Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ମନମାନି , ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କଲା ମୋ ସ୍କୁଲ କମିଟି 

38 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ ) ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନି ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଆଲୁମିନି ସଦସ୍ୟ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂର୍ବରୁ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ସହମ୍ମତିରେ 28/7/ 2018ରେ ନୂତନ ସଭାପତି ଚୟନ ହୋଇଥିଲା l ପରବର୍ତ୍ତୀ ସମୟ ରେ କୋଭିଡ ପାଇଁ ଆଉ କୌଣସି ବୈଠକ ହୋଇପାରି ନଥିବା ବେଳେ  ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀ ଙ୍କ ଯୋଗଦାନ ପରେ 17/1/2022ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ  ଆଲୁମିନି ସଦସ୍ୟ ଓ ସଭାପତିଙ୍କ ତତ୍ୱବାଧାନରେ ବିପୁଳ ପାଣ୍ଠି ମୋ ସ୍କୁଲ ପାଇଁ ସଂଗ୍ରହ ମଧ୍ୟ ହୋଇଥିଲା । ପରେ ଉକ୍ତ ବିଦ୍ୟାଳୟ କୁ ସରକାର ଙ୍କ ପକ୍ଷରୁ 5ଟି ରେ ସାମିଲ ପାଇଁ ଆଦେଶ ଆସିବା ପରେ 14/7/2022ରେ ପୁନର୍ବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା

ଏଥିରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ଠାରୁ ବିଦ୍ୟାଳୟ ର ଉନ୍ନତି ପାଇଁ ଅର୍ଥ ସଂଗ୍ରହ କରାଯାଇଥିଲା l ପରବର୍ତ୍ତୀ ସମୟ ରେ ତତ୍କାଳୀନ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ 20/7/2022ରେ ତତ୍କାଳୀନ ବିଡ଼ିଓ ସ୍ମିତା ରଥ  ଓ ସ୍ଥାନୀୟ ସରପଞ୍ଚ, ସମିତି, ଯନ୍ତ୍ରୀ ଓ ମୋ ସ୍କୁଲ କମିଟି ସଭାପତି ଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହେବା ସହ ୫ଟି ର ବିଭିନ୍ନ ଦିଗ ଓ ବିଦ୍ୟାଳୟକୁ କିପରି ଅଧିକ ରୁ ଅଧିକ ଉନ୍ନତି ହୋଇପାରିବ ସେନେଇ ଏକ ବିଶେଷ ଆଲୋଚନା କରାଯାଇଥିଲା l ତେବେ ଯେଉଁଦିନ ଠାରୁ ବିଦ୍ୟାଳୟରେ ସୁଜାତା ମାଝୀ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇଛନ୍ତି ସେବେଠୁ ବିବାଦ ରେ ଛନ୍ଦି ହେଉଛି ବିଦ୍ୟାଳୟ । ତେବେ ଗତ ଅଗଷ୍ଟ ମାସ ୨୪ ତାରିଖରେ  ଏକ ଜରୁରୀ ବୈଠକ ହେବା ନେଇ ହ୍ଵାଟ୍ସଆପ ଗୃପ ମାଧ୍ୟମରେ ସୂଚନା ଦେଇଥିଲେ ।

ତେବେ ସଭାପତି ସମେତ ଅନେକ ସଦସ୍ୟ ଏତେ ଅଳ୍ପ ସମୟ ମଧ୍ୟରେ ବୈଠକ ରେ ଅନୁପସ୍ଥିତ ରହିବା ନେଇ ଗ୍ରୁପରେ ଜଣାଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମାଝୀ ତରବରିଆ ଭାବେ ୨୫ ତାରିଖ ଦିନ ନୂତନ ସଭାପତି ଚୟନ କରିଥିଲେ।  ତେବେ ଏହି ଚୟନ ପଦ୍ଧତିରେ ବିଦ୍ୟାଳୟ ପାଇଁ ପାଣ୍ଠି ଦେଉଥିବା ବହୁ ଆଲୁମିନି ସଦସ୍ୟ ଓ ସଭାପତି ଅନୁପସ୍ଥିତ ରହିଥିଲେ ବି ନୂତନ ସଭାପତି ଚୟନ କରିଥିଲେ । ତେବେ ବୈଠକର ୭ ଦିନ ପୂର୍ବରୁ ବିଜ୍ଞପ୍ତି ଦେବା ନିୟମ ରହିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମାଝୀ ଉଦ୍ଦେଶ୍ୟ ମୂଳକ ଭାବେ ତରବରିଆ ବୈଠକ ଡାକି କମିଟି ପରିବର୍ତ୍ତନ କରିଛନ୍ତି । ତେବେ ଏନେଇ ସଭାପତି ସମେତ କିଛି ଆଲୁମିନି ସଦସ୍ୟ ପ୍ରଧାନ ଶିକ୍ଷତ୍ରୀଙ୍କୁ ପଚାରିବାରୁ ମୁ ସମସ୍ତଙ୍କୁ ଜଣ ଜଣ କରି ଉତ୍ତର ଦେଇ ପାରିବି ନାହିଁ ବୋଲି କହି ଦବଙ୍ଗ ଦେଖାଇଥିଲେ । ତେବେ ଏଥିରେ ଆଲୁମିନି ସଦସ୍ୟ ନିରାଶ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି

Related Post

୪୩୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 3, 2021 0
ଯାଜପୁର:ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ…

ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା

Posted by - February 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ନିର୍ବାଚନମଣ୍ଡଳ ର ମଲ୍ଲିକାପୁର ବୁଥ ରମ ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା ଓ ଘରକୁ ଘର ବୁଲି ସଚେତନତା ବାର୍ତା ବଣ୍ଟନ।ଏହି…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - June 7, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…

ଖୁଂଟବନ୍ଧ ବସଷ୍ଟାଣ୍ଡ ରେ ନବରାତ୍ର ଦୁର୍ଗା ପୂଜା ଓ ପlରାୟଣ ଆରମ୍ଭ

Posted by - October 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ର ଖୁଂଟବନ୍ଧ ପଞ୍ଚାୟତ ଖୁଣ୍ଟ ବନ୍ଧ ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱ।ର୍ଥ ଯୁବ ପରିଷଦ…

ଅବ୍ୟବସ୍ଥା ମଧ୍ୟରେ କାଶୀପୁରର ସ୍ୱାସ୍ଥ୍ୟ ସେବା, ବ୍ଲକ ରେ ଡାକ୍ତରଙ୍କ ଘେ।ର ଅଭାବ

Posted by - April 21, 2022 0
ରାୟଗଡା: (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଥା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କାଶୀପୁର, ଟିକିରି, କୁଚେଇ ପଦର ଓ ଗରଖପୁର ଭଳି ଡାକ୍ତର…