ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ ପ୍ରତିଯୋଗୀତା

37 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗର ପ୍ରାୟ୪୦୦ ଜଣ ପ୍ରତିଯୋଗୀ ଏହି ମିନି ମାରାଥନରେ ଭାଗ ନେଇଥିଲେ ।

ଜିଲ୍ଲା ସଦର ମହକୁମା ନକଟସ୍ଥ ଝିଙ୍କି ଛକରୁ ଏହି ମିନି ମାରାଥନ ଦୌଡ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ , ବିଜୁ ପଟ୍ଟନାୟକ ଛକ ଦେଇ ଗାନ୍ଧୀ ପଡିଆ ଠାରେ ପହଂଚିଥିଲା । ଏହି ମାରାଥନ ଦୌଡକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଗାନ୍ଧୀ ପଡିଆରେ ଠାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ଜିଲ୍ଲା କ୍ରୀଡା ସଂଘ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଶିଷ୍ଠ ହକୀ ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ସୃତି ଉଦ୍ଦେଶ୍ୟରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ପୁରୁଷ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁବର୍ଣ୍ଣପୁର ଜିଲ୍ଲାର ଦୟାନିଧୀ ମୁଣ୍ଡା ଓ ମହିଳା ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲେଶ୍ବର ଜିଲ୍ଲାର ପୂଜା ବେହେରାଙ୍କୁ ଚାରି ହଜାର ଟଙ୍କାର ଆର୍ଥିକ ରାଶି ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ତେବେ ଏଭଳି ମାରାଥନ ଦୌଡରେ ସାମିଲ ହୋଇ ଖେଳାଳୀମାନେ ବେଶ୍ ଖୁସୀ ଅନୁଭବ କରୁଥିବା ବେଳେ ଆୟୋଜକ ମାନେ ମଧ୍ୟ ବେଶ୍ ଉତ୍ସାହିତ ଥିଲେ l

 

Related Post

ଜିଲ୍ଲାସ୍ତରୀୟ ମାଁ ଘଣ୍ଟାଶୁଣି ଫୁଟବଲ ଟୁର୍ଣ୍ଣ।ମେଣ୍ଟ ସିହିନି ଖେଳ ପଡ଼ିଆ ଠାରେ ଆରମ୍ଭ

Posted by - November 21, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକ ସିହିନି ଗ୍ରାମ ପଞ୍ଚାୟତର ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଠାରେ ମାଁ ଘଣ୍ଟାଶୁଣି ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଆରମ୍ଭ ହୋଇଯାଇଛି। ଏହି ଅବସରରେ…

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରେ ତୃତୀୟ ହାଟପଦା ପ୍ରିମିଅର ଲିଗ ଆରମ୍ଭ

Posted by - January 3, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ା ରୋୟଲ କ୍ରିକେଟ ଟିମ ତରଫରୁ ଆୟୋଜିତ ତୃତୀୟ ହାଟପଦା ପ୍ରମିଅର ଲିଗ ଟୁର୍ଣ୍ଣ।ମେଣ୍ଟ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ…

ପଶ୍ଚିମ ଓଡିଶା ପାୱାର ଲିଫଟିଙ୍ଗ ଚାଂପିଆନସିପ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ପାୱାର ଲିଫଟିଙ୍ଗ ଚାଂପିଆନସିପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ରୁ 160 ପ୍ରତିଯୋଗି ଭାଗ…

ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ କବାଡି ପ୍ରତିଯୋଗୀତା ଉଦଯାପିତ

Posted by - February 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା । ପୁରୁଷ ବିଭାଗରେ…

ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାଗ ନେବେ ଲାଲୁ, ଓଡିଶା କ୍ରୀଡ଼ାରେ ସ୍ରୁଷ୍ଟି କଲେ ଏକ ମାଇଲ ଖୁଣ୍ଟ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ଲାଲା ପ୍ରସାଦ ଭୋଇ ଓଡିଶା କ୍ରୀଡା ଜଗତରେ ସୃଷ୍ଟି…