ବୁଢ଼ୀବାହାଲରେ ବିଜୁ ଜନତା ଦଳର ନୁଆଁଖାଇ ଭେଟଘାଟ, ନବନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

66 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ବ୍ଲକସ୍ତରୀୟ ନୁଆଁଖାଇ ଭେଟଘାଟ ତଥା କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଜେଡି ବ୍ଲକ ସଭାପତି ତଥା ବିଧାୟକ ପ୍ରତିନିଧି ରମେଶ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବିଧାନସଭା ସରକାରୀ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦେଇଥିଲେ l ସମ୍ମାନିତ ଅତିଥିରୂପେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ଶୁଖିରାମ ଷଣ୍ଢ, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ପାଥର, ବ୍ଲକ ମହିଳା ସଭାନେତ୍ରୀ ରଞ୍ଜିତା ସୁନା, ଜୋନ ସଭାପତି ସତ୍ୟନାରାୟଣ ମେହେର, ସିମାଞ୍ଚାଲ ପୁରୋହିତ ପ୍ରମୁଖ ଯୋଗଦେଇ ନୁଆଁଖାଇ ର ଅଭିନନ୍ଦନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ l

ଏହି ଅବସରରେ ନିର୍ବାଚିତ ନୂତନ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଓ ନିର୍ଦ୍ଦେଶକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଶତାଧିକ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଥିବା ବେଳେ ଅତିଥି ମାନେ ସ୍ୱାଗତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ଭାରତୀ ମେହେର, ଚନ୍ଦ୍ରକାନ୍ତି ବେହେରା, ବ୍ଲକ ଯୁବ ସଭାପତି ବେଲାର ମେହେର, ବ୍ଲକ ଛାତ୍ର ସଭାପତି ନାରାୟଣ ମେହେର, ଜିଲ୍ଲା କମିଟି ସଦସ୍ୟ ଇନ୍ଦ୍ରମଣି ସାହୁ, ବରିଷ୍ଠ ସଦସ୍ୟ ଗୋବିନ୍ଦ ବାରିକ, ପୂର୍ବତନ ସରପଞ୍ଚ ସୋଭାପତି ପାଥର ପ୍ରମୁଖ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ପଟେଲ ପରିଚାଳନା କରିଥିବା ବେଳେ ଭିକାରି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକ ରେ ବ୍ଲକ ର ସମସ୍ତ କର୍ମୀମାନେ ଯୋଗଦେଇଥିଲେ l

Related Post

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ (ନନ୍ଦନବନ) ପ୍ରଥମ ସାଧାରଣ ପରିଦଷ ବୈଠକ 

Posted by - July 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ(ନନ୍ଦନବନ) ପ୍ରକଳ୍ପର ପ୍ରଥମ ସାଧାରଣ ପରିଷଦ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ…

ବୌଦ୍ଧ ଜିଲ୍ଲାପାଳ ଓ SP ଙ୍କ କାର୍ଯ୍ୟାଳୟ ରେ ବନ୍ଧୁତା ଦିବସ ପାଳିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସୁପେରିଟେଣ୍ଡ ପୋଲିସ କାର୍ଯ୍ୟାଳୟରେ ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇ ସହ ବନ୍ଧୁତା ଦିବସ…

ସମ୍ବଲପୁରି ହପ୍ତା ଉଦ୍‌ଘାଟିତ

Posted by - December 26, 2021 0
ସମ୍ବଲ୍‌ପୁର:(ରମାକାନ୍ତ ବିଶ୍ବାଳ) ସ୍ଥାନୀୟ ବିଶାଲଖିଣ୍ଡା ଗାଁରେ ସମ୍ବଲ୍‌ପୁରି ଭାସା ଏକାଡ଼େମି ଆଡ଼ୁ ସମ୍ବଲପୁରି ହପ୍ତା ଛାତ୍ର ଛାତ୍ରୀଙ୍କ ଦ୍ବାରା ସାମୁହିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହା…

ଚଳିତ ଗ୍ରୀଷ୍ମ କାଳୀନ ଆମ୍ବ ବଗିଚା ମାନଙ୍କରେ ପୂର୍ବ ବର୍ଷ ଭଳି ଆଶି ନାହିଁ ଆମ୍ବ। ଦର ହେ।ଇପାରେ ଆକାଶ ଛୁଆଁ ……

Posted by - April 19, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗଣ୍ଡା ମାନଙ୍କରେ ଥିବା ଆମ୍ବ ବଗିଚା ଗୁଡିକ ରେ ପୂର୍ବ ବର୍ଷ ତୁଳନାରେ ଚଳିତ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମନରେଗା କାର୍ଯ୍ୟ ରେ ହୋଇଥିବା ଦୁର୍ନୀତି କୁ ଦୂର କରିବାକୁ ଆନ୍ଦାଳନ ପାଇଁ ସଜବାଜ !

Posted by - September 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖଲି ପଞ୍ଚାୟତ ସ୍ତରୀୟ ଏକ ସଭା ଖଳାବାହାଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମସ୍ତ…