କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ

48 0

ଭୁବନେଶ୍ୱର: (ପାୟଲ ରାଉତ)କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ ।ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡୟମରେ ସକାଳ ୧୧.୫୫ ମିନିଟ୍ ସମୟ ରେ Federation International de football association (FIFA) women’s world cup INDIA 2022 ର ଲୋଗୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଥିବା ବେଳେ, ଏହି ଅବସରରେ ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଛନ୍ତି ।କଳିଙ୍ଗ ଷ୍ଟାଡିଅମରେ ତିନୋଟି ମ୍ୟାଚ ଖେଳାଯିବା ପାଇଁ ଆୟୋଜନ କରାଯାଉଛି।ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ।

୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।୧୪ ତାରିଖରେ ଭାରତ ବନାମ ମୋରୋକୋ ମ୍ୟାଚ ଖେଳାଯିବ। ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଏଠାରେ ଖେଳାଯିବ।ଏହି କାର୍ଯକ୍ରମ ରେ 5T ସଚିବ ଭି. କେ ପଣ୍ଡିଆନ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଏବଂ ପ୍ରାୟ ୫୦୦-୬୦୦ ଛାତ୍ର ଛାତ୍ରୀ ଏବଂ ଭୁବନଶ୍ବରରେ ର ସମସ୍ତ CRCC ଏବଂ PET ମଧ୍ୟ ଉପସ୍ଥିତ ଥିଲେ।PET ମାନଙ୍କ ଦ୍ଵାରା ପିଲାମାନଙ୍କୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Related Post

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଏମସି ର ସୋ’ରୁମ୍ ସିଲ୍

Posted by - June 11, 2020 0
ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୪ଟି ମାମଲା…

ଅନଗୁଳ ଜିଲ୍ଲାରେ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା.

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ଆଜି ( ଗୁରୁବାର) ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ପଜିଟିଭ୍ ସଂଖ୍ୟା ୧୦୨୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ…

ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ସମ୍ବଲପୁରୀ ଦିବସ ରୂପେ ପାଳନ

Posted by - August 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଅଗଷ୍ଟ ୧ ସମ୍ବଲପୁରୀ ଦିନ। ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା…

ଆଉ ୧୦ ଦିନ ପରେ ବ୍ରଜରାଜନଗର ଉପ ନିର୍ବାଚନ,ବିଜେଡିର ଜୋରଦାର ପ୍ରଚାର

Posted by - May 22, 2022 0
ସମ୍ବଲପୁର/ଝାରସୁଗୁଡା:(ରମାକାନ୍ତ ବିଶ୍ବାଳ )ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବ୍ରଜରାଜନଗର ମ୍ୟୁନିସିପାଲଟି ରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର l ବ୍ରଜରାଜନଗର ମୁନିସିପାଲିଟି ର ୱାର୍ଡ…

ଜାତୀୟ ରାଜପଥରୁ ଉଦ୍ଧାର ଛାତ୍ରକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଗଲା

Posted by - June 21, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସୁଦୁର ନେପାଳ ରୁ ପଳାଇ ଆସିଥିବା ଶିଶୁକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ…