମହିଳା କୁକୁଡ଼ା ଚାଷୀ ଭାନୁମତୀ ଛତ୍ରିଆ ନିଜର ସଂଘର୍ଷ ମୟ କାହାଣୀ କହି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା. ରାଜେଶ କୁମାର ବେଦ ବାଗ , ଡ଼ା. କାରୁ ମାରାଣ୍ଡି , ଭିଷ୍ମଦେବ ସାହୁ , ଘାସ ଚାଷ ବିଶେଷଜ୍ଞ ସୁଜିତ କୁମାର ବାରିକ ସମେତ ଓମଫେଡ ଏବଂ ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ସମେତ ଅଞ୍ଚଳ ର ଦୁଗ୍ଧ ଚାଷୀ ଉପସ୍ଥିତ ଥିଲେ।

Related Post

ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଯୁବସମାଜସେବୀ

Posted by - June 4, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା…

ବୌଦ୍ଧ ଜିଲ୍ଲା ପାଳଙ୍କୁ ଗାଁ ସାଥୀ ଙ୍କ ୪ ଦଫା ଦାବି

Posted by - September 4, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ତରଫରୁ ବୌଦ୍ଧ ସହର ଠାରେ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗାଁସାଥୀ…

ବାରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର

Posted by - June 8, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ…

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

Posted by - December 15, 2021 0
ଭୁବନେଶ୍ୱର ତା ୧୪.୧୨: ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ ମହା ସମାରୋହରେ…