ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓକିଲ ମାନଙ୍କ ପ୍ରତି ଲୋକଙ୍କ ଧାରଣା ଥାଏ ଯେ କୋର୍ଟରେ ଖାଲି କେଶ ଲଢ଼ିବା ଏମାନଙ୍କ କାମ, ଟିଟିଲାଗଡ଼ ଓକିଲ ସଙ୍ଘ ଲୋକଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ସମସ୍ତ ଜନସାଧାରଣଙ୍କ ନିମନ୍ତେ ଏକ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପର ଆୟୋଜନ ରବିବାର ସ୍ଥାନୀୟ କୋର୍ଟ ପରିସରରେ ଥିବା ଓକିଲ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ରାୟପୁର ସ୍ଥିତ ସାଗର ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଏହି ଶିବିରରେ ପଞ୍ଜୀକୃତ ହୋଇଥିବା ୨୧୬ ଜଣ ପୁରୁଷ ଓ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଓକିଲ ସଂଘ ତରଫରୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଏହି ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସଫଳ କରିବା ପାଇଁ ପୂର୍ବରୁ ସଂଘ ପକ୍ଷରୁ ସହରର ବିଭିନ୍ନ ଜନ ଗହଳି ସ୍ଥାନରେ ହୋଡ଼ିଂ ,ବ୍ୟାନର ଆଦି ଲଗାଯାଇ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିବା ବେଳେ ଏହା ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ବେଶ ଆଦୃତ ହୋଇଛି। ସଂଘ ସଭାପତି ସଞ୍ଜୟ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଶଲ୍ୟ ଚିକିତ୍ସା,କିଡନୀ ରୋଗ ସମ୍ବନ୍ଧୀୟ ଚିକିତ୍ସା, ଶ୍ୱାସରୋଗ ସମ୍ବନ୍ଧୀୟଚିକିତ୍ସା,ବିପି,ସୁଗର,
ଥାଇରଏଡ଼ ଚିକିତ୍ସା ସହ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ମାଗଣା ଇସିଜି, ଏକ୍ସ୍ରରେ ଓ ପାଥୋଲୋଜିର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଥିଲା।
ଦିନ ୧୦ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ଶିବିର ପରିଚାଳିତ ହୋଇଥିଲା, ଏହି ଶିବିରକୁ ଆସିଥିବା ମୂଖ୍ୟ ଅତିଥି ଶ୍ରୀମତି ଟୁକୁନି ସାହୁ ମଧ୍ୟ କିଛି ସମୟ ରହି ଶିବିର ବୁଲି ଦେଖିବା ପରେ ନିଜର ବିପି ଚେକ କରାଇଥିଲେ। ଶିବିର ଶେଷ ହେବାପରେ ସଂଘ ପକ୍ଷରୁ ସ୍ଥାନୀୟ ଦୌରାଜର୍ଜଙ୍କ ଦ୍ଵାରା ଶିବିର ପରିଚାଳିତ କରୁଥିବା ବିଶେଷଜ୍ଞ ଡାକ୍ତରୀ ଟିମ ଡ.ଭକ୍ତବନ୍ଧୁ କୁମ୍ଭାର, ଡ.ଜୟ ପଟେଲ ,ଡ.ରଂଜନ ପଟେଲ, ପ୍ରେମରାଜ ଦେବତା, କ୍ଷିତିଜ୍ ବୁମହା ପ୍ରମୁଖଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିବା ବେଳେ ସହଯୋଗୀ ଷ୍ଟାଫଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ବିଶେଷ ସହଯୋଗ କରିଥିବା ସମାଜସେବୀ ହରି ନାରାୟଣ ବହିଦାରଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ କାର୍ତିକେଶ୍ୱର ଛତର ,ତୁଳସୀରାମ ସାହୁ,ପଙ୍କଜ ପାଢ଼ୀ,ଅଖିଳ ପଣ୍ଡା,ବିକାଶ ଭୋଇ,ବିରେନ୍ଦ୍ର ବାଗ, ଶ୍ରୀକାନ୍ତ ବେହେରା, ରଘୁନାଥ ରଥ, ଜୟନ୍ତ ପଣ୍ଡା,ଶ୍ୟାମା ପ୍ରସାଦ ଗରିଆ, ପୃଥ୍ୱୀରାଜ ସିଂ , କାଳୀ ମୁଖାର୍ଜୀ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ତଥା ଆଇନଜୀବୀ ମାନେ ସହଯୋଗ କରିଥିଲେ।