Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଗରିବଙ୍କ ଉନ୍ନତି ପାଇଁ ସମାଜ ଉଦାହରଣୀୟ କାର୍ଯ୍ୟ କରୁଛି:-ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

564 0

କଟକ: ଦୈନିକ ଖବରକାଗଜ ସମାଜର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ସମାଜ ଶତବାର୍ଷିକୀରେ ଯୋଗ ଦେଇ ଆନନ୍ଦିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି।କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ଅପରାହ୍ନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି କହିଲେ ସ୍ବାଧୀନତା ସଂଗ୍ରାମୀ ଗୋପବଂଧୁ ଦାସଙ୍କ ଖବରକାଗଜ ‘ସମାଜ’ ଶହେ ବର୍ଷରେ ପଦାର୍ପଣ କରିବା ଗୌରବର ବିଷୟ। ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ଖବରକାଗଜଗୁଡ଼ିକ ସବୁବେଳେ ସ୍ଥାନୀୟ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଦିଗରେ କାମ କରିବା ସହିତ ଜନସାଧାରଣଙ୍କ ଅଧିକ ନିକଟତର ହେବା ଉଚିତ୍। ତାହା ହେଲେ ରାଜ୍ୟର ବିକାଶ ଘଟିବା ସଂଗେ ସଂଗେ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହୋଇପାରିବ ବୋଲି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଆଶାପୋଷଣ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ କହିଲେ, ଗଣମାଧ୍ୟମ ସର୍ବଦା ନାରଦ ଭୂମିକା ତୁଲାଇଥାଏ। ‘ସମାଜ’ ଏହି ନୀତିକୁ ଅନୁସରଣ କରି ଶହେ ବର୍ଷରେ ପହଞ୍ଚି ପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଅମ୍ଲଜାନ। ଗଣମାଧ୍ୟମ ଯେତେ ସ୍ବାଧୀନ ହେବ, ଗଣତନ୍ତ୍ର ସେତେ ମଜବୁତ ହେବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ବାଢ଼ିଥିଲେ

ଗଣମାଧ୍ୟମ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ନାଇଡୁ କହିଲେ, ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନ ଥିବା ବାହନ ଭଳି। ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଗଣମାଧ୍ୟମକୁ ଗଣତନ୍ତ୍ରକୁ ସହାୟତା, ପରିପୃଷ୍ଟ ଓ ସମୃଦ୍ଧ କରିଥାଏ। ଏହା ଏକ ଜାତୀୟ ସମ୍ପତ୍ତି। ସାମ୍ବାଦିକମାନେ ଏହାକୁ ଜନସାଧାରଣଙ୍କ ବିଶ୍ୱାସରେ ଉପଯୋଗ କରିଥାନ୍ତି। ଏହି ଗୁରୁଦାୟିତ୍ୱକୁ ଧ୍ୟାନରେ ରଖି ଗଣମାଧ୍ୟମ ସର୍ବଦା ସଚ୍ଚୋଟ ଓ ସତ୍ୟବାଦୀ ରହିବା ଆବଶ୍ୟକ।

Related Post

ବାରିପଦା ପିଆରଏମ ମେଡିକାଲର ତର୍ଜମା କଲେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ।

Posted by - October 13, 2019 0
ମୟୁରଭଞ୍ଜ-13/10/2019 କେନ୍ଦୁଝର ଜିଲ୍ଲା ପରିଦର୍ଶନ ପରେ ଦିନ ୩.୩୦ମିରେ ୫ -ଟି ସଚିବ, ଶ୍ରୀ ପାଣ୍ଡିଆନ, ରାଜ୍ୟ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ…

ଶେଷ ରେ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମ କୋର୍ଟ,ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ:-ପୁରୀ ଜିଲ୍ଲା ପ୍ରଶାସନ

Posted by - June 22, 2020 125
ନୂଆଦିଲ୍ଲୀ :ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ…

ଅବକାରୀ ବିଭାଗରେ ପଶିଲା କରୋନା ,ସିଲ ହେଲା କାର୍ଯ୍ୟାଳୟ

Posted by - July 23, 2020 0
ଅନୁଗୁଳ :(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲାରୁ ଗତକାଲି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅବକାରୀ ଅଧୀକ୍ଷକଙ୍କ ସମେତ ୩ ଜଣ କରୋନା…

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - June 10, 2021 0
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ…

ଜେନାପୁର ରେଖିଦେଇପୁର ଓ ପାଇକରାପୁର ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

Posted by - April 25, 2022 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଜେନାପୁର ରେଖିଦେଇପୁର ଓ ପାଇକରାପୁର ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ। ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ…

Leave a comment

Your email address will not be published.