ସାର କହିଲେ ଶନିବାର ବିଦ୍ୟାଳୟ ଛୁଟି

221 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳ ଝିରି ପଞ୍ଚାୟତର ତଳପଙ୍ଗା ପ୍ରାଥମିକ ବିଦ୍ୟାଳୟ ଗତ ଶନିବାର ୧୦ ତାରିଖ ଦିନ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା । ଏହି ବିଦ୍ୟାଳୟରେ ତଳପଙ୍ଗା ଗ୍ରାମର ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରନ୍ତି ।ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ନିୟୋଜିତ ଥିଲେ ମଧ୍ୟ ଗତ ଶନିବାର ଦିନ ସମୟ ସଖାଳ ୮ ଟା ୩୦ ଠାରୁ 9 ଟା ୩୦ ର ଦୃଶ୍ୟ ବିଦ୍ୟାଳୟରେ ତାଲା ଝୁଲୁଥିବାର ନଜିର ରହିଛି ,ଯାହାକି ଶରକାରୀ କ୍ଷେତ୍ରରେ ଉକ୍ତ ଦିନ କୌଣସି ଛୁଟି ଦର୍ଶା ଯାଇନଥିବା ସ୍ଥଳେ ଶିକ୍ଷାକ ଦ୍ବାୟ ନିଜ କାର୍ଯ୍ୟଦକ୍ଷତାର ଭରପୁର ଅବହେଳା କରିଛନ୍ତି । କିନ୍ତ ସମୟ କ୍ରମେ ନା ଏଠି ଛାତ୍ର ଛାତ୍ରୀ ଅଛନ୍ତି ନା କୌଣସି ଶିକ୍ଷକ !

ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଶିକ୍ଷକ ଦ୍ବାୟ ତଳ ଝିରି ଗ୍ରାମର ବିରସିଂ ମାଝୀ ଏବଂ ଝିରୀ ଗୁମା ଗ୍ରାମର ବଶିଷ୍ଠ ସିଂ ।ଏହି ଦୁଇଜଣ ଶିକ୍ଷକ ଦ୍ବାୟ ତଳପଙ୍ଗା ଗ୍ରାମରୁ କେବଳ ୩ କିଲୋମିଟର ଦୁରତାରେ ରୁହନ୍ତି କିନ୍ତୁ ,ଏହିଭଳି ବାରମ୍ବାର ମନମୁଖୀ ଭାବେ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୁଚନା ମୁତାବକ ଶିକ୍ଷକ ଦ୍ବାୟ ଉକ୍ତ ଦିନ ତଳ ଝିରି CRCC କିମ୍ବା ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୌଣସି ଛୁଟି ଆବେଦନ କରିନଥିଲେ ।କୁନି କୁନି ଛାତ୍ର ଛାତ୍ରୀ ଗାଁ ଦାଣ୍ଡରେ ଖେଳୁ ଥିବା ବେଳେ ପ୍ରକାଶ କରିଛନ୍ତି ଯେ, ତାଙ୍କୁ ଶାର ଆଜି ୧୦ ତାରିଖ ଶନିବାର ବିଦ୍ୟାଳୟ ଛୁଟି ଥିବାର କହିଥିଲେ ଗତକାଲି ଶୁକ୍ରବାର ୯ ତାରିଖରେ, ଏଥି ସକାଶେ ସେମାନେ ବିଦ୍ୟାଳୟ କୁ ଆଜି ଯାଇନଥିବାର ପ୍ରକାଶ କରିଥିଲେ ।

ବର୍ତ୍ତମାନ ତଳ ଝିରି ପଞ୍ଚାୟତରେ ଏହି ଭଳି ଅନେକ ବିଦ୍ୟାଳୟ ଅଛି ଯେଉଁଠି ଶିକ୍ଷକ ମାନେ ବିଭିନ୍ନ ଆଳ ଦେଖାଇ ଏହି ଭଳି ଅବହେଳାରେ ନିଜ ମନମୁଖୀ ରେ କାର୍ଯ୍ୟ ସମ୍ପାଦନ କରନ୍ତି ଯାହାକି’ ବ୍ଲକ ଶିକ୍ଷା ବିଭାଗର ଜ୍ଞାତ ହେଲେ ମଧ୍ୟ କୌଣସି ଠୋଶ ପଦକ୍ଷେପ ନେବା ବ୍ୟତୀତ ନିରୋବ ଦ୍ରୋଷ୍ଠା ସାଜିଛନ୍ତି ।

Related Post

ପୋତାଧନ ପାଇବା ଆଶାରେ ବାପାକୁ ବଳି ଉଦ୍ୟମ, ପୁଅ ଓ ପୂଜକ ଗିରଫ

Posted by - April 30, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାତାରାତି କୋଟିପତି ହେବା ନିଶା ଓ ପ୍ରଚୁର ସୁନା ରୂପାରେ ପରିପୂର୍ଣ୍ଣ ହଣ୍ଡା ପାଇବା ଆଶାରେ ନିଜ ବାପାକୁ…

ନକଲି ପାଣି ବୋତଲ କାରଖାନା ଉପରେ ପୁଲିସର ଚଢାଉ ୨ ଗିରଫ

Posted by - October 27, 2020 0
ଭୁବନେଶ୍ଵର : ଚନ୍ଦକା ଥାନା ପୁଲିସ ଭୁବନେଶ୍ଵର ଉପକଣ୍ଠ ଛତାବର ପଞ୍ଚାୟତର ଗ୍ରାମଡିରେ ଚାଲିଥିବା ଏକ ନକଲି ପାଣି ବୋତଲ କମ୍ପାନୀ ଉପରେ ଚଢ଼ାଉ କରି ବିପୁଳ…

ଫେବୃୟାରୀ ୧୬ ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନକଲି ମତଦାତାଙ୍କ ଉପରେ ଲାଗିବ ରୋକ୍

Posted by - February 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଫେବୃୟାରୀ ୧୬ ତାରିଖ ଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ।ଏହି ପରିପ୍ରେକ୍ଷରେ ରାଜ୍ୟ ନିର୍ବାଚନ କମିଶନଙ୍କ…