Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନିଶାସେବନକାରି ବ୍ୟକ୍ତିଙ୍କ ପାଇଁ ଆଜି ସମାଜ ଓ ବହୁତ୍ ପରିବାର ଅଶାନ୍ତି/ଦୁଃଖରେ – ଦାୟି କିଏ ?

89 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସମାଜରେ ବଞ୍ଚିବାକୁ ହେଲେ ମଣିଷକୁ ଗୋଟିଏ ସୁଖୀ ପରିବାର, ରୋଜଗାର ଏବଂ ଶାନ୍ତି ଦରକାର। ଏହି ଖୁସି ପାଇବାକୁ ହେଲେ ସମାଜରେ ଜଣେ ସଚେତନ ନାଗରିକ ହେବା ସହ ନିଜ ପରିବାର ପାଇଁ ଗୋଟିଏ ଆଦର୍ଶ ବ୍ୟକ୍ତି ହେବା ସହ ଅନୁଶାସନ ଆଣିପାରିଲେ ହିଁ ଗୋଟିଏ ଭଲ ପରିବାର ଗଢ଼ି ତୋଳି ହେବ। ଯଦି ଘରର ମୁରବି ଠିକ ଥିବେ ତାହେଲେ ପରିବାରରେ କେବେ ବି ବ୍ୟତିକ୍ରମ ଦେଖିବାକୁ ମିଳିବନି।ଆଜିକାଲିର ଯୁଗରେ ବହୁତ ଅଭିଭାବକ ମାନେ ନିଜ ପୁଅ ଝିଅଙ୍କୁ ସବୁ ସୁଖ ଦେବା ପାଇଁ ଦରକାର ଠାରୁ ଅଧିକ ଟଙ୍କା ଦେବା, ନିଜର ପୁଅ ଝିଅଙ୍କୁ ଖୋଲା ଛାଡି ଦେବା, ସଂସ୍କାର ନ ଦେବା, ସେମାନଙ୍କ ମୁହଁ ବଢାଇବା ହିଁ ଆଜିର ଯୁବପିଢି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଦେଖିବାକୁ ମିଳୁଛି। ଯେମିତିକି ଛୋଟ ଛୋଟ ପିଲା ସିଗାରେଟ, ମଦ ପିଇବା ଆରମ୍ଭ କରିଦେଲେଣି, ଆଉ କିଛି ଯୁବକ ଗଞ୍ଜେଇ, ନିଶା ବଟିକା, କଫ ସିରଫ, ସୋଲୁସନ ଅଠାକୁ ଜରିରେ ଘଷି ନିଶା କରିବା ଦେଖିବାକୁ ମିଳୁଛି, କଲେଜ କିମ୍ବା ସ୍କୁଲ ନ ଯାଇ ଗଛ ତଳେ, ନିଛାଟିଆ ଯାଗାରେ ନିଶା କରୁଥିବା ଅଭିଯୋଗ ହେଉଛି।

ନିଶାର ଏମିତି ବଶବର୍ତ୍ତୀ ହୋଇ ଗଲେଣି ଯେ ନିଶା ନ କଲେ ହାତ ଥରିବା, ଚିଡ ଚିଡ ହେବା, ଟିକିଏ କଥାରେ ରାଗିବା, ଘରେ ଟଙ୍କା ମାଗିବେ ନ ଦେଲେ ପିତା ମାତାଙ୍କ ସହ ଝଗଡା କରିବାକୁ ପଛାଉ ନାହାନ୍ତି, ତା ଠାରୁ ବେଶି ଦୁଃଖ ହେଉଛି ଜଣେ ବିବାହିତ ପୁରୁଷ ଯଦି ନିଶା ସେବନ କରି ନିଜ ପରିବାରର ଦାୟିତ୍ଵ ନ ନେଇ ସବୁଦିନ ଝଗଡା, ମାଡପିଟ କରି ଘରେ ଅଶାନ୍ତି କରେ ସେ ଘର ଗୋଟିଏ ନର୍କ ସହ ସମାନ। ସେଥିରେ ପୁଣି ରୋଜଗାର ନ ଥିବା ଯୋଗୁଁ ଘରର ସୁନା ଗହଣା ବିକ୍ରି କରିବା ବି ଦେଖିବାକୁ ମିଳୁଛି। ଏମିତି ପରିବେଶରେ ରହି ସ୍ତ୍ରୀ, ଛୁଆ, ତାର ମା ବାପା, ଭାଇ ଭଉଣୀଙ୍କ ସହ ଶ୍ଵଶୁର ଘର ଲୋକଙ୍କ କ୍ଷେତ୍ରରେ ଅଶାନ୍ତି ଖେଳି ଯାଉଛି। ଜଣେ ନିଶାସକ୍ତ ବ୍ୟକ୍ତିର ପରିବାର ଲୋକଙ୍କୁ ସମସ୍ତେ ନିଚ ନଜରରେ ଦେଖନ୍ତି, ଏଥିପାଇଁ କେବଳ ନିଶାସକ୍ତ ଯୁବକ ମାନେ ହିଁ ଦାୟୀ।ବହୁତ ଲୋକ ଅଛନ୍ତି ଯେଉଁମାନେ ନିଶା ବିଲକୁଲ କରନ୍ତି ନାହିଁ, ସେମାନେ ସମାଜରେ ସମ୍ମାନର ସହିତ ମୁଣ୍ଡ ଉଠେଇ ବଞ୍ଚୁଛନ୍ତି, ତାଙ୍କର କଣ ସମସ୍ୟା ନାହିଁ କି ? ମଣିଷ ଜନ୍ମ ହେବାଠାରୁ ମୃତ୍ୟୁ ଯାଏଁ କେ କିଛି ନା କିଛି ସମସ୍ୟା ନିଶ୍ଚୟ ଥାଏ କିନ୍ତୁ ଯିଏ ସମସ୍ୟାକୁ ସମାଧାନ ଆଡ଼କୁ ଚିନ୍ତା କରେ ସିଏ ହିଁ ସୁଖ ପାଇବାର ହକଦାରହେଇପାରେ।

ନିଶା କଲେ ହୁଏ ତ କିଛି ସମୟ ପାଇଁ ନିଜକୁ ଆରାମ ଦେଇପାରେ କିନ୍ତୁ ସମାଧାନ ହୁଏ କି ? ବର୍ଷ ବର୍ଷ ନିଶା ସେବନ କରି କେଉଁ ସମସ୍ୟାର ସମାଧାନ କରିପାରିଛନ୍ତି ସେମାନେ , ନିଜର ଅନ୍ତର ଆର୍ତ୍ମାକୁ ପଚାରନ୍ତୁ। ଅନ୍ୟ ପଟେ ସରକାର ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରୁଛନ୍ତି, ଯଦ୍ୱାରା ପ୍ରତିଦିନ କେବଳ ଝଗଡା, ହତ୍ୟାକାଣ୍ଡ , ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି, ସେମିତି ବି ଏହି ପାରିବାରିକ କଳହ ଯୋଗୁଁ ରାଜ୍ୟର ବିଭିନ୍ନ ଥାନାରେ କେତେ ମାମଲା ଆସୁଛି ସରକାର ଥରେ ତଥ୍ୟ ସଂଗ୍ରହ କରନ୍ତୁ, ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? କହିପାରିବେ କି ? ଗୋଟିଏ ପଟେ ମାଁ କୁ ସମ୍ମାନ କହି ଡିଣ୍ଡିମ ପିଟୁ ଥିବା ବେଳେ ଅନ୍ୟ ପଟେ ନାରିଙ୍କ ଦୁଃଖ ବୁଝିବାକୁ କିଏ ଅଛି ? ତାଙ୍କର ମହିଳା କମିଶନ କେଉଁ କାମରେ ଆସୁଛି ? ପ୍ରାୟ ଦିନ ବିଭିନ୍ନ ନିଶା ସେବନ କରୁଥିବା ଲୋକଙ୍କ ପାଇଁ ସବୁ ଛକ, ବଜାର ଠାରେ ଲୋକେ ଭୟଭୀତ ଅବସ୍ଥାରେ ଲୋକେ ରହୁଛନ୍ତି।

ଏଥିରେ ରାଜନୈତିକ ଦଳର ନେତୃତ୍ବ ବୃନ୍ଦଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ବେରୋଜଗାରିଆ ବେକାର ପିଲା ଏକା ଏମାନଙ୍କ ହାତ ବାରିଶି ସାଜିଛନ୍ତି, ଠିକାକାମ, ଟେଣ୍ଡର ଭଳି ସ୍ଥାନରେ ଗୁଣ୍ଡା ସଜେଇ ବେଆଇନ କାମରେ ଲିପ୍ତ କରାଉଛନ୍ତି। ଆଜିର ଦୁନିଆରେ ବଞ୍ଚିବାକୁ ହେଲେ ଟଙ୍କା ଦରକାର, ଘରେ ଯେତିକି ଟଙ୍କା ହାତଖର୍ଚ୍ଚ ପାଇଁ ଦେଉଛନ୍ତି ତାହା ଏବେ ଗାଡିରେ ପେଟ୍ରୋଲ ପକାଇବାକୁବି କମ ହେଉଛି, ସେଥିରେ ପୁଣି ଭଲ ସାର୍ଟ ପ୍ୟାଂଟ ସାଙ୍ଗକୁ ଷ୍ଟାଟସ ବି ଦରକାର, ଯଦ୍ୱାରା ଯୁବ ପୀଢ଼ି ଏହି ରାସ୍ତାକୁ ଆପଣେଇ ନେଇଛନ୍ତି।ଏବେ ସମୟ ଆସିଛି ସମସ୍ତ ଅଭିଭାବକଙ୍କୁ ଚିନ୍ତା କରିବାର, ନିଜର ପୁଅ ହେଉ କି ଝିଅ କିଏ କୁଆଡେ ଯାଉଛନ୍ତି, କାହା ସାଙ୍ଗେ ଯାଉଛନ୍ତି ? କେଉଁ କାମ ପାଇଁ ଯାଉଛନ୍ତି ?

ଟାଇମ କୁ ଟାଇମ ନିଘା ରଖିବାର, ଫ୍ରିଡମ ଦିଅନ୍ତୁ କିନ୍ତୁ ଅନୁଶାସନ ଯେପରି ନ ଭାଙ୍ଗେ, ସବୁ ନିଶା ଠାରୁ ବହୁତ ବିପଦ ହେଲାଣି ମୋବାଇଲ ନିଶା, ମୋବାଇଲ ଯୋଗୁଁ ଆହୁରି ଖରାପ ହେଉଛନ୍ତି ଯୁବ ପୀଢ଼ି, କଥା ହେବା ପାଇଁ ଘର ଛାତ ଉପରକୁ ଯାଇ ହେଉ କି ଘର କୋଠରୀ ଭିତରୁ ଭିଡିଓ କଲ, ରିଲ ଭିଡିଓ, କାନରେ ଇଅର୍ ଫୋନ ଲଗେଇ କଥା ହୋଇ ଯିବା ଆସିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି, ଭଲ ପାଇବା ନିଶାରେ କମ ବୟସରେ ଜୀବନ ହାରିବା, ପାଗଳ ହେବା ଆହୁରି ଚିନ୍ତାର ବିଷୟ। ଆଗ ଦିନ ଥିଲା ସଂଧ୍ୟାରେ ସମସ୍ତେ ପାଠ ପଢାରେ ବ୍ୟସ୍ତ ରହୂଥିଲେ, ଏବେ ତାହା ଚା ଦୋକାନରେ ଖଟି ସାଙ୍ଗକୁ ନିଶା ସିଗାରେଟର ଆଶର ଜମୁଛି, ଟିକେ ଚିନ୍ତା କରନ୍ତୁ, ଏହା ଠିକ ହେଉଛି କି ? କ୍ଷତି ଆମ ସମସ୍ତଙ୍କର, ଆଗାମୀ ପିଢ଼ି ର ଭବିଷ୍ୟତ ଚିନ୍ତା କରିବ କିଏ ? ସରକାର, ଅଭିଭାବକ ଓ ବୁଦ୍ଧିଜୀବି ଥରେ ଚିନ୍ତା କରନ୍ତୁ, କଥା ଆମର ବିଚାର ଆପଣଙ୍କର ।

Related Post

ନାଟ୍ୟକ୍ଷେତ୍ର ଅନୁଷ୍ଠାନ ଓ ଆଜାଦୀ କା ଅମୃତ ମହୋତ୍ସବ ଦ୍ଵାରା ଦେଶାତ୍ମବୋଧକ ପ୍ରତିଯୋଗୀତା ଅନୁଷ୍ଠିତ

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାରେ ସମୃଦ୍ଧି କଳାହାଣ୍ଡି, ଏହାର ପ୍ରାକୃତିକ ପରିବେଶ ରେ ରୁଦ୍ଧିମନ୍ତ କଳା ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପ୍ରତିଭା ରଖିଛି।…

୪୩୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 3, 2021 0
ଯାଜପୁର:ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ…

ବରୀ ରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

Posted by - April 29, 2020 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ 4ଟି ସେଣ୍ଟର ରୁ ମଙ୍ଗବାର ୧୪୬ ଜଣ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କରାଯାଇଛି…

ଆନ୍ତର୍ଜାତୀୟ କୋୟା ଭାଷା ଦିବସ ପାଳିତ

Posted by - July 22, 2021 0
ମାଲକାନଗିରି:(ଅବଦୁଲ ଗନି)ଓଡ଼ିଶା କୋୟା ସମାଜ, ମାଲକାନଗିରି ତରଫରୁ ଆଜି ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ସଭାଗୃହରେ ଆନ୍ତର୍ଜାତୀୟ କୋୟା (ଗୋଣ୍ଡି) ଭାଷା ଦିବସ…

ବୌଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - June 9, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଙ୍କ ଅଧ୍ୟକ୍ଷତା ରେ ଏବଂ ତାଙ୍କ ଅଫିସ ପ୍ରକୋଷ୍ଟ ରେ ରଥଯାତ୍ରା ଦ୍ଵିତୀୟ…