Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ନୂଆଁଖାଇ ଭେଟଘାଟ ଓ ଆଦିବାସୀ ମେଳି ଅବସରରେ ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ଓ ପଦ୍ମଶ୍ରୀ ହଳଧର

30 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମପଞ୍ଚାୟତ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା ତରଫରୁ ନୁଆଁଖାଇ ଭେଟଘାଟ ଓ ବିଶାଳ ଆଦିବାସୀ ମେଳି ବିପ୍ର ବିଶି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନଙ୍କୁ ଯଦୁମଣି ବରିହା ସ୍ବାଗତ କରିଥିଲେ । ବେନ୍ଦେର ଗାଁ ପରିସରରେ ଅନୁଷ୍ଠିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ପଦ୍ମଶ୍ରୀ ହଳଧର ନାଗ , ଖିରଧର ମାଝୀ , ଦୟାସାଗର ମାଝୀ , ଚୂଡ଼ାମଣି ବରିହା , ସରପଞ୍ଚ ସସ୍ମିତା ମାଝୀ ଯୋଗ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ବିଶି ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ପ୍ରଥlଗତ ଅଧିକାର ଉପରେ ଆଲୋକପାତ କରିଥିଲେ ।

ଆଦିବାସୀ ଙ୍କ ପ୍ରାଚୀନ ପ୍ରଥା ପରମ୍ପରା, ରୀତିନୀତି, ଐତିହ୍ୟ, ଭାଷାବୋଲି, ଧାର୍ମିକ ବିଶ୍ୱାସ ,ଦେବାଦେବୀ ପୂଜା ପଦ୍ଧତି ଗୁଡିକୁ ସୁରକ୍ଷା ସଂରକ୍ଷଣ କରିବା ସହିତ ବିଲୁପ୍ତପ୍ରାୟ କଳା, ସଂସ୍କୃତି, ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ ର ପୁନଃଉଦ୍ଧାର କରିବାକୁ ଯୁବ ପୀଢ଼ି ଆଗେଇ ଆସିବାକୁ ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ । ଆଦିବାସୀ ସମାଜ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉଚ୍ଚ ଶିକ୍ଷା,ଗୁଣାତ୍ମକ ଶିକ୍ଷା,ପ୍ରଯୁକ୍ତି ବିଦ୍ୟା ଏବଂ ଧନ୍ଦାମୂଳକ ଶିକ୍ଷା ହିଁ ଆବଶ୍ୟକ.ଉଚ୍ଚଶିକ୍ଷା ଦ୍ୱାରା ଆଦିବାସୀ ଙ୍କ ଅର୍ଥନୈତିକ ବିକାଶ ହେବ। ଶିକ୍ଷା ବିକାଶ ର ମୂଳଦୁଆ ବୋଲି ଶ୍ରୀ ବିଶି ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ ଆଦିବାସୀ ସଂସ୍କୃତି, ପରମ୍ପରା ,ଲୋକ କଳା ଓ ନୂଆଖାଇ ର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସଭାରେ ବ୍ଲକ ସଭାପତି ବିପ୍ର ବିଶି,ପାଟଣାଗଡ଼ ବ୍ଲକ ସମ୍ପାଦକ ଗିରିରାଜ ଭୋଇ,ସରପଞ୍ଚ ସସ୍ମିତା ମାଝୀ, ଦୟାସାଗର ମାଝୀ ,ଖୀରଧର ମାଝୀ, ଯଦୁମଣି ବରିହା, ଅଷ୍ଟମ ମାଝୀ ପ୍ରମୁଖ ନେତା ମାନେ ଉଦବୋଧନ ଦେଇଥିଲେ । ଟିକେଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ଧର୍ମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ।

Related Post

ମୁନିଗୁଡା ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଉଛେଦ କାମ ଆରମ୍ଭ

Posted by - June 17, 2022 0
ମୁନିଗୁଡା:(ରମାକାନ୍ତ ପାଡାଲ୍)ମୁନିଗୁଡା ବସ ଷ୍ଟାଣ୍ଡ ର ବିକାଶ ଓ ନୂତନ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର  ୬ ରୁ ୭ କୋଟି ଟଙ୍କା ମଞ୍ଜୁର କରି ନୂତନ…

ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି ବଡ ସଫଳତା

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଚଳିତ ବର୍ଷ ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ସମ୍ବଲପୁର ଧନକଉଡ଼ା ବ୍ଲକର ଶାସନ ସ୍ଥିତ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି…

ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ଭୁବନେଶ୍ୱର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର,ପୂର୍ବତନ ସାମ୍ବାଦିକ, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସ ଙ୍କ ତା ୧.୧୦.୨୦୨ ୧ତାରିଖ ଅପରାହ୍ନ…

ବକେୟା ଦରମା ନଦେଇ ସିକ୍ୟୁରିଟି ଗାର୍ଡ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମାସ ମାସ କାଳ ବକେୟା ଦରମା ନଦେଇ ସିକ୍ୟୁରିଟି ଗାର୍ଡ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ କର୍ମଚାରୀ ମାନେ।ଏଭଳି ଅଭିଯୋଗ ହୋଇଛି…