Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭାଇ କୁ ନ୍ୟାୟ ଦେବାକୁ ଏସପି ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ ହେଲେ ପୁଟିଆପାଲିର ରତନ କୁମାର ଶର୍ମା

39 0

ସମ୍ବଲପୁର:୩୦/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧମାଥାନା ଅନ୍ତର୍ଗତ ପୁଟିଆପାଲି ଗ୍ରାମର ରତନ କୁମାର ଶର୍ମା ଆଜି ନିଜ ଭାଇ ମୋହନ କୁମାର ଶର୍ମା ଏବଂ ବୀରେନ୍ଦ୍ର ସିଂଙ୍କୁ ନ୍ୟାୟ ଦାବି କରି ପ୍ରଥମେ ଏସପି ଏବଂ ଏସଡିପିଓଙ୍କ କାର୍ଯ୍ୟାଳୟ ର ଦ୍ଵାରସ୍ଥ ହୋଇଛନ୍ତି l ଅଭିଯୋଗ ଅନୁସାରେ ଗତ ଜୁନ ୬ ତାରିଖ ଶୀତଲ ଷଷ୍ଠୀ ସନ୍ଧ୍ୟାରେ ପୁଟିଆପାଲି ଗ୍ରାମର ମୋହନ କୁମାର ଶର୍ମା ଏବଂ ବୀରେନ୍ଦ୍ର ସିଂଙ୍କୁ ଉଭୟଙ୍କୁ ସାହସପୁର ପଞ୍ଚାୟତ ନିକଟକୁ ଡାକି ସାହସପୁରର ରାହୁଲ ,ଟିକି ଓ ଦୀପକ ନାମକ ୩ ଜଣ ଯୁବକ ମାର୍ତୂଲ ଏବଂ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ଫଳରେ ଜୀବନ ବଞ୍ଚାଇବାକୁ ମୋହନ ଏବଂ ବୀରେନ୍ଦ୍ର ସେଠାରୁ ଦଉଡ଼ି ପଲାଇଯାଇଥିଲେ l

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ତେବେ ଏନେଇ ଧାମା ଥାନାରେ ଅଭିଯୋଗ ହୋଇଥିଲ l ତେବେ ଧମାଥାନା ପୁଲିସ ତରଫରୁ ଏଫଆଇଆର ଠିକ ଲେଖା ହୋଇନାହି କହି ପୁଲିସ ତତ୍ୱାବଧାନରେ ଏଫଆଇଆର ଆଉଥରେ ଲେଖା ହୋଇ ଅଭିଯୋଗ କାରୀଙ୍କ ଦସ୍ତଖତ ନିଆଯାଇଥିଲା l ତେବେ ଆକ୍ରମଣ ଶିକାର ହୋଇଥିବା ମୋହନ ଶର୍ମା ଙ୍କ ଭାଇ ରତନ ଶର୍ମା ଧମା ପୁଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ପୁଲିସ ସଙ୍ଗେ ସଙ୍ଗେ ଆକ୍ରମଣକାରୀଙ୍କୁ ଗିରଫ କରିନଥିଲା ବାରମ୍ବାର ଚାପପ୍ରୟୋଗ କରାଯିବା ଫଳରେ ଘଟଣା ରେ ସମ୍ପୃକ୍ତ ଥିବା ସାହାସପୁର ର ରାହୁଲ ଦୀପକ ଏବଂ ଟିକି ୩ ଯୁବକଙ୍କୁ ଗିରଫ କରି ଜେଲ ହାଜତକୁ ପଠେଇଥିଲା ତେବେ ପୁଲିସ ଚାର୍ଜସିଟରେ ଉଚିତ ଦଫା ନଲଗେଇ ଥିବାରୁ ୨ ଦିନ ମଧ୍ୟରେ ଜମାନତରେ ବାହାରି ଆସିଲେ ଅଭିଯୁକ୍ତ ମାନେ l

ଏଣୁ ଆଜି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ମୋହନଙ୍କ ଭାଇ ରତନ ଶର୍ମା ଏବଂ ଉଚିତ ତଦନ୍ତ କରି ଅଭିଯୁକ୍ତ ମାନକ ବିରୁଦ୍ଧରେ କଠୋର କାର୍ଯନୁଷ୍ଠାନ ଗ୍ରହଣ କରାଯାଇ ନିଜ ଭାଇ ମୋହନ ଶର୍ମାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବଲି ଗୁହାରି କରିଛନ୍ତି l ଆଗରୁ ମଧ୍ୟ ସେ ଏସଡିପିଓଙ୍କ ଦ୍ଵାରସ୍ଥ ହୋଇଥିଲେ ୧୫ ଦିନ ମଧ୍ଯରେ ଉଚିତ ତଦନ୍ତ କରି ଦୋଷୀ କୁ ଦଣ୍ଡ ଏବଂ ତାଙ୍କ ଭାଇଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ଏସଡିପିଓ l

Related Post

ଓଡ଼ିଶାରେ ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ:ରାଜ୍ୟରୁ ଆଉ ୪ ଆକ୍ରାନ୍ତ ଚିହ୍ନଟ

Posted by - December 28, 2021 0
ଭୁବେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ ।ରାଜ୍ୟରେ ଆଉ ପୁଣି ୪ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ…

ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଲାଞ୍ଚ କାରବାର ଅଭିଯୋଗ

Posted by - May 8, 2022 0
ଜାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଲାଞ୍ଚ କାରବାର ଅଭିଯୋଗ। ଡାକ୍ତର ଖାନାର ଚକ୍ଷୁ ବିଭାଗ କୁ ଆସୁଥିବା ରୋଗୀ…

ନିଯୁକ୍ତି ପାଇଲେ ୬୧୩୧ ଜଣ ଶିକ୍ଷକ, କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପ୍ରଦାନ

Posted by - December 17, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଡିସେମ୍ବର ୧୬ ତାରିଖ ଦିନ ଓଡିଶା ରାଜ୍ୟ ନିଯୁକ୍ତି ଇତିହାସରେ ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରି ରାଜ୍ୟ…

ଆସୁଛି ଆମଫନ ବାତ୍ୟା,ଆଜି ସଂଧ୍ୟାରେ ଅବପାତର ରୂପ ନେବ,ଚାରି ଜିଲ୍ଲା କୁ ସତର୍କ ବାଣୀ

Posted by - May 15, 2020 70
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ…