Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସରକାରୀ ସହାୟତାରୁ ବହୁ ଦୂରରେ ଜନ୍ମରୁ ଶଯ୍ୟାଶାୟୀ ଦୃପତୀ

46 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣ ଙ୍କୁ ମୌଳିକ ଅଧିକାର ଯୋଗାଇ ଦେବାକୁ ବ୍ୟାପକ ବ୍ୟବସ୍ଥା କରୁଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ତାର ବିପରୀତ ଦେଖିବାକୁ ମିଲୁଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନଛତ୍ରଙ୍ଗ ଗ୍ରାମରେ। ଗ୍ରାମର ୧୭ ବର୍ଷୀୟା ଦ୍ରୁପତୀ ଜନ୍ମରୁ ଆଜି ପର୍ଯ୍ୟନ୍ତ ଶାରୀରିକ ଯନ୍ତ୍ରଣାରେ ଛଟପଟ। ଜନ୍ମରୁ ବିଛଣାରେ ଶଯ୍ୟାଶାୟୀ ହୋଇ ପଡିରହିଛି ଦ୍ରୁପତୀ।ପିତା ହାମଦୁ ମାଝୀ ଏବଂ ମାଆ ସୀତାମଣୀ ନିଜ ଝିଅର ଏଭଳି ଅବସ୍ଥା ଦେଖି ଅସହାୟ ହୋଇ ପଡିରହିଛନ୍ତି।୨୦୦୫ ମସିହାରେ ପତ୍ନୀ ସୀତାମଣୀଙ୍କ ଗର୍ଭରୁ ଜନ୍ମ ନେଲା ଏକ କନ୍ୟା ସନ୍ତାନ।କିଛିଦିନ ପରେ ଦ୍ରୁପତୀ ନାମରେ କନ୍ୟା ସନ୍ତାନର ନାମକରଣ ମଧ୍ୟ ହେଲା। ହେଲେ ଦ୍ରୁପତୀ ଆଉ କେବେ ସାଧାରଣ ଛୁଆଙ୍କ ପରି ହସି ଖେଳି ପାରିନଥିଲା।

ଆଜି ଦ୍ରୁପତୀକୁ ୧୬ ବର୍ଷ ପୁରି ୧୭ ବର୍ଷ ବୟସ ହୋଇସାରିଛି।କିନ୍ତୁ ଜନ୍ମରୁ ଆଜି ପର୍ଯ୍ୟନ୍ତ ୧୭ ବର୍ଷ ହେଲା ବିଛଣାରେ ପଡିରହି ଛଟପଟ ଦ୍ରୁପତୀ।ନା ପାଟି ଖୋଲି କେବେ କଥା କହିପାରିଛି ନା ମାଆ ବୋଲି କେବେ ଡାକି ପାରିଛି। ଚାରି ହାତଗୋଡ ଅଚଳ ଥିବା ବେଳେ ଦେଖିବା ପାଇଁ ଦୁଇ ଆଖିରେ ରହିଛି ଦୃଷ୍ଟିଶକ୍ତି।ବାପା ମାଆ ଗରିବ ଆଦିବାସୀ ହେଲେ ମଧ୍ୟ ଝିଅର ସୁସ୍ଥ ଜୀବନର ଆଶା ବାନ୍ଧି ବହୁ ଦୁଃଖ କଷ୍ଟରେ କିଛି ଅର୍ଥ ଯୋଗାଡ କରି ଝିଅର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତର ଙ୍କୁ ସାକ୍ଷାତ କରିଛନ୍ତି।କିନ୍ତୁ ଝିଅଟି ମାଆ ଗର୍ଭରୁ ହିଁ ଭିନ୍ନକ୍ଷମ ତେଣୁ ଏହାର ଚିକିତ୍ସା ସମ୍ଭବ ନୁହଁ ବୋଲି ଡାକ୍ତର କହିଥିବା କହିଛନ୍ତି ବାପା ହାମଦୁ ମାଝୀ ।

ଅନ୍ୟ ପଟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଦ୍ରୁପତୀକୁ ସହାୟତାର ଆଶା ରଖିଥିବା ବେଳେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବାରୁ ମଧ୍ୟ ବଞ୍ଚିତ ହୋଇ ନିରାଶ ହାମଦୁ ମାଝୀ।ଏବେ ସବୁ ଆଶା ମଉଳି ଯାଇଥିବା କହିଛନ୍ତି ହାମଦୁ।ସରକାରଙ୍କ ସରକାରୀ ସହାୟତା ସରକାରୀ ବ୍ୟବସ୍ଥା ଉପରୁ ଭରସା ଉଠି ଯାଇଥିବା କହିଛନ୍ତି।ହେଲେ ପ୍ରକୃତରେ କ’ଣ ହେବ ଦ୍ରୁପତୀର ଅଭିଶପ୍ତ ମୟ ଜୀବନ। ପ୍ରଶାସନିକ ବ୍ୟବସ୍ଥା ଉପରୁ ଆସ୍ଥା ଉଠାଇଥିବା ବାପା ହାମଦୁ ମାଝୀକୁ ମିଳିପାରିବ କି ସରକାରୀ ସହାୟତା?ତାହା ଏକ ବଡ ପ୍ରଶ୍ନ।ସରକାର ଏହି ଗରିବ ଆଦିବାସୀ ଅସହାୟ ପରିବାର ପ୍ରତି ଦୃଷ୍ଟି ଦେଇ ଶଯ୍ୟାଶାୟୀ ଦ୍ରୁପତୀର ଉତ୍ତମ ଚିକିତ୍ସା ପାଇଁ ସାଧାରଣରେ ଦାବି ହେଉଛି।ହେଲେ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ କେବେ ହାମଦୁ ମାଝୀଙ୍କ ସମସ୍ୟା ର ସମାଧାନ କରିବେ ଦେଖିବାକୁ ବାକି ରହିଲା।

Related Post

କ୍ରସର୍ ଚାଲୁ କରିବା ସପକ୍ଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Posted by - September 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ୍ ଖରଭୁଇଁ ଗ୍ରାମରେ ଥିବା କ୍ରସର୍ ଗୁଡିକ ବନ୍ଦ କରିବା ଓ ପଥର କୁଆଁରୀ ଗୁଡିକ ନିଲାମ ବାତିଲ କରିବା ଦାବୀରେ ଆନ୍ଦୋଳନ ଚାଲିଥିବା ବେଳେ…

ଖଣ୍ଡରା ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ

Posted by - November 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ଗସ୍ତ କରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି…

ଭିଜିଲାନ୍ସ ଜାଲରେ କୋଟି ପତି ଲାଇଭ୍‌ ଷ୍ଟକ୍‌ ଇନ୍‌ସପେକ୍ଟର ଜଗନ୍ନାଥ ରାଉତ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼

Posted by - May 5, 2022 0
ଭୁବନେଶ୍ୱର:(ପାୟଲ ରାଉତ )ଭୁବନେଶ୍ୱର ନିକଟବର୍ତ୍ତୀ ରଘୁନାଥପୁର ରୟାଲ ଲାଗୁନ , ଜଗନ୍ନାଥ ରାଉତ ଙ୍କ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ କରିଛି।  ଭୁବନେଶ୍ବର ଉପକଣ୍ଠ ରଘୁନାଥ…

ଲକଡାଉନ ସଟଡାଉନ ଘଡିସନ୍ଦିରେ ରେମୁଣା ପ୍ରଶାସନ ପକ୍ଷରୁ ବଜାର ଜବର ଦଖଲ ଉଚ୍ଛେଦ

Posted by - August 6, 2020 0
ରେମୁଣା:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ର ରେମୁଣା ସହର ଟି ପ୍ରାୟ ୩ ଶହ ବର୍ଷ ର ପୁରାତନ ସହର ବୋଲି କୁହା ଯାଉଛି…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ

Posted by - February 29, 2020 40
ପୁରୀ:୯।୦୨ – ଶ୍ରୀଜିଉଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଶାହା।…