ୟୁଟ୍ୟୁବ ଚାନେଲ କରି ରଖିଥିଲା ସାପ ସହ ବିରଳ ପ୍ରଜାତିର ସରିସୄପ, ମାଡି ବସିଲା ବନବିଭାଗ ୧ ଗିରଫ

24 0

ସମ୍ବଲପୁର :୨୩/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ସଦର ରେଞ୍ଜ ବନବିଭାଗ କୁ ମିଳିଛି ବଡ ସଫଳତା । ନିଜେ ଗୋଟିଏ ୟୁଟ୍ୟୁବ ଚାନେଲ କରି ନିଜ ଘରେ ବିଷଧର ସାପ ସହ ବିରଳ ପ୍ରଜାତିର ସରିସୄପ ରଖିଥିବା ବେଳେ ବନବିଭାଗ ଚଡାଉ କରିବା ସହ ଜଣକୁ ଗିରଫ କରିଛି । ଏଥିସହ ୟୁଟ୍ୟୁବ ଚାନେଲ କରିଥିବା ଅଭିଯୁକ୍ତ ବ୍ୟକ୍ତି ଙ୍କ ଘରୁ ୬ ଗୋଟି ବିଷଧର ସାପ ସହ ୪ ଗୋଟି ବିରଳ ପ୍ରଜାତିର (ବଡ ଆକାରର ବହୁରୂପୀ ଏଣ୍ଡୁଅ ) ସରିସୄପ ଜବତ କରିଛି ।

ସଦର ବନବିଭାଗ ରେଞ୍ଜ ତରଫରୁ ମିଳିଥିବା ସୁଚନା ମୁତାବକ ଗତକାଲି ରାତିରେ ଏକ ବିଶେଷ ସୁତ୍ରରୁ ବିଷଧର ସାପ ବିକ୍ରି ହେଉଥିବା ଖବର ପାଇଁ ବନବିଭାଗ ର ସଦର ଓ ଟାଉନ ରେଞ୍ଜ କୁ ନେଇ ଏକ ଟିମ ମାନେଶ୍ୱର ବ୍ଳକର ପାଞ୍ଚଫୁଟ ଗ୍ରାମରେ ଚଡାଉ କରି ରାମଚନ୍ଦ୍ର ରଣା ନାମକ ଜଣେ ବ୍ୟକ୍ତି ଙ୍କ ଘରୁ ଏହି ବିଷଧର ସାପ ଓ ସରିସୄପ କୁ ଜବତ କରିଥିଲା ।

ତେବେ ୬ ବିଷଧର ସାପ ମଧ୍ୟରେ ଇଣ୍ଡିଆନ ୩ କୋବ୍ରା, କୋବ୍ରା ୨ , ଅନ୍ୟ ଏକ ବିଷଧର ଥିବା ବେଳେ ୪ ଟି ବିରଳ ପ୍ରଜାତିର (ବଡ ଆକାରର ବହୁରୂପୀ ଏଣ୍ଡୁଅ ) ସରିସୄପ ରହିଛି ।ତେବେ ଚଡାଉ ସମୟରେ ବନବିଭାଗ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଜଣକ ୧୦୦୦ ଜଣ ଗ୍ରାହକ ଥିବା ଏକ ୟୁଟ୍ୟୁବ ଚେନାଲ ଖୋଲି ଆଖପାଖ ଅଞ୍ଚଳରେ ଲୋକଙ୍କ ଘରେ ବାହାରୁ ଥିବା ସାପ କୁ ଧରିବା କାମ କରୁଥିଲା ।

ଏଥିସହ ଗିରଫ ଅଭିଯୁକ୍ତ ଠାରୁ ବନବିଭାଗ ଏକ ମୋବାଇଲ ସହ ଗୋଟିଏ କ୍ୟାମେରା କୁ ମଧ୍ୟ ଜବତ କରିଛି । ତେଣେ ବନବିଭାଗ ସାପ ବିକ୍ରି ଘଟଣାରେ ଏହାର ଆଉ କାହା ସହ ସଂପକ ଅଛି ନା ନାହିଁ ସେନେଇ ଅଧିକ ତଦନ୍ତ କରାଯିବା ସହ ଅଭିଯୁକ୍ତ ଙ୍କୁ ବନବିଭାଗ କୋଟଚାଳାଣ କରିଥିବା ସଦର ରେଞ୍ଜର ମନୁ ଭଟ୍ଟ ସୁଚନା ଦେଇଛନ୍ତି

Related Post

ଯାଜପୁର ଜିଲ୍ଲା ରାଛି ପୁର ରେ ଶିକ୍ଷୟତ୍ରୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ।ଘଟଣା ସ୍ଥଳରେ ଶିକ୍ଷୟତ୍ରୀ ମୃତ।ସାଙ୍ଗରେ ଥିବା ଜଣେ ଗୁରୁତର

Posted by - July 9, 2020 0
ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁରୁବାଦର ଦିନ ଦ୍ୱିପହରରେ ଯାଜପୁରର ରାଛିପୁର ଛକ ନିକଟରେ ଘଟିଛି ।ଯାଜପୁର ରୋଡ୍ ଥାନା…

ଠେଙ୍ଗାରେ ମାରି ସ୍ତ୍ରୀ କୁ ହତ୍ୟା

Posted by - August 1, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା, ରାଇଘର ସଦର ମହକୁମା ର ଧଡ଼ରାପାରା ସାହିରେ ଘଟିଛି ଅଭାବନୀୟ ଘଟଣା। ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ନିର୍ଦୟ ସ୍ୱାମୀ।…

ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ

Posted by - May 28, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ…