୫ ଟି ସ୍କୁଲର ସୌନ୍ଦର୍ଯ୍ୟ କରଣ କାମ କରିଥିବା ଶ୍ରମିକଙ୍କୁ ଖପ୍ରାଖୋଲ ଜେ ଇ ପାଉଣା ନ ଦେବାରୁ ଶ୍ରମିକ ହେଲେ ଥାନାର ଦ୍ୱାରସ୍ତ

34 0

ପାଟଣାଗଡ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ , ଲାଠୋର ହାଇସ୍କୁଲ, ଲୁହସିଂହା ହାଇସ୍କୁଲ , ଧଣ୍ଡାମୁଣ୍ଡା ହାଇସ୍କୁଲ , ବେନ୍ଦେର ହାଇସ୍କୁଲ ସୌନ୍ଦରର୍ଯ୍ୟ କରଣ ରେ ପ୍ଲାଏ କାମ ପ୍ଲାଏ ମିସ୍ତ୍ରୀ ନିଯୋଜିତ କରାଯାଇଥିଲା । ହେଲେ ଦୀର୍ଘ ୯ ମାସ ରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ଲ।ଏ କାମ ରେ ଶ୍ରମିକ ମାନଙ୍କୁ ନିଯୋଜିତ କରିଥିବା ବାକିଆ ଟଙ୍କା ଖପ୍ରାଖୋଲ ବ୍ଲକ ଜେ ଇ ରାଜ କିଶୋର ନାଏକ ଦେଇନଥିବା ଖପ୍ରାଖୋଲ ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ସେକ୍ ସୁରାଜ ଅଲ୍ଲି ଜିଲ୍ଲା ମେଦିନପୁର ୱେଷ୍ଟବେଙ୍ଗଲ ରୁ ଜଣେ ପ୍ଲ।ଏ ମିସ୍ତ୍ରୀ ଅଟେ । ସେ ୱେଷ୍ଟ ବେଙ୍ଗଲ ରୁ ପ୍ଲାଏ ଶ୍ରମିକ ଆଣି ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ , ଲାଠୋର ହାଇସ୍କୁଲ, ଲୁହସିଂହା ହାଇସ୍କୁଲ , ଧଣ୍ଡାମୁଣ୍ଡା ହାଇସ୍କୁଲ , ବେନ୍ଦେର ହାଇସ୍କୁଲ ରେ ଜେ ଇ ରାଜକିଶୋର ନାଏକ ପ୍ଳାଏ ମାଧ୍ୟମରେ ସୌନ୍ଦରଯ୍ୟକରଣ କାମ କରିବା ପାଇଁ ସମୁଦାୟ ପ୍ଲାଏ କ୍ରୟ କରିଥିବା ଟଙ୍କାର ୩୩% ପ୍ରତିଶତ ଟଙ୍କା ଦେବେ ବୋଲି ଡିଲ କରିଥିଲେ ।

ପାଞ୍ଚୋଟି ବିଦ୍ୟାଳୟ ର ସୌନ୍ଦର୍ଯ୍ୟ କରଣ କାମରେ ସମୁଦାୟ ତିରିଶି ଲକ୍ଷ୍ୟ ସତାବନ ହଜାର ୫୩୦ ଟଙ୍କା ପ୍ଲ।ଏ କାମ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି। ଶ୍ରମିକ ମାନେ ସମୁଦାୟ କାମ କରିଥିବା ଟଙ୍କା ର ୩୩ ପ୍ରତିଶତ ହିସାବରେ ୧୦ ଲକ୍ଷ ୮୯୪ ଟଙ୍କା ସହ ମିଲ ବାବଦ ୫୦ ହଜାର ଟଙ୍କା , ଡିଜାଇନ୍ ବାବଦ ୮୦ ହଜାର ଟଙ୍କା ଦେବା ପାଇଁ ଜେଇ ଶ୍ରୀ ନାଏକ ଙ୍କ ପାଖରେ ଡିଲ ହୋଇଥିଲା । ହେଲେ ଶ୍ରମିକ ପାଉଣା ବାବଦକୁ ଜେ ଇ ୬ ଲକ୍ଷ୍ୟ ୮୦ ଟଙ୍କା ଦେଇଛନ୍ତି । ଶ୍ରମିକ ମାନେ କାମ କରିଥିବା ବାକି ୪ ଲକ୍ଷ୍ୟ ୫୮ ହଜାର ୯୮୪ ଟଙ୍କା ବକେୟା ରଖି ଦେଉଥିବା ଅଭିଯୋଗ ହୋଇଛି । ଜେ ଇ ନାଏକ ଙ୍କୁ ଡିଲ କରିଥିବା ଶ୍ରମିକ ଟଙ୍କା ମାଗିଲେ ଅନ୍ୟ ବିଭାଗୀୟ ଜେ ଇ ଙ୍କ ନାମ ଧରି ଉକ୍ତ ଜେ ଇ ଜଣକ ମଦ ପିଇ ଦେଇଥିବା କହି ଟଙ୍କା ଦେଉନଥିବା ଅଭିଯୋଗ ହେଉଛି । ବି ଡି ଓ ଙ୍କୁ ଶ୍ରମିକ ମାନେ ଟଙ୍କା ପାଇଁ କହିଲେ ଶ୍ରମିକ ଙ୍କ ସମସ୍ତ ବିଲ ହୋଇଅଛି । ସବୁ ଟଙ୍କା କଥା ଜେ ଇ ବୁଝିବେ କହୁଛନ୍ତି । ହେଲେ ଡ଼ିଲ କରିଥିବା ଶ୍ରମିକ ଜଣକ ଜେ ଇ ଙ୍କୁ ପୁଣି ଟଙ୍କା ମାଗିଲା ଧମକ ଦେଉଥିବା ଲିଖିତ ଅଭିଯୋଗ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠେ ଯେ ବ୍ଲକ ରେ ପାଞ୍ଚ ଜଣ ଜେ ଇ କାମ କରୁଥିବା ବେଳେ ବ୍ଲକ ରେ ଚାଲିଥିବା ୫ ଟି ବିଦ୍ୟାଳୟ ର ସୌନ୍ଦର୍ଯ୍ୟ କରଣ ର ପ୍ଲଏ କାମର ବ୍ଲକ ଜେଇ ନାଏକ ଙ୍କୁ କାହିଁକି ନିଯୋୟିତ କରାଯାଇଥିଲା । କାମଟି ବିଭାଗୀୟ ବ୍ଲକ ର ପଞ୍ଚାୟତ ଦୟୀତ୍ୟାଇ ରେ ଥିବା ଜେ ଇ ଙ୍କ ନାମରେ ହେଉଥିବା ବେଳେ ସବୁ କାମ ର ବିଲ ନାଏକ ବାବୁ ଙ୍କୁ କେମିତି ଦେବା ପାଇଁ ନିର୍ଦ୍ଦେଶ ରହିଥିଲା। ଜେ ଇ ଜଣକ ଶ୍ରମିକ ମାନଙ୍କ ସହ ଲିଖିତ ଡିଲ ନ କରିବାର କାରଣ କଣ ରହିପାରେ । କମ ଖର୍ଚ୍ଚ ରେ କାମ କରି ଜେଇ ଜଣକ ଅଧିକ ବିଲ ନେଇଯାଇଛି କି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ଏନେଇ ରାଜକିଶୋର ନାଏକ ଙ୍କୁ ପଚାରିବାରୁ ବୁଧବାର ଦିନ ହୋଇଥିବା କାମ ର ମାପ ଜୁଖ କରି ବାକି ରହିଥିବା ସମସ୍ତ ଟଙ୍କା ଦେଇଦିଆଯିବ ବୋଲି ପ୍ରକାଶ କରିଥିଲେ । ଥାନା ଏସ ଆଇ ଗୋପୀନାଥ ମହାକୁଡ ଙ୍କୁ ପଚାରିବାରୁ ବୁଧବାର ଦିନ ବକେୟା ଥିବା ଟଙ୍କା ଜେ ଇ ନ ଦେଲେ ଆଇନ ଆକାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ପଚାରିବାରୁ ଜେ ଇ ନାଏକ ଙ୍କୁ କାମ କରିଥିବା ଶ୍ରମିକ ମାନଙ୍କ ସବୁ ଟଙ୍କା ଦିଆ ଯାଇଛି ବୋଲି ପ୍ରକାଶ କରିଥିଲେ। ଉକ୍ତ ଘଟଣା ର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ରେ ଦାବି ହେଉଛି ।

Related Post

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ହଡତାଳ

Posted by - November 25, 2021 0
ମାଥିଲି: (ଅବଦୁଲ ଗନି) ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ମାଥିଲିରେ ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନେତୃତ୍ୱରେ…

ଲାଞ୍ଜିଗଡ଼ ବ୍ଲକ୍ ର ଦୁର୍ଗମ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର ଆୟୋଜିତ

Posted by - March 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଲାଞ୍ଜିଗଡ଼ ବ୍ଲକ୍ ର ଦୁର୍ଗମ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର ଆୟୋଜିତ। କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ…

ଯାଜପୁର ରେ ସିଆଲ ଆତଙ୍କ

Posted by - November 5, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ଦୂର୍ଗାପୁର ଗାଁରେ ସିଆଳ ଆତଙ୍କ । ସିଆଳ ଆକ୍ରମଣରେ ଦୁଇ ନାବାଳିକା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି…

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ନାଗରିକ ଙ୍କ ପାଇଁ ସାଧୁତା ର ଶପଥ ପାଠ

Posted by - October 26, 2021 0
ନବରଙ୍ଗପୁର::(ବେଣୁ ଗୋପାଳ ରାଓ)ଜିଲ୍ଲାପାଳ ନବରଙ୍ଗପୁର ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ନାଗରିକ ଙ୍କ ପାଇଁ ସାଧୁତା…