ଜିଲ୍ଲାରେ କ୍ରୀଡାର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନର ସମନ୍ଵୟ ବୈଠକ

35 0

ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ଵୟ ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଭିନ୍ନ କ୍ରୀଡାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ ତଥା କ୍ରୀଡା ଏବଂ କ୍ରୀଡାବିତକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସନ୍ତା ୨୨.୦୮.୨୦୨୨ ରୁ ୨୯.୦୮.୨୦୨୨ ପର୍ଯ୍ୟନ୍ତ ଜିଲ୍ଲା କ୍ରୀଡା ସପ୍ତାହ ଭାବେ ପାଳନ କରାଯିବ । ଏହାଦ୍ବାରା ଜିଲ୍ଲାରେ ଥିବା କ୍ରୀଡା ଭିତ୍ତିଭୂମି କ୍ରୀଡାବିତ ଏବଂ ଲୁକ୍କାୟିତ କ୍ରୀଡା ପ୍ରତିଭା କୁ ଚିହ୍ନଟ କରାଯିବା ସହ କ୍ରୀଡାକୁ ଜିଲ୍ଲାରେ ପ୍ରୋତ୍ସାହିତ କରାଯାଇ ପାରିବ ବୋଲି ବୈଠକର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ବୈଠକର ଆଭିମୁଖ୍ଯ ଉପରେ ଆଲୋକପାତ କରି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କ୍ରୀଡା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆସନ୍ତା ତା ୨୯.୦୮.୨୦୨୨ ରେ ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ଵ କ୍ରିଡା ଦିବସ ପାଳନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜିଲ୍ଲାସ୍ତରରେ ବ୍ଯାଡମିନ୍ଟନ, ଚେସ, ତାଇକୋଣ୍ଡୋ , ମାରାଥନ , ଭାରୋତ୍ତଳନ ବ୍ୟାୟାମ, ମୁଷ୍ଟିଯୁଦ୍ଧ, ସନ୍ତରଣ, ଦୌଡ, କବାଡି, ଖୋକୋ ପ୍ରଭୁତି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସମ୍ପୃକ୍ତ କ୍ରୀଡା ଅନୁଷ୍ଠାନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ଆୟୋଜିତ ହେବ । ଅନୁଷ୍ଠିତ ହେବାକୁଥିବା ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ / ଦଳ ପ୍ରଭୁତିଙ୍କୁ ୩୦.୦୮.୨୦୨୨ ରେ ସ୍ଵତନ୍ତ୍ର ଜିଲ୍ଳା ସ୍ତରୀୟ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହକି ଖେଳାଳି ତଥା ଭାରତର ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଡ଼ଃ ଦିଲିପ ତିର୍କୀ ଯୋଗଦାନ କରି ଖେଳ ଓ ଖେଳାଲୀ ଙ୍କୁ ଉଦବୋଧନ ଦେବାସହ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବେ ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ (ରାଜସ୍ୱ), ଶ୍ରୀମତୀ ନିଶି ପୁନମ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ଲକ୍ଷ୍ମଣ ଭୋଇ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିବା ବେଳେ ଜିଲ୍ଲାର ୫ ଟି ବିଦ୍ୟାଳୟ ସମେତ ଅନ୍ୟ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ଖେଳ ଶିକ୍ଷକ / ଶିକ୍ଷୟିତ୍ରୀ ସହିତ ଜିଲ୍ଲାର ବିଭିନ୍ନ କ୍ରିଡା ସଂଗଠନ ର କର୍ମ କର୍ତ୍ତା ଅଂଶଗ୍ରହଣ କରିଥିଲେ । କ୍ରୀଡା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କ୍ରୀଡାଗୁଡିକୁ ପୂର୍ଣ୍ଣ ସଫଳ କରିବା ସହିତ ପ୍ରତ୍ଯେକଟି କ୍ରୀଡାରେ ଜିଲ୍ଲାର ଅଧିକରୁ ଅଧିକ ପ୍ରତିଯୋଗୀ ଯେପରି ଅଂଶଗ୍ରହଣ କରିବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀ ତଥା କ୍ରିଡା ସଂଗଠନ କର୍ମକର୍ତ୍ତା ଙ୍କୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପରାମର୍ଶ ଦେଇଛନ୍ତି ।

 

Related Post

ନୂଆ ଆଲୋକ ତରଫରୁ ଶିଶୁ କ୍ରିଡାତାରକାଙ୍କୁ ସମ୍ବର୍ଦ୍ଧନା

Posted by - November 26, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲା ବରୀ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପରିସରରେ ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ ର ସାମ୍ବାଦିକ ସମ୍ମିଳନୀ

Posted by - August 28, 2022 0
ସମ୍ବଲପୁର:୨୮/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଆଜି କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ (କେବିବିଏସ) ଓଡିଶା ତରଫରୁ ବଡିବିଲଣ୍ଡିଙ୍ଗ ଚାମ୍ପିୟନ ୨୦୨୨/୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି…

ପଦ୍ମପୁର ରେ ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - October 2, 2019 0
କେନ୍ଦୁଝର,୧/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀପୂଜା କମିଟି ଆନୂକୁଲ୍ୟରେ ବ୍ଲକ ସ୍ତରୀୟ ଗ୍ରାମଞ୍ଚଳ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ…

ଅତାବିରା ଠାରେ ଟୁନୁପଣ୍ଡା ମେମୋରିଆଲ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - December 19, 2021 0
ବରଗଡ/ଅତାବିରା:ଅତାବିରା ଏଥଲେଟିକ ଏସୋସିଏସନ ତରଫରୁ ଆଜି ସନ୍ଧ୍ୟା ୫ ଟା ସମୟରେ ବରଗଡ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିର ନିକଟସ୍ଥ ଡିପିଇପି ସ୍କୁଲ ପାଖରେ ଅତାବିରା ର…

ପଶ୍ଚିମ ଓଡିଶା ପାୱାର ଲିଫଟିଙ୍ଗ ଚାଂପିଆନସିପ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ପାୱାର ଲିଫଟିଙ୍ଗ ଚାଂପିଆନସିପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ରୁ 160 ପ୍ରତିଯୋଗି ଭାଗ…