ବିବାହବନ୍ଧନରେ ଆବଦ୍ଧ ହେଲେ ଦୁଇ ହାର୍ଡକୋର୍ ମାଓବାଦି

59 0

ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦିନେ ଥିଲେ ହାର୍ଡ କୋର୍ ମାଓବାଦି l ବର୍ତ୍ତମାନ ସାଜିଲେ ସାତଜନ୍ମର ସାଥି l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୁଆପଡା ଜିଲ୍ଲା ସଦରମହକୁମା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ l ଦାଲମତି କମାର ଓରଫ୍ ମାଧୁରି ଏବଙ୍ଗ ରାହୁଲ ମୁସାକି ଓରଫ୍ ପିଣ୍ଟୁ ଏହି ଦୁଇ ହାର୍ଡ କୋର୍ ମାଓବାଦି ହିଂସା ତଥା ମାଓ ଆଦର୍ଶ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସଙ୍ଗେ ସଙ୍ଗେ ଏକ ସାଧାରଣ ଜୀବନ ଜାପନ କରିବା ଉଦ୍ଦେଶ୍ୟରେ ବ୍ୟବହାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି l ନୁଆପଡା ପୋଲିସ ପକ୍ଷରୁ ଦୁଇଜଣ ଙ୍କ ବିବାହ ଉତ୍ସବ ପୋଲିସ ରିଜର୍ଭ ଠାରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ରିତି ନିତି ଅନୁସାରେ ଅୟୋଜିତ ହୋଇଥିବା ବେଳେ ଏଥିରେ ଖୋଦ୍ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଯୋଗଦାନ କରି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ l

ଖରିଆରରୋଡ ଜୋଙ୍କ୍ ଥାନା ଅଧିକାରୀ କୈଳାଶ ସେଠୀ ବରପିତା ହୋଇଥିବା ବେଳେ ନୁଆପଡା SDPO ପ୍ରଶାନ୍ତ ପଟ୍ଟନାୟକ କନ୍ୟାପିତା ଦାୟିତ୍ଵ ତୁଲାଇଥିଲେ l ଏହିଅବସରରେ ପୋଲିସ୍ ପକ୍ଷରୁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା l ସୁଚନାଯୋଗ୍ୟ ଜେ,ନୁଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କୁନ୍ଦେନଝରିଆ ଗ୍ରାମର ଦାଲମତି କମାର ଓରଫ୍ ମାଧୁରି ୨୦୧୬-୧୭ ରେ ମୈନପୁର ମାଓବାଦି ଡିଭିଜନରେ ଯୋଗଦେଇଥିଲେ , ତେବେ ସେଥାରେ ନିର୍ଜ୍ୟାତନା ସହି ନ ପାରି ଗତ ନଭେମ୍ବର ମାସ୍ ୧୩ ତାରିଖ ଦିନ ନୁଆପଡା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ l ସେହିଭଳି , ଛତିସଗଡ଼ ର ରାହୁଲ ମୁସାକି ଓରଫ୍ ପିଣ୍ଟୁ ଗତ ସେପ୍ଟେମ୍ବର ୨୦୨୧ରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ l

ରାହୁଲ କେକେବିଏନ୍ ମାଓବାଦି ଡିଭିଜନରେ ଯୋଗଦେଇ କ୍ୟାଡର ମାଓବାଦି ବାଲକ୍ରିଷ୍ନା ର ଅଙ୍ଗରକ୍ଷକ ଭାବେ କାମ କରୁଥିଲେ l ଏହି ଦୁଇ ହାର୍ଡ କୋର୍ ମାଓବାଦି ଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରଷ୍କାର ରାସି ଘୋଷଣା ହୋଇଥିଲା l କିନ୍ତୁ ମାଓବାଦି ରାସ୍ତା ପରିତ୍ୟାଗ କରିବା ସହ ସମାଜର ମୁଖ୍ୟ ଧାରାରେ ସମିଲ ହେବା ସଙ୍ଗେ ସଙ୍ଗେ ଦୁହେଁ ଦୁହିଁଙ୍କ ହାତ ଧରି ବିବାହ କରିବା ପାଇଁ ସ୍ଥିର କରିଥିଲେ l ପୋଲିସ ର ଏହିପରି ପଦକ୍ଷେପ କୁ ସାଧାରଣ ରେ ଭୁରି ଭୁରି ପ୍ରସଂସା କରାଜାଇଛି l ଏହି ବିବାହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନୁଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ତଥା CRPF ଅଧିକାରୀ ଓ ଯବାନ ଏବଂ ଜିଲ୍ଲାର ବହୁ ଅଧିକାରୀ ମାନେ ସାମିଲ ହୋଇଥିଲେ

Related Post

ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌

Posted by - December 15, 2019 0
ଗଜପତି:ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ ପିକ୍‌ନିକ୍‌ ସାରି…

ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

Posted by - March 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ଅମରୀଶ ପଣ୍ଡା I ଗତ ଫେବୃୟାରୀ ୨୮ତାରିଖରେ ଏଠାରେ କାର୍ଯ୍ୟ…

ତାମିଲନାଡୁ ରୁ ଦାଦନ ଶ୍ରମିକ ଉଦ୍ଧାର,କିଛିଦିନ ତଳେ ଭିଡିଓ ଭାଇରାଲ ହୋଇଥିଲା

Posted by - June 17, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବାଉଁଶୁଣି ଗାଁରୁ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହୋଇ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ…

ଯବାନଙ୍କ ସ୍ମୃତିରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି

Posted by - December 10, 2021 0
ସମ୍ବଲପୁର ::(ରମାକାନ୍ତ ବିଶ୍ବାଳ) ତାମିଲନାଡୁ ର କନ୍ନୁର ଠାରେ ହୋଇଥିବା ଭାରତୀୟ ବାୟୁସେନା ର ଚପ୍ପର ଦୁର୍ଘଟଣା ରେ ସହିଦ ହୋଇଥିବା ପ୍ରତିରକ୍ଷା ବିଭାଗର ବୀର ଯବାନଙ୍କ…