ଗୁରୁ ଦିବସରେ ଛାତଛାତ୍ରୀଙ୍କୁ ଦିଗଦର୍ଶନ ଦେଲେ ଜିଲ୍ଲାପାଳ

33 0

ବୌଦ୍ଧ୦୫ା୯ : ଅଦ୍ୟ ତା ୦୫.୦୯୨୦୨୨ ରିଖ ଅପରାହ୍ନରେ ବୌଦ୍ଧ ଜିଲା ସଂଗ୍ରହାଳୟଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପବିତ୍ର ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହିତ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଜ୍ଞାନ ବୃଦ୍ଧି ନିମନ୍ତେ ବିଦ୍ୟାଳୟରେ ନିୟୁଜ କର୍ଣ୍ଣରରେ ପ୍ରତିଦିନ ଦେଶ ବିଦେଶର ଖବର ପଢିବାକୁ ଜିଲାପାଳ ଶ୍ରୀସାହୁ ପରାମର୍ଶ ଦେବା ସହିତ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀ ଖବରକାଗଜ ପଢିବାର ସୁଯୋଗ ପ୍ରଦାନ କରିବାକୁ କହିଥିଲେ ।

ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସଂପର୍କରେ ବୁଝାଇ ଜୀବନରେ ଜଣେ ସଫଳ ମଣିଷ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଦିଗଦର୍ଶନ ଦେଇଥିଲେ । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସଂଗ୍ରହାଳୟ ବୁଲିବା ଅବସରରେ ଜିଲ୍ଲାପାଳଙ୍କ ସହିତ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଳାପାଳ ଶ୍ରୀସାହୁ ଛାତ୍ରଛାତ୍ରୀଙ୍କ ସହିତ ସଂଗ୍ରହାଳୟ ବୁଲିଦେଖିବା ସହ ନୂତନ ଭାବରେ ଚାଲିଥିôବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ତହସିଲଦାର ଦେବିପ୍ରସାଦ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ,ଆର୍କିଟେକ ସୁମନ ଷଡଙ୍ଗୀ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଆମ ପରିବାର ତରଫରୁ ଅତାବିରାରେ ଧୁମଧାମରେ ପାଲିତ ହେଲା ସମ୍ବଲପୁରୀ ଦିନ

Posted by - August 3, 2022 0
ବରଗଡ/ଅତାବିରା:(ରାମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡିଶାର କଲା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା । ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠାକାର ପର୍ବପର୍ବାଣି…

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ଦ୍ଵାରା ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ

Posted by - July 9, 2022 0
ରାୟଗଡା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ ଉତ୍କଳ ମିଡ଼ିଆ…

ପୁଣି ପ୍ରେମ ଆଉ ପ୍ରତାରଣାର ଶିକାର ଆଉ ଏକ ନାରୀ , ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

Posted by - July 23, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା…

ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

Posted by - May 24, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ…

ଚେକ ଡ୍ୟାମ୍ ନିର୍ମାଣ ରେ ଅନିୟମିତତା ଓ ଶିଶୁ ଶ୍ରମିକଙ୍କ ଜରିଆରେ ଚାଲିଛି ଚେକ୍ ଡ୍ୟାମ୍ ନିର୍ମାଣ

Posted by - April 21, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନତୀ ରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପୁଣି…