ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଏସପିଙ୍କ କାର୍ଯ୍ୟାଳୟରେ ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ସହ ବିଜେପି ପ୍ରତିନିଧି ଦଳ ଦ୍ୱାରସ୍ତ

25 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଘଟଣାର ନିଖୋଜ ଶ୍ରମିକ ର ସ୍ତ୍ରୀ ହେଲେ ସମ୍ବଲପୁର ଏସପି କାର୍ଯ୍ୟାଳୟ ର ଦ୍ୱାରସ୍ତ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଛାମୁଣ୍ଡା ଗ୍ରାମରେ । ସୁଚନା ଅନୁସାରେ ଛାମୁଣ୍ଡା ଗ୍ରାମର ରାଜୁ ସୁନା ଗ୍ରାମର ଜଣେ ଦଲାଳ ଙ୍କ ମାଧ୍ୟମରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ଗ୍ରାମର ୩ ଜଣ ଲୋକଙ୍କ ସହ ନିଖୋଜ ଶ୍ରମିକ ରାଜୁ ପ୍ରାୟ ଦେଢମାସ ହେବ ଗୁଜରାଟ ରାଜ୍ୟ କୁ ଯାଇଥିବା ବେଳେ ଆଉ ତାଙ୍କର କୌଣସି ଖୋଜଖବର ନାହିଁ । ଏଣେ ପରିବାର ରେ କେବଳ ରାଜୁ ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ବର୍ତ୍ତମାନ ରାଜୁ ନିଖୋଜ ଥିବାରୁ ପରିବାର ର ଚିନ୍ତା ବଡିଯାଇଛି । ଏଣେ ନିଖୋଜ ଶ୍ରମିକ ରାଜୁ ସୁନା ଙ୍କ ପରିବାର ର ଅଵସ୍ଥା ଅର୍ଥ ଅଭାବରୁ ବେହାଲ ହୋଇପଡିଛି ।

ଏଣୁ ତାଙ୍କ ସ୍ୱାମୀ ରାଜୁ ଙ୍କୁ ଖୋଜିବା ପାଇଁ ନିଖୋଜ ଶ୍ରମିକ ରାଜୁ ଙ୍କ ସ୍ତ୍ରୀ ରଜନୀ ସୁନା ଜୁଯୋମୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏଣୁ ଆଜି ଜୁଯୋମୁରା ବ୍ଳକର ବିଜେପି ପ୍ରତିନିଧି ଦଳ ସାହାଯ୍ୟ ରେ ନିଖୋଜ ଶ୍ରମିକ ଙ୍କ ସ୍ତ୍ରୀ ରଜନୀ ତାଙ୍କ ସ୍ୱାମୀଙ୍କୁ ଖୋଜିବା ପାଇଁ ଏସପି କାର୍ଯ୍ୟାଳୟ ର ଦ୍ୱାରସ୍ତ ହୋଇଛନ୍ତି । ଜୁଯୋମୁରା ବ୍ଳକର ବିଜେପି ପ୍ରତିନିଧି ଦଳରେ ଜୁଯୋମୁରା ବ୍ଳକର ପୁର୍ବତନ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା,ଜୁଯୋମୁରା ସମିତି ସଭ୍ୟ ଜୟନ୍ତ ପଧାନ, ବିଜେପି ଜୁଯୋମୁରା ମଣ୍ଡଳ ସଭାପତି ଓମପ୍ରକାଶ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରତିନିଧି ଦଳ ଏସପି ଙ୍କ କାର୍ଯ୍ୟାଳୟ ରେ ଏନେଇ ଏକ ଲିଖିତ ଅଭିଯୋଗ କରିବା ସହ ଏହାର ନକଳ କପି ସମ୍ବଲପୁର ଶ୍ରମ କାର୍ଯ୍ୟାଳୟ ରେ ମଧ୍ୟ ଦେଇଥିବା ଜଣାପଡିଛି ।

Related Post

ବଜ୍ରାଘାତରେ ୧୬ ବର୍ଷର ଯୁବକ ମୃତ

Posted by - August 17, 2021 0
ବେଲଗୁଣ୍ଠା:16/08-(ସୁଶାନ୍ତ କୁମାର ବେହେରା)ଆକାଶ ରୁ ଖସିଲା ମୃତ୍ୟୁ । ଅକାଳରେ ଚାଲିଗଲା ଏକ ନିରୀହ ଯୁବକର ଜୀବନ ।ସୂଚନା ଅନୁସାରେ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ…

ଦେଉଲଗା ରେ ପ୍ରକଳ୍ପ ପ୍ରାରମ୍ଭିକ ସଭା,କାର୍ଯ୍ୟ ରେ ସ୍ବଚ୍ଛତା ସହିତ ଶ୍ରମିକ ମାନଙ୍କୁ ଅଧିକାର ମିଳିବା ଜରୁରୀ

Posted by - November 16, 2021 0
ପାଟଣାଗଡ:( ତାପସ ରଂଜନ ବେହେରା ) ପାଟଣାଗଡ଼ ବ୍ଲକ ଦେଉଲଗା ଠାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ହେବାକୁ ଥିବା ହରିଜନ ମୁଣ୍ଡା…

ଖବର କାଗଜ ବିତରକ ଓ ମେଡିକାଲ ଅସ୍ଥାୟୀ କର୍ମଚରୀଙ୍କୁ ସହାୟତାର ହାତ ବଢାଇଲେ ବିଶ୍ୱ ରଂଜନ

Posted by - May 27, 2020 7
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରେନା ମହାମାରି ସମୟରେ କରୋନା ଯୋଦ୍ଧା ସାଜି କାର୍ଯ୍ୟକରୁଥିବା ବରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅସ୍ଥାୟୀ କର୍ମଚାରୀ ଓ ବରୀ ଅଂଚଳର ଖବରକାଗଜ ବିତରକଙ୍କୁ…