Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କୁଚିଣ୍ଡା ହାଡିପାଲି ହାଇ ସ୍କୁଲରେ ପ୍ରତିଭା ସମ୍ମାନ ସହ ମଦର୍ ଟେରେସା ଜୟନ୍ତୀ

26 0

ସମ୍ବଲପୁର: ୨୬/୮ (ରମାକାନ୍ତ ବିଶ୍ବାଳ)ହାଡିପାଲି ସ୍ଥିତ ସରକାର ପଞ୍ଚାୟତ ହାଇ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀମତୀ କରୁଣା ମୟୀ ଧନ୍ବାରି ଙ୍କ ସଭାପତିତ୍ବରେ ନୋବେଲ ପୁରସ୍କାର ବିଜେତା ମଦର୍ ଟେରେସା ଙ୍କ ଜୟନ୍ତୀ ସହ କୁଚିଣ୍ଡା ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ମୁଖ୍ୟ ଅତିଥି ଓ ଅଭିଯାନ ର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ,କୁସୁମୀ ହାଇ ସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼. ବିହାରୀ ଲାଲ ପଟେଲ ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନ୍ଦାକିନୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମଦର୍ ଟେରେସା,ମହାତ୍ମା ଗାନ୍ଧୀ ଓ ଏ,.ପି.ଜେ.ଅବଦୁଲ କଲାମ ଙ୍କୁ ଶ୍ରଦ୍ଧାଂଜଳି ଜଣାଇ ନିଜ କେରିଅର କୁ ଗଢ଼ିବା ସହ ଏହି ମହାପୁରୁଷ ମାନଙ୍କ ପଦାଙ୍କ ଅନୁସରଣ କରି ସମାଜ ସେବା ମଧ୍ୟ କରିବାକୁ ଆହ୍ବାନ ଦେଇଥିଲେ ।ଅତିଥି ଗଣ ଏହି ସ୍କୁଲ ର ଟପ୍ପର ହୋଇ ଥିବା ସଞ୍ଜନା ମାକର୍,ପୂଜା ଛତ୍ରିଆ ଓ ସହଦେବ ସିଂ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

ଏହି ଉତ୍ସବ କୁ ଶିକ୍ଷକ ତଥା ଅଭିଯାନ ର ସଭ୍ୟ ପ୍ରମୋଦ ଚୌଧୁରୀ ସଂଯୋଜନା କରିଥିବା ବେଳେ ଆବାହକ ପ୍ରଭାତ ବେହେରା ଅଭିଯାନ ର ଲକ୍ଷ୍ୟ,ଉଦ୍ଦେଶ୍ୟ ଜଣାଇବା ସହ ପ୍ରତିଭା ର ଉନ୍ମୋଚନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଂଯୋଜକ ରମେଶ କିସାନ ବିବରଣୀ ପାଠ କରିଥିଲେ । ଅତିଥି ପରିଚୟ ହିନ୍ଦୀ ଶିକ୍ଷକ ଅନନ୍ତ ଚରଣ ସାହୁ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ଗୋପାଳ ନାଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ର ପରିଚାଳନା ସଦସ୍ୟ ବିପିନ ବିହାରୀ ନାଏକ,କେଦାର ଚନ୍ଦ୍ର ପାଣ୍ଡେ,ଙ୍କ ସହ ଲକ୍ଷ୍ମଣ ପୃଷେଠ, ଭୀଷ୍ମ ଦେବ ସାହୁ, ପୁନମ ଡନସନା,ରଶ୍ମି ରଂଜନ ମାଝୀ, ପୌଲସ୍ତି ପଟେଲ, ଓ ଗୋକୁଳାନନ୍ଦ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ମଞ୍ଚଶିନ ଥିଲେ ।ସମ୍ବର୍ଦ୍ଧିତ ପ୍ରତିଭା ମାନେ ମଧ୍ୟ ଭାଷଣ ଦେଇ ଅଭିଯାନ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ ।

Related Post

ଓଡିଶା ମିଲେଟ ମିଶନ ରେ ଅନିୟମିତତା, ୱାସନ ନିୟନ୍ତ୍ରଣ କରୁଛି କଳାହାଣ୍ଡି କୃଷି ବିଭାଗ

Posted by - June 12, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି କୃଷି ବିଭାଗର ବ୍ୟାପକ ଅନିୟମିତତା ଯୋଗୁଁ ଭିଜିଲାନ୍ସ ଚଢାଉ ହୋଇସାରିଥିଲେ ହେଁ ଏ ଯାବତ୍ ପଶିନାହିଁ…

ଏଣିକି ରାତିରେ ବି ‘ଆହାର’

Posted by - December 6, 2018 73
ଭୁବନେଶ୍ୱର: ରାଜ୍ୟ ସରକାର ଏଣିକି ରାତିରେ ବି ‘ଆହାର’ ଯୋଜନାରେ ଲୋକଙ୍କୁ ୫ ଟଙ୍କରେ ଖାଦ୍ୟ ଯୋଗାଇବେ। ଆଗାମୀ ଜାନୁଆରି ପହିଲାରୁ ଏହି ନୂତନ ଯୋଜନା ଆରମ୍ଭ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବୈଶାଖୀ ସୃଜନୀ ସାହିତ୍ୟ ସମାରୋହ ଅନୁଷ୍ଠିତ

Posted by - May 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳା ସାହିତ୍ୟ ଓ ସଂସ୍କୃତି ରେ ସମୃଦ୍ଧ କଳାହାଣ୍ଡି କଳା ମଞ୍ଜୁଳ କଳାହାଣ୍ଡି କଳା ଓ ସାହିତ୍ୟର ଏକ ପ୍ରମୁଖ…

ସାଂସଦଙ୍କ ଚାରି ଚକିଆ ଗାଡି ଦୁଇ ଚକିଆ ଗାଡି ସହ ଦୁର୍ଘଟଣା

Posted by - January 8, 2022 0
ମୁନିଗୁଡା:(ରମାକାନ୍ତ ପୋଢାଳ )ଆଜି ଗୁଡାରି ବ୍ଲକ ଅଞ୍ଚଳରୁ ମାନ୍ୟବର ସାଂସଦ ସପ୍ତଗିରି ଉଲାକା ଦଳୀୟ କାର୍ଯ୍ୟକ୍ରମ ସାରି ରାୟଗଡା ଫେରୁଥିବା ସମୟରେ ଖାଲ-ଗୁମୁଡା ଗ୍ରାମ ନିକଟରେ ଏକ…

କେସିଙ୍ଗାରେ ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ର ଉଦଘାଟନ

Posted by - May 24, 2022 0
କେସିଙ୍ଗା :(ପୀତେଶ ପଟେଲ) କେସିଙ୍ଗାରେ ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ର ଉଦଘାଟନ । ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଏନ,ଏ,ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କୁ ଆମନ୍ତ୍ରିତ…