Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଆଶା ଆକାଂକ୍ଷା ରେ ରହିଲା ଜେ ଏମ ଏଫ୍ ସି କୋର୍ଟ

36 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ଜେ ଏମ ଏଫ୍ ସି କୋର୍ଟ କାର୍ଯ୍ୟକ୍ଷମ ହେବ ପାଇଁ ଜିଲ୍ଲା ଜଜ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । କୋର୍ଟ ନିର୍ମାଣ ପାଇଁ ରାଜସ୍ବ ବିଭାଗ ତରଫରୁ ଦୁଇ ଏକର ୫୦ ଡିସିମିଲ ସ୍ଥାନ ମଧ୍ୟ ଚୟନ କରାଯାଇଥିଲା । ତହସିଲ ନିକଟ ଗୋଷ୍ଟି କେନ୍ଦ୍ର ରେ ଅସ୍ଥାୟୀ ଭାବେ କୋର୍ଟ ଟି କାର୍ଯ୍ୟକ୍ଷମ ହେବ ବୋଲି କ୍ଷେତ୍ର ପରିଦର୍ଶନ ସମୟରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଥାନା ଅଧିକାରୀ ରମାକାନ୍ତ ସାହୁ , ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଓ ଜନସାଧାରଣ ଙ୍କ ସହ ଆଲୋଚନା ହୋଇଥିଲା । ହେଲେ ଦୀର୍ଘ ୪ ମାସ ରୁ ଅଧିକ ବିତିଯାଇଥିଲେ ମଧ୍ୟ ଗୋଷ୍ଟି କେନ୍ଦ୍ର ରେ କୋର୍ଟ ଟି କାର୍ଯ୍ୟକ୍ଷମ ହେବା ପାଇଁ ଆନୁସଙ୍ଗିକ ଭିତ୍ତି ଭୂମି କରାଯାଇ ନଥିବା ଦେଖିବାକୁ ମିଳୁଛି । ଏବେ କୋର୍ଟ ଟି କାର୍ଯ୍ୟକ୍ଷମ ହେବ କି ନାହିଁ ବୋଲି ଲୋକଙ୍କ ଆଶା ଆକାଂକ୍ଷା ରେ ରହିଯାଇଥିବା ଆଲୋଚନା ହେଉଛି । କୋର୍ଟ କୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

Related Post

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Posted by - December 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଶୋକ…

ସଜା ମିଳିଲା ଭୈରବୀ ମୁର୍ତ୍ତି ଚୋରକୁ

Posted by - January 18, 2022 0
ମାଲକାନଗିରି:(ଅବଦୁଲ ଗନି)ଗତ ଦିନରେ ପୁରୁଣାଗୁମ୍ମା ଭୈରବୀ ମନ୍ଦିରରେ ସ୍ଥାପିତ ଭୈରବୀ ଦେବୀଙ୍କ ପ୍ରସ୍ତର ମୂର୍ତ୍ତିକୁ ଗାଦିପୁଟ ଗ୍ରାମର ଏକ ଜୈନିକ ବ୍ୟକ୍ତି ଚୋରି କରି ନେଇଯାଇଥିଲା,ଯାହାକି ସମଗ୍ର…

ଶାଗ ମାଛ ଦରରେ ବେପାରୀ କିଣୁଛି ପିଆଜ, ଚାଷୀକୂଳ ହନ୍ତସନ୍ତ

Posted by - April 23, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ବିଭିନ୍ନ ଗାଁ ମାନଙ୍କରେ ଶହ ଶହ ଏକର ଜମିରେ ପିଆଜ…

ମାହେଶ୍ୱରୀ ଗୋଶାଳା ଦନ୍ତାପାଲିରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

Posted by - May 1, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।…

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି ।  ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।