ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ କର୍ମକର୍ତ୍ତା ନିର୍ବାଚନ

40 0

ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ସଦମହକୁମାରେ ଥିବା ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଙ୍ଘ ର ପୂର୍ବତନ ସାଧାରଣ ସମ୍ପାଦକ କୁଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲା ଠିକାଦାର ସଙ୍ଘର କମିଟି ପୁନର୍ଗଠନ ହୋଇଛି । ଜିଲ୍ଲା ଠିକାଦାର ସଙ୍ଘ ସଭାପତି ଭାବେ ଜୟମାଧବ ମିଶ୍ର , ଉପ ସଭାପତି ଭାବେ ସଞ୍ଜୀବ ବେଦବାକ, ସାନ୍ତୁନୁ ବାଘ, ସୁମିତ ପୂଜହାରୀ, ଶ୍ୱାସତ ମିଶ୍ର, ସାଧାରଣ ସମ୍ପାଦକ ଭାବେ ରାମକୃଷ୍ଣ ଦାସ, ସହ-ସମ୍ପାଦକ ଭାବେ ସୁଧୀର ପଣ୍ଡା, ଶିବନାରାୟନ ବହିଦାର, ବିଭୁତିଭୂଷଣ ଦାଶ, ସଞ୍ଜୀବ ସାହୁ, ସତ୍ୟ ନାରାୟଣ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ସଭ୍ୟ ଭାବେ ବରିଷ୍ଠ ଠିକାଦାର କୁଶ କୁମାର ସାହୁ ଓ ରାମ ମିଶ୍ର ଙ୍କୁ ଜିଲ୍ଲାର ଠିକାଦାର ସଙ୍ଘ କମିଟିର ସଦସ୍ୟ ମାନଙ୍କ ସର୍ବ ସମ୍ବତି କ୍ରମେ ଚୟନ କରାଯାଇଛି।

ଆଜିର ବୈଠକରେ ଆଲୋଚନା କରାଯାଇ ପୂର୍ବରୁ ଚାଲିଥିବା ସିଡୁଲ ରେଟ ରେ ଜିଲ୍ଲାରେ 5 ଲକ୍ଷ୍ୟ ରୁ ଏକ କୋଟି ମୂଲ୍ୟ ପର୍ଯ୍ୟନ୍ତ ଟେଣ୍ଡର କାର୍ଯ୍ୟ ଜିଲ୍ଲା ଠିକାଦାର ମାନେ ଟେଣ୍ଡର ପକେଇବା ପାଇଁ ପୁନଶ୍ଚ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିବା ନେଇ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବାହାର ଠିକାଦାର ମାନଙ୍କୁ ପ୍ରସାରିତ ଖବର ମାଧ୍ୟମରେ 5 ଲକ୍ଷ୍ୟ ରୁ 1 କୋଟି ମୂଲ୍ୟ ର ଟେଣ୍ଡର କାର୍ଯ୍ୟ ରେ ଭାଗ ନ ନେବାକୁ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି। ପରିଶେଷରେ ଆଜିର ବୈଠକରେ ଜିଲ୍ଲାର ବହୁ ଠିକାଦାର ଯୋଗ ଦେଇଥିବା ବେଳେ ସଭା ଶେଷରେ ଜିଲ୍ଲା ଯୁବ ଠିକାଦାର ଜ୍ୟୋତିରଞ୍ଜନ କୁଶଳ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ମେଘପାଳରେ ଓଡିଶା ପୁଷ୍ଟି ମହୋତ୍ସବ

Posted by - December 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ମେଘପାଳ ଗ୍ରାମରେ ଆଜି ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇଛି ।ମେଘପାଳ ଆଞ୍ଚଳିକ ମଂଚ ପକ୍ଷରୁ ସିଆରପି ସଞ୍ଜୁବାଳା ପ୍ରଧାନଙ୍କ…

ଦୁଇ ଦିନିଆ ସ୍ବେଛାସେବୀ ତାଲିମ ଶିବିର ଉଦଘାଟନ

Posted by - September 15, 2022 0
ରାୟଗଡା: (ଅଞ୍ଜନ କୁମାର ନାଏକ)  ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଜାଗରଣ ମଞ୍ଚ,ଓଡ଼ିଶା ଶ୍ରମଜୀବୀ ମଞ୍ଚ,…

ଯାଜପୁର ବରୀ ରେଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର

Posted by - February 28, 2019 12
ଯାଜପୁର:ଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର।ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ର ଗୋବିନ୍ଦପୁର ଗ୍ରାମର ସୁପ୍ରଭା ସାହାଣୀ, ଧ୍ରୁବ ଚରଣ ସାହାଣୀ ,…

ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର କୁ ମିଳିଲା ମୃତ୍ୟୁକାଳୀନ ସହାୟତା ।

Posted by - September 11, 2021 0
ଯାଜପୁର ଜିଲାର ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର କୁ ମିଳିଲା ମୃତ୍ୟୁକାଳୀନ ସହାୟତା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କର୍ତବ୍ୟରତ ସାମ୍ବାଦିକ ୱେଲପେଂୟାର ପଂଣ୍ଡରୁ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିଛି । ସାମ୍ବାଦିକ ଉତ୍କଳ ଜେନା ଏବଂ ଅନିରୁଦ୍ଧ ସାମନ୍ତରାୟଙ୍କ ପରିବାର କୁ ଏହି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛିIଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମୃତକ ସାମ୍ବାଦିକଙ୍କ ପରିବାରଙ୍କୁ ଭେଟି ଚେକ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ଅନୁଦାନ ପାଇଁ ମୃତକ ଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୟରେ ଯାଜପୁର ପ୍ରେସ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

କଣ୍ଟିପୁର ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

Posted by - March 10, 2021 0
ଯାଜପୁର ଅଫିସ : ବିଂଝାରପୁର କଣ୍ଟିପୁର ସ୍ଥିତ ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ ହୋଇଯାଇଛି । ବିଂଝାରପୁର ବିଧାୟିକା ପ୍ରମିଳା ମଳିକ…