ଅଜଣା ଗାଡି ଧକ୍କାରେ ମୃତ ପରିବାରକୁ ଆର୍ଥିକ ସହାୟତା

49 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଛକଠାରେ ଗତ ୧୪.୧୦.୨୧ ଦିବା ୧୨ ଘଣ୍ଟା ସମୟରେ ଅଜଣା ବାଇକ୍ ଧକ୍କାରେ ମୃତ ସଦାନନ୍ଦ ଭୋକ୍ତାଙ୍କ ସ୍ତ୍ରୀ ଲୋଭା ଭୋକ୍ତା ଓ ମୃତ ଝାଣ୍ଟୁ ବେହେରାଙ୍କ ସ୍ତ୍ରୀ ଝିଲି ବେହେରାଙ୍କୁ ଦୁଇଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହିତ ଗତ ୭.୧୧.୨୦୨୧ ଦିବା ୧୦.୩୦ ରେ ଶଶିମୁଣ୍ଡା ନିକଟସ୍ଥ ରୁଣ୍ଡିମହୁଲ ଛକଠାରେ ଅଜଣା ବାଇକ୍ ଧକ୍କାରେ ମୃତ ସତ୍ୟବାନ କହଁରଙ୍କ ପିତା ବିରଞ୍ଚି କହଁରଙ୍କୁ ୨ଲକ୍ଷ ଟଙ୍କାର ସହାୟତା ସୋଲାସିୟମ ପାଣ୍ଠିରୁ ରାଜ୍ୟ ସରକାର ମଂଜୁର କରିଛନ୍ତି । ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଉଦ୍ୟମରେ ଅଜଣା ଗାଡି ଧକ୍କାରେ ମୃତ ତିନୋଟି ପରିବାରକୁ ୨ ଲକ୍ଷ ଲେଖାଏଁ ସର୍ବମୋଟ ୬ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

Related Post

ଛତ୍ରଙ୍ଗ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

Posted by - July 24, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ…

ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ

Posted by - September 20, 2021 0
ବୌଦ୍ଧ(ଚିତ୍ତଞ୍ଜନ ସିଂ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର…

ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ନିର୍ବାଚନ ପରିଚାଳନା ନେଇ ତାଲିମ ଶିବିର

Posted by - March 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୨୪ ତାରିଖ ରେ ହେବାକୁ ଯାଉଛି ପୌର ନିର୍ବାଚନ। ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ।ଏକ…

୨ ଲକ୍ଷ ୮୦ ହଜାର ମୂଲ୍ୟର ୯୬ ହଜାର କେଣ୍ଡା ଧାନ ନଡ଼ା ପୋଡ଼ିଦେଲେ ଦୁର୍ବୃତ୍ତ

Posted by - March 3, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ର ସଞ୍ଜୀବ ବେହେରା ଙ୍କ କେନ୍ଦୁଲିଫ ରେ ଫଡ଼ି ଘର ଛାତ ନିର୍ମାଣ…