Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ

59 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାଳ ଖେଳକୁଦ ପ୍ରତିଯୋଗୀତା ହୋଇଥିବା ବେଳେ ଜିଲ୍ଲାସାରା ଖେଳର ବାତାବରଣ ସୃଷ୍ଟି ହୋଇଥିଲା ।ଶେଷ ଦିନରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିବା ବେଳେ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ସ୍ଥାନୀୟ ଟାଉନ ହଲ ଠାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାଜ୍ୟ ଅର୍ଥ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥଇବା ବେଳେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏଭଳି ପ୍ରତିଯୋଗୀତାରେ ଭାଗ ନେଇ ଖେଳାଳୀମାନେ ବେଶ୍ ଉତ୍ସାହିତ ଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ତେବେ ରାଜ୍ୟ ସରକାର ଏବେ ଖେଳ ପ୍ରତି ବିଶେଷ ଗୁରୁତ୍ବ ଦେଉଥିବା ବେଳେ ବିଶେଷ କରି ହକି ଖେଳକୁ ଅଧିକ ପ୍ରତ୍ସାହନ ଦେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ହକି ଦଳର ଖେଳାଳୀ ଆଗାମୀ ଦିନରେ ନିଶ୍ଚିତ ଭାବେ ଜାତୀୟ ଆର୍ନ୍ତର୍ଜାତୀୟ ସ୍ତରରେ ହକି ଖେଳରେ ଭାଗ ନେଇ ପାରିବେ ବୋଲି ଆଶା ବାନ୍ଧିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ।

 

Related Post

ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲ ରେ ବି ଏଫ ସି କୁଚିଣ୍ଡା ବିଜୟୀ

Posted by - February 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ବିଜୟାୟୁଥ କ୍ଲବ ଜରିଆରେ ଦ୍ଵିତୀୟ ସେମିଫାଇନାଲ ଖେଳ…

୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ,ଅଲ୍ଲାହାବାଦ କୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ଚାମ୍ପିୟନ

Posted by - December 31, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ହେଉଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ଫାଇନାଲରେ…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଅନଗୁଳ କୁ ହରାଇ ବି ଅଫ ସି କୁଚିଣ୍ଡା ସେମିଫାଇନାଲ

Posted by - February 7, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୋୖଦ୍ଧଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଜୟାୟୁଥ କ୍ଲବ ଜରିଆରେ ଆଜି ଚତୁର୍ଥ ଦିବସର ଦ୍ଵିତୀୟ ସେମିଫାଇନାଲ…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ମନମୁଣ୍ଡା ର ଝିଅ “ବାଗଡ଼ି ଖେଳ”ପ୍ରକଳ୍ପ ଟୟକାଥନ-2021ପ୍ରତିଯୋଗିତାରେ ଜାତୀୟ ଚମ୍ପିୟାନ

Posted by - June 29, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ସଂଜୀବନି ମେଡିକାଲ ର ମାଲିକ ସତ୍ୟାନନ୍ଦ ମିଶ୍ର ଙ୍କ ଝିଅ ତଥା ବଙ୍ଗାଇଗାଓଁ(ଆସାମ) ନବୋଦୟ ବିଦ୍ୟାଳୟ ର…