ବାପାଙ୍କ ଶ୍ରାଦ୍ଧ ଦିବସ ରେ ବିଚାରପତି ପୁଅ ଙ୍କ ଆତ୍ମହତ୍ୟା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

73 0

ଯାଜପୁର/କଟକ  :କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ ନେଇଛି। ବିଚାରପତିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୁବାସଙ୍କ ମାଆ,ଭିଣୋଇ ଏବଂ ସମ୍ପର୍କୀୟଙ୍କ ପକ୍ଷରୁ ଏନେଇ ଅଭିଯୋଗ ହୋଇଛି।

ସୁବାସଙ୍କୁ ତାଙ୍କ ପତ୍ନୀ ଓ ଶଳା ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏନେଇ ସେମାନେ ମର୍କତନଗର ଥାନାରେ ଏତଲା ଦେଇଛନ୍ତି ।ବାପାଙ୍କ ଶ୍ରାଦ୍ଧ ଦିବସ ରେ ବିଚାରପତି ପୁଅ  ଆତ୍ମହତ୍ୟା କରିଥିଲେ । କଟକ ପୋକସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। କଟକ ସ୍ଥିତ ସରକାରୀ ବାସଭବନରେ ଆଜି ଅପରାହ୍ନ ରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା ।

କିଛି ଦିନ ଧରି ସେ ଅବସାଦ ରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱର ପୁର  ଗାଁ ରେ। ଶ୍ରୀ ବିହାରୀ ଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ସେ ନିଜ ଗାଁ ଭୁବନେଶ୍ୱର ପୁର ପଞ୍ଚାୟତ ର ଶେଷଦେଵ ବାସନ୍ତୀ ହାଇସ୍କୁଲ ରୁ ମାଟ୍ରିକ ପାସ କରିବା ପରେ ଯାଜପୁର ନରସିଂହ ଚୌଧୁରୀ କଲେଜ ରୁ ସ୍ନାତକ ଓ ବିରଜା ଆଇନ ମହାବିଦ୍ୟାଳୟ ରୁ ଏଲ ଏଲ ବି ପାସ କରିଥିଲେ।

ଏହା ପରେ ଓଜେଏସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ବାଲିଗୁଡାବରଗଡ଼,ବାଲେଶ୍ଵର,ଭୁବନେଶ୍ୱର ସମେତ ଅନେକ ଜିଲା ର ବିଭିନ୍ନ କୋର୍ଟ ରେ ବିଚାରପତି ଭାବେ ଯୋଗ ଦେଇ ସୁଚାରୁରୂପେ କାର୍ଯ୍ୟକାରୀ ବରିଷ୍ଠ ବିଚାରପତି ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ।

Related Post

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ:ମତଦାନ ହାର ୭୧ ପ୍ରତିଶତ

Posted by - February 19, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜ୍ଜୁନ ପଟ୍ଟନାୟକ)ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ:ମତଦାନ ହାର ୭୧ ପ୍ରତିଶତ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…

ଖପ୍ରାଖୋଲ ବେହେରା ଡୁଙ୍ଗୁରି ନିକଟରେ ୨୫ ତମ ବିଜୁ ପ୍ରତିଷ୍ଠା ଦିବସ ପାଳନ

Posted by - December 26, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବେହେରା ଡୁଙ୍ଗୁରି ନିକଟରେ ୨୫ ତମ ବିଜୁ ପ୍ରତିଷ୍ଠା ଦିବସ ପାଳନ ରବିବାର ଦିନ ହୋଇଯାଇଛି । ଖପ୍ରାଖୋଲ…

୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Posted by - June 22, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାରେ ବହୁଦିନରୁ ଖାଲି ପଡି ରହିଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ…

ହିସାବ ଟା ଭୁଲ ହୋଇଗଲା । ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି-ଦାମୋଦର ରାଉତ

Posted by - May 25, 2019 40
ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ…

ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରା ଜଗିବ ଟ୍ରାଫିକ୍‌

Posted by - August 26, 2019 17
ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରା ଜଗିବ ଟ୍ରାଫିକ୍‌। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ ଡ୍ରୋନ୍ କ୍ୟାମେରା ଜଗିବା ସହ ଏହି ରାସ୍ତାକୁ ନୋ ଓଭରଟେକିଂ…