ଜିଲ୍ଲା ଖାଉଟି ଅଦାଲତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ , ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ

199 0

ଧର୍ମଗଡ: (ହେମନ୍ତ କୁମାର ମାଝୀ) ଏକ ଋଣ ଅସୁଲି ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଧର୍ମଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଚିଫ ମ୍ୟାନେଜର ଙ୍କୁ ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରାପ୍ତ ସୂଚନା ଅନୁଯାୟୀ ଘନଶ୍ୟାମ ଅଗ୍ରୱାଲ ନାମକ ଜୈନିକ ବ୍ୟକ୍ତି ନିଜ ପୁଅ ର ପାଠ ପଢା ପାଇଁ ଧର୍ମଗଡ ଭରତୀୟ ଷ୍ଟେଟ ବ୍ୟାଙ୍କରୁ ଏକ ଷ୍ଟଡି ଲୋନ ନେଇ ଥିଲେ । ନିୟମିତ ଭାବେ ଋଣ ଅସୁଲି ରେ ଖିଲାପ ଦେଖାଇ ବ୍ୟାଙ୍କ କତୃପକ୍ଷ ଶ୍ରୀ ଅଗ୍ରୱାଲ ଙ୍କ ଆକୁଣ୍ଟ ରେ ଆବଶ୍ୟକୀୟ ପରିମାଣ ର ଅର୍ଥ ନଥିବାରୁ ତାଙ୍କ ସ୍ତ୍ରୀ ଓ ଶ୍ରୀ ଅଗ୍ରୱାଲ ଙ୍କନାମ ରେ ଥିବା ଯଏଣ୍ଟ ଆକାଉଣ୍ଟ ରୁ ୪୩,୩୦୦ ଟଙ୍କା ଋଣ ଆକାଉଣ୍ଟ କୁ କାଟି ନେଇ ଥିଲେ । ବ୍ୟକ୍ତି ଗତ ଆକାଉଣ୍ଟ ପରିବର୍ତ୍ତେ ଯୁଗ୍ମ ଆକାଉଣ୍ଟ ରୁ ବେ ନିୟମ ଭାବେ ଟଙ୍କା କଟା ଯାଇଥିବା ନେଇ ଶ୍ରୀ ଅଗ୍ରୱାଲ ଜିଲ୍ଲା ଖାଉଟି ଅଦାଲତ ର ଦ୍ବାରସ୍ଥ ହୋଇ ଥିଲେ ।

ଏହାର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଋଣ ଗ୍ରହୀତା ଙ୍କ ଆକାଉଣ୍ଟ୍ ପରିବର୍ତ୍ତେ ବିନା ପରାମର୍ଶ ରେ ଯୁଗ୍ମ ଆକାଉଣ୍ଟ ରୁ ଅର୍ଥ କାଟି ଥିବାରୁ ଏହାକୁ ବେନିୟମ ଦର୍ଶାଇ ବ୍ୟାଙ୍କ ଙ୍କୁ କଟା ଯାଇଥିବା ପରିମାଣ ୪୩,୩୦୦ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୦୩.୦୧.୨୦୧୮ ରୁ ଆକାଉଣ୍ଟ କୁ ଟଙ୍କା ଫେରିବା ତାରିଖ ପର୍ଯ୍ୟନ୍ତ ସାଧାରଣ ସୁଧ ୬ପ୍ରତିଶତ ସୁଧ ସହ କେସ ପରିଚାଳନା ବାବଦ କୁ ଅତିରିକ୍ତ ପାଞ୍ଚ ହଜାର ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ରେ କୁହାଯାଇଛି । ଅଭିଯୋଗ କାରି ଙ୍କ ପକ୍ଷ ରୁ ଆଇନଜୀବୀ ଭାରତ ଭୁଷଣ ପଣ୍ଡା ମାମଲା ପରିଚାଳନା କରିଥିଲେ । ଏ ସମ୍ପର୍କ ରେ ଧର୍ମଗଡ ଚିଫ୍ ମେନେଜର ଲୋକନାଥ ଦାସ ଙ୍କୁ ଯୋଗା ଯୋଗ କରିବାରୁ ଖାଉଟି ଅଦାଲତ ଙ୍କ ନିର୍ଦ୍ଦେଶ କୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଛି ବୋଲି କହିଥିଲେ।

Related Post

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚାରା ରୋପଣ

Posted by - July 20, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା କେନ୍ଦ୍ରର ୧୯ ତମ ପ୍ରତିଷ୍ଠା ଦିବସ…

ଯାଜପୁର ଦାନଗଦୀ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

Posted by - June 13, 2019 0
ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି…

ଓୟୁଜେ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ସାଧାରଣ ବୈଠକ ଅନୁଷ୍ଠିତ।

Posted by - November 6, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓ.ୟୁ.ଜେ ବଲାଙ୍ଗିର ଶାଖାର ସଭାପତି ଦୀପକ ସମାଦ୍ଦ।ରଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଶୁକ୍ରବାର ଦିନ ୧୧ଟାରେ ଏକ କାର୍ଯ୍ୟକାରିଣୀ ବୈଠକ…

ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

Posted by - January 26, 2020 0
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି…