ଘୁନସର ଠାରେ ପଞ୍ଚାୟତ ଲୋକସେବା ଶିବିର

37 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଘୁନସର ଠାରେ ପଞ୍ଚାୟତ ଲୋକ ସେବା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିପିଓ ସୁଶାନ୍ତ କୁମାର ପାଣି ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୁରଜ କୁମାର ଦୀପ, ବ୍ଳକ କୃଷି ଅଧିକାରୀ ଡ଼ମ୍ୱରୁଧର ମେହେର, ବ୍ଲକ ପ୍ରାଣୀଧନ ନିରୀକ୍ଷକ ଡ଼ା ସୁଜିତ କୁମାର ଶତପଥୀ, ଏ ପି ଓ ପ୍ରଶାନ୍ତ କୁମାର ସାହୁ, ବିପିଏମ୍ ମନୋଜ କେରକେଟା, ବି ଏସ ଏସ ଓ କନିଷ୍କ ବିଭାର ଉପସ୍ଥିତ ଥିଲେ।

ସରକାରୀ କର୍ମଚାରୀ ମାନେ ଗାଁ ଗାଁ ରେ ରହୁଥିବା ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଶିବିରଟି ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶିବିରରେ ୨୦୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ତତ୍କାଳ ୨୪ଟି ସମସ୍ୟା ସମାଧାନ ହୋଇଥିଲା ସୂଚନା ମିଳିଛି। ଶିବିରରେ ଜିଲ୍ଲା ପରିଷଦ ସଭ୍ୟା ଜୋନ ୪- ପ୍ରମିଳା ପାଥର, ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତ ମେହେର , ଘୁମୁସର ସରପଞ୍ଚ ଅନୁସାୟା ସାହୁ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

Related Post

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବି

Posted by - August 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ତୋଫାନ ପରିଡ଼ା ଙ୍କ ନେତୃତ୍ବରେ ଏକ ଛାତ୍ର ଟିମ୍ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା…

ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ, ଆକ୍ରମଣରେ ଜଣେ ଗୁରୁତର

Posted by - May 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ଥିବା ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା…

ଦେସିଲ ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀବିଗ୍ରହ ସ୍ଥାପନ ଏବଂ ନାମ ସଙ୍କୀର୍ତ୍ତନ

Posted by - December 31, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଜୟଗୁରୁ ଧର୍ମର ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ପରମପୂଜ୍ୟପାଦ ଦାଦାଙ୍କ ଦେହାବସାନ ପରେ ନୂତନ ଭାବେ ଶ୍ରୀ ଶ୍ରୀ ଅର୍କ ଦ୍ୟୋତି ଚକ୍ରବର୍ତ୍ତି (…

କାଶୀପୁର ପୋଲିସ ର ସଫଳତା, ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଗିରଫ

Posted by - May 24, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ଜୈନିକ ବୃଦ୍ଧା ସଦାମଣି ନାଏକ ବୟସ…

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…