କାଉଡୋଳା ଛକରେ ବସ, ଟ୍ରଲର ଓ ମିନିଟ୍ରକ ମଧ୍ୟରେ ଧକ୍କାରେ ,୨ ଗୁରୁତର

24 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ଛକ ନିକଟରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ଦୁର୍ଘଟଣା। ସରକାରୀ ଯାତ୍ରୀବାହୀ ବସ ,ଟ୍ରକ ଓ ୪୦୭ ମିନି ଟ୍ରକ ମଧ୍ୟରେ ଧକ୍କା ହେବାରୁ ୪୦୭ ରେ ଥିବା ଦୁଇଜଣ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ କୋକସରା ଦମକଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଦୁଇ ଗୁରୁତର ଙ୍କୁ କୋକସରା ହସ୍ପିଟାଲରେ ନେଇ ଭର୍ତ୍ତି କରିଥିବା ସୁଚନା ମିଲିଛି। ଦୁଇଜଣ ଗୁରୁତର ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କର ପ୍ରସାଦ ଚଣ୍ଡି(୫୫)ଓ ରାଜକୁମାର ବଗର୍ତ୍ତି (୫୭) ବୋଲି ସୁଚନା ମିଲିଛି ।

ଦୁର୍ଘଟଣା ଗ୍ରସ୍ତ ବସ ଟି ମୋଟୁ ରୁ ଭବାନୀପାଟଣା ଯାଉଥିବା ବେଳେ ଟ୍ରକ ଟି ନାଗପୁର ରୁ କାକରିଗୁମ୍ମା ଓ ୪୦୭ ମିନି ଟ୍ରକ ଟି ଜୁନାଗଡ଼ ଯାଉଥିବା ବେଳେ କାଉଡୋଳା ଛକ ରେ ଦୁର୍ଘଟଣା ହୋଇଛି। ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି, ଦୁର୍ଘଟଣା ଫଳରେ ଜାତୀୟ ରାଜପଥ ରେ କିଛି ସମୟ ପାଇଁ ରାସ୍ତ ବନ୍ଦ ହୋଇପଡିଥିଲା ପରେ ଆମପାଣି ପୋଲିସ ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ଗାଡି କୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ତେବେ କାଉଡୋଳା ଛକ ରେ ବାରମ୍ବାର ଦୁର୍ଘଟଣା ବୃଦ୍ଧି ପାଉଥିବା କାରଣରୁ ରାସ୍ତାର ଉଭୟ ପାର୍ଶ୍ଵରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ପୀଡ ବ୍ରେକର ଲଗାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି

Related Post

ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଯାତ୍ରା

Posted by - December 13, 2019 22
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଗୈାତମ ବୁଦ୍ଧ ସଂସ୍କୃତି ଭବନରୁ ଯାଜପୁର ଜିଲ୍ଳ୍ାର ତୀର୍ଥଯାତ୍ରୀ ମାନଙ୍କୁ ପ୍ରେରଣ କରାଯାଇଛି…

ଓମିକ୍ରୋନ ପାଇଁ ସଚେତନତା ଅଭିଯାନ

Posted by - January 7, 2022 0
ମାଲକାନଗିରି :(ଅବଦୁଲ ଗନି)ଆଜି କୁଡୁମୁଲୁଗୁମ୍ମା ବଜାରରେ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏକ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଯାଇଛି ।…

କୁକୁଟେଶ୍ୱର କେନାଲର ପଙ୍କ ଉଦ୍ଧାର ହୋଇପାରିଲା ନାହି, ବିଭିନ୍ନ ସ୍ଥାନରେ ଘାଇ ଭାଙ୍ଗି ପାଣି ଉଚ୍ଛୁଳିଲା

Posted by - July 9, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁକୁଟେଶ୍ୱର କେନାଲ ର ଦୀର୍ଘ ବର୍ଷ ହେଲା ପଙ୍କ ଉଦ୍ଧାର କାର୍ଯ୍ୟ ହୋଇପାରିନଥିବାରୁ  କେନାଲ ରେ ପ୍ରତି…

ଧାନ ବୋଝେଇ ଟ୍ରକ ଓଲଟି ଚାଳକ ଗୁରୁତର ।

Posted by - March 15, 2019 42
ଯାଜପୁର:୧୨-୦୩-୧୯(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କିଆନାଳିକୂଳ ପୋଲପାଶ୍ୱର୍ରେ ଧାନ ବୋଝେଇ ଟ୍ରକଟି ଓଲଟି ଚାଳକ ଗୁରୁତର । ଟ୍ରକଟି ବିଂଝାରପୁରରୁ ଧାନ ବୋଝେଇ କରି ଚଣ୍ଡିଖୋଲ ଅଭିମୁଖେ ଯାତ୍ରା…

ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ତୃତୀୟ ଲାଇନ କାମ ବନ୍ଦ କଲେ ଗ୍ରାମବାସୀ

Posted by - January 6, 2022 0
ଅମ୍ବାଦଳା:(ରମାକାନ୍ତ ପୋଢାଳ) ରାୟଗଡା ଜିଲ୍ଲା ଅମ୍ବାଦଳା ପ୍ଲାଟଫର୍ମ ରେ ରେଳ ରହଣି ନିମନ୍ତେ ହେଉ କିମ୍ୱା ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ବିଭିନ୍ନ ସମୟରେ ମନ୍ତ୍ରୀ ନେତାଙ୍କ…