ଦୀର୍ଘ ୩୭ବର୍ଷ ପରେ ପୂର୍ବ ମାନ୍ୟତା ଫେରି ପାଇଲା ଘଣ୍ଟାପଡା ଫାଣ୍ଡି,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

30 0

ବୌଦ୍ଧ :୨୭/୮(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମlଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ଫାଣ୍ଡି ଦୀର୍ଘ 37 ବର୍ଷ ପରେ ପୁଣି ଫେରି ପାଇଲା ନୂତନ ଥାନାର ମାନ୍ୟତା l ଆଜି ସମଗ୍ର ରାଜ୍ୟରେ 36ଟି ନୂତନ ଥାନା ପାଇଁ ବିଧିବଦ୍ଧ ଭାବେ ଘୋଷଣା କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି l ପ୍ରକାଶ ଥାଉକି ରାଜାରାଜୁଡା ତଥା ବ୍ରିଟିଶ ଶାସନ ସମୟରେ 1905 ମସିହାରେ ତତ୍କାଳୀନ ବୌଦ୍ଧଗଡ଼ର ରାଜା ଘଣ୍ଟାପଡା ଗ୍ରାମରେ ଏକ ଥାନା ପ୍ରତିଷ୍ଠା କରିଥିଲେ l

ଯାହାକି ଭାରତ ସ୍ୱାଧୀନତା ପାଇବାପରେ ବି ରାଜ୍ୟ ସରକାର ଥାନାର ମାନ୍ୟତା ମିଳିଥିଲା l କିନ୍ତୁ ଏଠାର ରାଜନେତାଙ୍କ ଅପାରଗତା ଯୋଗୁଁ 1985 ମସିହାରେ ଓଡିଶା ସରକାର ଘଣ୍ଟାପଡା ଥାନାକୁ ଉଠାଇନେଇ କଣ୍ଟାମାଳ ଫାଣ୍ଡିକୁ ଥାନା ଓ ଘଣ୍ଟାପଡା ଥାନାକୁ ଫାଣ୍ଡିର ମାନ୍ୟତା ଦେଇଥିଲେ l ଦୀର୍ଘ 37 ବର୍ଷ ଆପତ୍ତି ଅଭିଯୋଗ ଓ ବିଭିନ୍ନ ସଙ୍ଘ ତରଫରୁ ଦାବି ପରେ ଆଜି ଓଡିଶା ସରକାରଙ୍କ ଘୋଷଣା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି l ଖୁସିରେ ଆତ୍ମହରା ହୋଇ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ମନlଇଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଓ କଣ୍ଟାମାଳ ବିଧାୟକ ଶ୍ରୀ ମହୀଧର ରଣାଙ୍କୁ କୃତଜ୍ଞତା ଜଣାଇଥିଲେ l

Related Post

କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

Posted by - November 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା । କୋରୋନା କଟକଣାକୁ…

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ,ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ

Posted by - December 2, 2019 0
ପୁରୀ: ପୁଣି ଏକ ଗଣଦୁଷ୍କର୍ମର ଅଭିଯୋଗ ଆସିଛି।  ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁରୀର…

ଗୋ‌ଲ୍ଡେନ୍‌ ବାବା ର ୧.୫ କେଜି ସୁନା ଜବତ

Posted by - January 6, 2019 22
ଭୁବନେଶ୍ବର: ଖୋଲୁଛି ରାଜଧାନୀର ଗୋଲଡେନ୍ ବାବା ତଥା ଜ୍ୟୋତିରଂଜନ ବେହେରାଙ୍କ ସମ୍ପତ୍ତିର ପେଡ଼ି। ଆଜି କମିଶନରେଟ୍‌ ପୁଲିସ ଲକ୍ଷ୍ମୀସାଗରରେ ଦେଢ କେଜି ଓଜନ ସୁନା ଥିବା ଲକରକୁ…

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Posted by - July 3, 2022 0
ଭବାନୀପାଟଣା:୨/୭:(ସୂରଜ ପ୍ରକାଶ ଜୈନ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରର ରଥ ପରମ୍ପରା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ମାଣିକେଶ୍ୱରୀ ମନ୍ଦିର ନିକଟରେ ପହଂଚିଥଲେ। ରାତି…

ଯାଜପୁର ବିକାଶ ମଂଚ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ 

Posted by - January 3, 2022 0
ଯାଜପୁର :ଗରିବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବା ପାଇଁ ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯାଜପୁର ବିକାଶ ମଂଚ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନିଜ ପାଖରେ ଥିବା ବଳକା ଶୀତ ବସ୍ତ୍ର ଓ ଅନ୍ୟାନ୍ୟ କପଡା ମଂଚ ପକ୍ଷରୁ ସଂଗ୍ରହ କରାଯାଇ ଗରିବ ଲୋକଙ୍କୁ ବଂଟନ କରାଯାଉଛି । ଯେଉଁମାନଙ୍କ ପାଖରେ ଏଭଳି କପଡା ରହିଛି ସେମାନଙ୍କୁ ଆଣି କିଆନାଳି ଛକ  ଠାରେ ଖୋଲାଯାଇଥିବା ସଂଗ୍ରହ କେନ୍ଦ୍ରରେ ଦେଇପାରିବେ ବୋଲି ମଂଚ ପକ୍ଷରୁ ଅନୁରୋଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଯାଜପୁର ଥାନା ଅଧିକାରୀ,ସବଜେଲର ଙ୍କ ସତେମ ଶିକ୍ଷାବିତ ଓ ବୁଦ୍ଧାଜିବି ମାନେ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।