ଦେସିଲଠାରେ ୬୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ହଷ୍ଟେଲର ଗୃହ ପ୍ରବେଶ ଅବସରରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

89 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନା ଗମନ ବ୍ୟବସ୍ଥା କରିବା ସରକାରଙ୍କ ଜନସାଧାରଣଙ୍କ ପାଇଁ ପ୍ରଥମ କାମ। ଟିଟିଲାଗଡର ବିଧାୟିକା ଭାବେ ନିର୍ବାଚିତ ହେବା ପରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବହୁତ ଅଧୁରା ପଡ଼ିଥିବା ତଥା ଲୋକଙ୍କ ପାଇଁ ଦରକାର ଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ହାତକୁ ନେଇ ଆଜି ଗୋଟିଏ ପରେ ଗୋଟିଏ କାର୍ଯ୍ୟ ସମ୍ପାଦନ କରି ସମ୍ପୂର୍ଣ୍ଣ କରାଇବାରେ ସକ୍ଷମ ହୋଇଛନ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ। ଶିଳାନ୍ୟାସ କରି କିଛି ବର୍ଷ ଭିତରେ ନିର୍ମାଣ କାମ ସମ୍ପୂର୍ଣ୍ଣ କରାଇବା ସହ ଉଦଘାଟନ କରିବାରେ ଜଣେ ସଫଳତମ ବିଧାୟିକା ତଥା ମନ୍ତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ନିକଟସ୍ଥ ଦେସିଲ ଠାରେ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ର ଓ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରି ଅନ୍ୱେଷା ନିବାସର ଗୃହ ପ୍ରବେଶ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ତାଙ୍କ ସହ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ଛାତ୍ର ଛାତ୍ରୀ ମାନେ ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ କରି ହଷ୍ଟେଲର ପୁଜା ସ୍ଥଳୀକୁ ପାଛୋଟି ନେଇଥିଲେ। ସେଠାରେ ପୂଜାର୍ଚ୍ଚନା ତଥା ହୋମ ଯଜ୍ଞ ସମ୍ପର୍ଣ୍ଣ ହେବା ପରେ ହଷ୍ଟେଲ ଭିତରେ ବୁଲି ଦେଖିଥିଲେ, ଗୋଟିଏ କୋଠରୀରେ ୧୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖଟ ସହ ବିଭିନ୍ନ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ପିଲା ମାନଙ୍କ ପାଇଁ ୬୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ନିବାସର ଗୃହ ପ୍ରବେଶ ଆଜି ଯଦି ସମ୍ଭବ ହୋଇପାରିଛି ତାହେଲେ ଏହା ପଛରେ ସ୍ଥାନୀୟ ବିଧାୟିାକାଙ୍କ ପରିଶ୍ରମ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଅଞ୍ଚଳର ବିକାଶ ପାଇଁ ଆର୍ଥିକ ଅନୁଦାନର ସହାୟତା ଫଳ ସ୍ଵରୁପ ଆଜି ଏହି ହଷ୍ଟେଲର ନିର୍ମାଣ ଏବଂ ତାପରେ ଗୃହ ପ୍ରବେଶ ହୋଇପାରିଛି। ଏହି ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି, ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।

Related Post

ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଛୁଟି ପାଇଁ ଦାବି କଲେ ରଞ୍ଜିତା

Posted by - May 28, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଦେବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦର ଯାଦବ ଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ଏନ. ଗୁହା…

ଥୁଆମୂଳ ରାମପୁର ଝାଡାବାନ୍ତି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

Posted by - September 6, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ…

ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତି ସଂସଦ ପକ୍ଷରୁ ୮୯ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Posted by - November 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଅପିଂସର୍ସ କ୍ଲବ ପରିସରରେ ପ୍ରବିଣ ସାମ୍ବାଦିକ ତଥା ରାଷ୍ଟ୍ରନିତିଜ୍ଞ ପ୍ରଦ୍ୟୁମ୍ନ ବଳଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି…

୫ ଦଫା ଦାବି ନେଇ ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖ ଧାରଣା ପାଇଁ ଦାବିପତ୍ର

Posted by - April 10, 2022 0
ବାଲେଶ୍ଵର :ଆଜି ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖରେ ଧାରଣା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘ ସଭାପତି ରାମ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ୫…