ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

26 0

ହରଭଙ୍ଗା (ଚିତ୍ତ ରଂଜନ ସିଂ) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଧୁଙ୍ଗିଆମୁଣ୍ଡା ଜୟ ଜଗନ୍ନାଥ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ସଭାପତି ଅମିତା ବଚନ ବେହେରାଙ୍କ ତତ୍ତ୍ୱାବଧାନରେ ଧୁଙ୍ଗିଆମୁଣ୍ଡା ଠାରେ ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର କର୍ମକର୍ତ୍ତା ସୁଧିର ଦୀପ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ , ଉଦ୍ଧେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଯୁବକ ସଂଘର ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ ।

ପ୍ରଥମେ ଗ୍ରାମର ଭାଗବତ ଟୁଙ୍ଗି ଓ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରର ଚତୁଃପାର୍ଶ୍ବରେ ଥିବା ଆବର୍ଜନାକୁ ସଫା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଝାରଖମଣ ସ୍ଥିତ ଆଞ୍ଚଳିକ ଦଶହରା ପଡ଼ିଆକୁ ଆବର୍ଜନା ମୁକ୍ତ କରିବା ସହ ସଫା ସୁତୁରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ଯୁବକ ସଂଘର ବରିଷ୍ଠ ସଦସ୍ୟ ଉତ୍କଳ ବେହେରା ଓ ପ୍ରସନ୍ନ ନାଏକ ସହଯୋଗ କରିଥିବା ବେଳେ ଝାରଖମଣ ଆଞ୍ଚଳିକ ଦୁର୍ଗାପୂଜା କମିଟିର ସମ୍ପାଦକ ସୁଦର୍ଶନ ମଲ୍ଲିକ , ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ଯାନୀ, ପ୍ରବୀର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Post

କେନାଲ ପୋଲ ଉପରୁ ଖସିଲା ସ୍କୁଟି; ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ

Posted by - September 29, 2019 32
ହାଟଡ଼ିହି, ୨୯/୦୯ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦୀ ଛକରେ ଏକ ଅଭାବନୀୟ ଘଟଣା ଘଟିଛି ୲ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଛେନାପଦୀ ଛକ ଟାଙ୍କି…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - June 14, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଟ୍ରାନସଫରମର ଚୋରି ହେବାର ୫୦ଦିନ ବିତିଲା ଏବେବି ଗାଁ ଅନ୍ଧାରରେ,ବିଭାଗର ନିଘା ନାହିଁ

Posted by - September 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୈଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ଗ୍ରାମର ରଥସାହିର ଟ୍ରାନସଫରମର ଚୋରିହୋଇ ଦିର୍ଘ  ୫୦ଦିନହେଲା ଅନ୍ଧାରରେ ଥିବା ଅଭିଯୋଗ ହୋଈଥିଲେ ମଧ୍ୟ ବବିଭାଗିୟ କର୍ମଚାରୀ…

ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ ପାଳିତ

Posted by - August 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ । ଏ ପରିପେକ୍ଷିରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର କହିଛନ୍ତି…

ଭବାନୀପାଟଣା ରେ ବିଦ୍ୟୁତ୍ କମ୍ପାନୀ ର ଚଢଉ, ଦୁଇ ଜଣ ଙ୍କ ନାମରେ ବିଦ୍ୟୁତ ଥାନାରେ ମାମଲା।

Posted by - November 21, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବ୍ୟାପକ ସଚେତନତା ଓ କମ୍ପାନୀ ର ଧରପଗଡ ସତ୍ତ୍ୱେ ବିଦ୍ୟୁତ ଚୋରୀ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବ୍ୟବସାୟୀକ କ୍ଷେତ୍ରରେ ଘରୋଇ ବିଦ୍ୟୁତ…