ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ

33 0

ସୋନପୁର :(ଅଜିତ କୁମାର ପୂଜାହାରୀ)ଜିଲ୍ଲା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଶଳ ଆବାସିକ ବିଦ୍ୟାଳୟ ପରିସରରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି । ଏହି ମେଳା ରେ ମୁଖ୍ୟ ଅତିଥି ସୋନପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ଓ ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟର ସଭାପତି ଶ୍ରୀବତ୍ସ ମଲ୍ଳିକ, ସୋନପୁର ର ବିଶିଷ୍ଟ ଶିକ୍ଷାବିତ ଆଇନଜୀବି ପ୍ରଦିପ କୁମାର ପୁରୋହିତ ପ୍ରମୁଖ ଯୋଗଦେଇ ବିଜ୍ଞାନ ର ବିଭିନ୍ନ ମାଧ୍ୟମରେ ପ୍ରୟୋଗ ଓ ବ୍ୟବହାର ସମ୍ବନ୍ଧରେ ନୂତନ ଚିନ୍ତାଧାରାର ଆବିଷ୍କାର ପ୍ରସଙ୍ଗ ଶିଶୁମାନଙ୍କୁ ଅବଗତ କରାଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମା ନାଏକ ଅତିଥି ପରିଚୟ ପ୍ରଦାନ କରିଥିବାବେଳ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳାରେ ୫୦ରୁ ତଦୁର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ଶିଶୁ, ଶିକ୍ଷକ ଓ ଅବିଭାବକମାନେ ମେଳା ଦେଖିବାକୁ ଆସି ଆନନ୍ଦ ଉପଭୋଗ କରିଥିଲେ l ସାଇକୃପା ଶିକ୍ଷା ନିକେତନ ଓ କିଡ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩ଜଣ ଶିକ୍ଷକ ଶ୍ରୀ ସଞ୍ଜୟ ସାହୁ, ରିତିକ୍ ମହାରଣା ଓ କେଶବ ଚନ୍ଦ୍ର ମିଶ୍ର ବିଚାରକ ଭାବରେ ଯୋଗଦାନ କରି ପ୍ରକଳ୍ପଗୁଡିକର ଫଳାଫଳ ଘୋଷଣା କରିଥିଲେ।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଗୁଡିକ ତ୍ରିଲୋଚନ ଓତା, ସୁଜିତ ବିଶ୍ବାଳ, ଜାମିନି ସାହୁ ଓ ରୀନା ବୁଡେକ ଗାଇଡ୍ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।ସହ ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ରାଣୀ ନାୟକ ମଞ୍ଚ ପରିଚାଳନା କରିବା ସହ ପ୍ରମୋଦ କୁମାର ସାହୁ, ନିରାକାର କୁରୁକୁରିଆ, ସଙ୍ଗୀତା ପ୍ରଧାନ,ସରିତା ମେହେର,ରମିଲା ସାହୁ, ଯଶୋବନ୍ତି ଗାଇଗରିଆ, କଲ୍ୟାଣୀ ଉରେକ, ସୁଜାତା ନାୟକ, ଗଣେଶ ଝାଙ୍କର ଆଦି କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ। ଦଶମ ଶ୍ରେଣୀରେ – ସ୍ୱାଗତିକା ମହାକୁର , ଅନ୍ମେଶା ପଧାନ , ନବମ ଶ୍ରେଣୀରେ – ପ୍ରାଚୀ ପରିମିତା ସାହୁ , ସପ୍ତମ ଶ୍ରେଣୀରେ – ସୁନିଲ କୁମାର ମେହେର , ଷଷ୍ଠ ଶ୍ରେଣୀରେ – ଶୁଭଶ୍ରୀ ଦାସ , ପଞ୍ଚମ ଶ୍ରେଣୀ – ହେମାନନ୍ଦ ଖମାରୀ , ବିଷୟ ଅନୁସାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀ ଆସନ୍ତା ତା ୧୧/୯/୨୨ରିଖ ଦିନ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗ ନେବେ l

 

Related Post

ଯାଜପୁର ପୌରପାଳିକା ରେ ସରିଲା ନାମାଙ୍କନ ଯାଞ୍ଚ ପ୍ରକ୍ରିୟା

Posted by - March 10, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି। ପୌରପାଳିକା ର ୧୮ ଟି ୱାର୍ଡ ପାଇଁ…

ବାତ୍ୟା କ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted by - May 27, 2021 0
ଭୁବନେଶ୍ବର:ଭୁବନେଶ୍ବରରେ ବାତ୍ୟା କ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ପାଖାପାଖି ଘଣ୍ଟାଏ ଧରି ଚାଲିଲା ସମୀକ୍ଷା ବୈଠକ।ଏହି ବୈଠକରେ…

ପୁରୀ :-ରଥ ଟଣା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ:-,ଡାକ୍ତର ଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ

Posted by - June 23, 2020 40
ପୁରୀ:ପୁରୀ ରଥଯାତ୍ରା ରେ ପୋଲିସ ପ୍ରଶାସନ ପକ୍ଷରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ପୁରୀ ବାସୀ ବିରୋଧ କରିଛନ୍ତି।ଏମିତିକି ଡାକ୍ତରଖାନା ଭିତରେ ପଶି କୋରନା ଯୋଦ୍ଧା ଡାକ୍ତର କୁ…

ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଧାନ ତଳିକୁ ଦାଉ ସାଧୁଛି ରୋଗ ; ଚିନ୍ତାରେ ଚାଷୀ କୁଳ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ପ୍ରଥମେ ବର୍ଷାର ଲୁଚକାଳି ଖେଳ, ତା’ପରେ ଧାନ ତଳିରେ ମହିଷା ଏବଂ ପତ୍ରପୋଡ଼ା ରୋଗ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି I ବିଶେଷ…