ଅଲ ଓଡ଼ିଶା ପାଚିକା ମହାସଂଘ ର ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା

39 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ପାଚିକା ପାଚକ ମାନଙ୍କ ଦରମା ନିୟମିତ ଦେବା, ପାଚକ ପାଚିକା ମାନଙ୍କୁ ସରକାରୀ ମାନ୍ୟତା ଦେବା, ସ୍କୁଲ ମାନଙ୍କରେ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ଘରୋଇ କରଣକୁ ବନ୍ଦ କରିବା ଆଦି ୧୦ ଦଫା ଦାବୀ ନେଇ ଆଜି ଟିଟିଲାଗଡ଼ ସହରରେ ଅଲ ଓଡିଶା ପାଚିକା ମହାସଂଘ ଟିଟିଲାଗଡ଼ ଶାଖା ତରଫରୁ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ଅଫିସ ଘେରାଓ କରିଛନ୍ତି l

ଏମିତିକି ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ମାସିକ ମାତ୍ର 14 ଶହ ଟଙ୍କାରେ କାମ କରୁଥିବା ରୋଷେଇୟା ମାନଙ୍କୁ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଥିବା ବେଳେ ମାସିକ ଦରମା ମଧ୍ୟ ନିୟମିତ ମିଳୁ ନଥିବା ନେଇ ଅଭିଯୋଗ କରିଛନ୍ତି l

ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ଏକ ୧୦ ଦଫା ଦାବୀ ପତ୍ର ଦେଇ ସାତଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି ,ନଚେତ ଆଗକୁ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ପାଚିକା ମହାସଂଘ l

ସେପଟେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଦାବି ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ପ୍ରଶାସନିକ ସ୍ତରରେ ଯାହା ସମାଧାନ ହୋଇ ପାରିବ ତାହା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଏବଂ ଦରମା ଉପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାପାଳଙ୍କ ନିକଟକୁ ଦାବୀ ପତ୍ର ପଠାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ କହିଛନ୍ତି l

Related Post

ଚାଉଲ ଯୋଗାଣ ଦାବିରେ ହିତାଧିକାରୀ ଙ୍କ ରାସ୍ତା ଅବରୋଧ

Posted by - December 4, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଉଳ ଯୋଗାଣ ଦାବିରେ ବାଣ୍ଡି ଗାଁ ଠାରେ ମୋଟେର ଜୟପାଟଣା ରାସ୍ତା ଅବରୋଧ ଯୋଗୁଁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହେବା ସହ ଲୋକେ…

ସୁସ୍ଥ ହେଲେ ୨୭ ସଂକ୍ରମିତ,ଦେଖନ୍ତୁ ଓଡିଶା ରେ କୋରୋନା ଅପଡେଟ (ମଇ ୧୩ ତାରିଖ ୧୫.୨୫ମି)

Posted by - May 13, 2020 23
ଭୁବନେଶ୍ବର :ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ଚବିଶି ଜଣ ଓଡ଼ିଆ

Posted by - June 14, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୧୦ ଜୁନ ଅପରାହ୍ନରେ ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ପାହାଡ଼ ଶୀର୍ଷରେ -5°c ରୁ -10°c…

ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ

Posted by - August 21, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ ପହଂଚିଛି ।ପୂର୍ବତନ ସରପଂଚ ନିରଂଜନ ବେହୁରିଆଙ୍କ ନେତୃତ୍ୱରେ ଅନଶନକୁ ପ୍ରତିଦିନ…