ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ

53 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସେପ୍ଟେମ୍ବର ମାସ ୯ ତାରିଖ ଆଜିର ଦିନରେ ଏହି ଡିଏଭି ମହାବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗର ବିଧାୟିକା ତଥା ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ମୂଖ୍ୟ ବକ୍ତା ଭାବେ ପ୍ରଫେସର ଡ ହରେକୃଷ୍ଣ ଶତପଥୀ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀଯୁକ୍ତ ହଳଧର ନାଗ, ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଦଳ ଗୋବିନ୍ଦ ବିଶି, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଧୁ ସୁଦନ ମିଶ୍ର , ଅଧ୍ୟାପକ ପ୍ରଣବ ପୁରୋହିତ ମଞ୍ଚାସିନ ଥିଲେ।ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ଅଧକ୍ଷ ଶ୍ରୀ ମିଶ୍ର କହିଥିଲେ ଯେ ଏହି ଅଞ୍ଚଳର ବହୁତ ଛାତ୍ର ଛାତ୍ରୀ ଏଠାରେ ପାଠ ପଢି ମହାବିଦ୍ୟାଳୟର ତଥା ଟିଟିଲାଗଡ ସହର ପାଇଁ ବହୁତ କୀର୍ତ୍ତି ଅର୍ଜନ କରି ଆଜି ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଆକାରରେ ପରିଚିତ ହୋଇ ପାରିଛନ୍ତି, ଉପଜିଲ୍ଲାପାଳ ଶ୍ରୀ ମହାଜନ ଆଜିର ଯୁବପିଢି ପାଖରେ ହାତ ପାହାନ୍ତରେ ସବୁ ଜିନିଷ ଉପଲବ୍ଧ ହୋଇପାରୁଛି ସେହି ଜିନିଷ ଏବଂ ପାଠ ପଢାରେ ଧ୍ୟାନ ଦେଲେ ବହୁତ କିଛି ହାସଲ କରିପାରିବେ ବୋଲି କହିଥିଲେ।

ମୂଖ୍ୟ ବକ୍ତା ଶ୍ରୀ ଶତପଥି ପ୍ରଥମେ ସମସ୍ତଙ୍କୁ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ଏହି ଅନୁଷ୍ଠାନର ନୀତି, ଆଦର୍ଶ, ଏହି ଅନୁଷ୍ଠାନରେ ଶିକ୍ଷାଦାନ କରିଥିବା ସମସ୍ତ ଅଧ୍ୟାପକଙ୍କ ଶିକ୍ଷାଦାନର ଫଳ ସ୍ଵରୁପ ଭଲ ବିଦ୍ୟାର୍ଥୀ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ସେଥିପାଇଁ ମହାବିଦ୍ୟାଳୟର ନାମ ଆଜି ଚାରିଆଡ଼େ ପରିଚୟ ସୃଷ୍ଟି କରିପାରିଛି। ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଏହି ମହାବିଦ୍ୟାଳୟର ପୁର୍ବ ସ୍ଥିତି ଠାରୁ ଆଜି ଯାହାବି ବିକାଶ ହୋଇଛି ସେଥିରେ ସମସ୍ତଙ୍କ ସହଯୋଗ ତଥା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସ୍ଵରୁପ ଆଜି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏହି ମହାବିଦ୍ୟାଳୟରେ ସମ୍ଭବ ହୋଇପାରିଛି ବୋଲି କହିବା ସହିତ ଶିକ୍ଷାର ମୂଲ୍ୟ କଣ ? ଶିକ୍ଷା ହିଁ ଗୋଟିଏ ଭଲ ମଣିଷ ଗଠନର ମୂଳମନ୍ତ୍ର ବୋଲି କହିଥିଲେ।

ସମ୍ମାନିତ ଅତିଥି ହଳଧର ନାଗ ବିଦ୍ୟା ଲାଭ କଲେ କେବଳ ହେବନି ଶିକ୍ଷାର ସଦୁପଯୋଗ କରିଲେ ହିଁ ଜିବନ ସାର୍ଥକ ହେବ ବୋଲି କହି ଯାହା ନାହିଁ ଭାରତେ ତାହା ନାହିଁ ଜଗତେ ବୋଲି ନିଜ କବିତା ପରିବେଷଣ କରି ସମସ୍ତଙ୍କ ମନ ମୋହି ନେଇଥିଲେ, ଗୋଟିଏ ନିମିତ୍ତ ମାତ୍ର କୋଶଳୀ ଭାଷାର କବିକୁ କିପରି ପଦ୍ମଶ୍ରୀ ପୁରସ୍କାର ମିଳିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ। ମହାବିଦ୍ୟାଳୟର ଟପ୍ପର, ଭଲ ନମ୍ବର ରଖିଥିବା ବିଭିନ୍ନ ବିଭାଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ପରିଚାଳନା କମିଟିର ସଭାପତି ଶ୍ରୀ ଦଳ ଗୋବିନ୍ଦ ବିଶି ନିଜର ବକ୍ତବ୍ୟ ପ୍ରଦାନ କରି ଡିଏଭି ମହାବିଦ୍ୟାଳୟର ଉନ୍ନତି କରୁଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

କରୋନା ମହାମାରୀ କୁ ପ୍ରତିହତ କରିବା ସକାଶେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ

Posted by - July 30, 2022 0
ବରଗଡ: (ରମାକାନ୍ତ ବିଶ୍ଵାଳ) ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ସକାଶେ ସରକାର ବାରମ୍ବାର ବିଭିନ୍ନ ପ୍ରକାରର ସଚେତନ ବ୍ୟବସ୍ଥା କରି ଜନସାଧାରଣ ଙ୍କ ହିତ ସାଧନ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ କଲମପୁର ବ୍ଲକଅଞ୍ଚଳଗସ୍ତବିଭିନ୍ନଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

Posted by - June 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଆଜି କଲମପୁର ବ୍ଲକ ଗସ୍ତକରି ବିଭିନ୍ନ କାର୍ଯ୍ୟସ୍ଥଳୀ…

ବିଧାୟକଙ୍କ ଦ୍ୱାରା ଅନାଥ ଓ ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

Posted by - May 21, 2022 0
କୋରାପୁଟ :(ଏସ୍ ସୁନ୍ଦରମ୍) କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ୱାର୍ଲର୍ଡ ଭିଜନ ଏନଜିଓ ତରଫରୁ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ରାଜଧାନୀ ଭୁବନେଶ୍ବରରେ ଯୁଆଡ଼େ ଦେଖିବ ସିଆଡେ ଖାଲଖମା ।

Posted by - September 5, 2019 26
ଭୁବନେଶ୍ୱର ୪।୯-ଆମେ ଯେପରି ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ , ସରକାର ସେପରି ଭିତ୍ତିଭୂମି ସଜାଡିବା ସହ ଦୁର୍ଘଟଣା ରୋକିବାକୁ ରାସ୍ତା ମରାମତି କରିବା ଜରୁରୀ ।ସ୍ମାର୍ଟ…