ଆମପାଣି ପଞ୍ଚାୟତ ର ଟିର୍ଲିଆମ ଗ୍ରାମରେ ବ୍ୟାପିଛି ଝାଡ଼ା ବାନ୍ତି ରୋଗ :ପହଞ୍ଚିଲେ ସ୍ଵାସ୍ଥ୍ୟ ଓ ପରିମଲ ବିଭାଗ କର୍ମଚାରୀ

19 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଟିର୍ଲିଆମ ଗ୍ରାମରେ ଝାଡ଼ା ବାନ୍ତି ରୋଗ ବ୍ୟାପି ବହୁ ଲୋକ ଆକ୍ରାନ୍ତ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ନିକଟରେ ସୁଚନା ପହଞ୍ଚିବା ପରେ କୋକସରା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ .ତତ୍ଵଦର୍ଷି ଦାସଙ୍କ ନେତ୍ରୁତ୍ଵରେ ଏକ ମେଡିକାଲ ଟିମ୍ ଟିର୍ଲିଆମ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗିଙ୍କ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି l

ପରେ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଙ୍କ ନେତ୍ରୁତ୍ଵରେ ଏକ ଟିମ୍ ପହଞ୍ଚି ଔଷଧ ବଣ୍ଟନ କରିବା ସହ ପରିମଲ ବିଭାଗ କର୍ମଚାରୀ ମାନେ ଗ୍ରାମରେ ଥିବା ନଲକୁପ କୁ ବିଶୋଧନ କରି ପାନୀୟଜଳର ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଇଛନ୍ତି lଏହି ଗାଁ ର ନୁନୋଇ ମାଝି(୫୦), ଲଛମା ମାଝି(୬୦), କମଳ ମାଝି(୨୧), ରୁଦମା ମାଝି(୧୮), ଦୁର୍ଜ୍ୟୋ ମାଝି(୩୫), ବେବି ମାଝି(୬) ଝାଡାବାନ୍ତି ରୋଗରେ ଆକ୍ରାନ୍ର ହୋଇଥିବା ବେଳେ ବର୍ତ୍ତମାନ ନୁନୋଇ ମାଝି ଓ ବେବି ମାଝି କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଜଣାପଡିଛି l

Related Post

କଳାହାଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳ ଅଧ୍ୟକ୍ଷ ଓ କାଉନସିଲର ଙ୍କ ଭାଗ୍ୟ ଇ ଭି ଏମ୍ ରେ ବନ୍ଦ ଗଣତି କୁ ଅପେକ୍ଷା

Posted by - March 25, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳ ର ଅଧ୍ୟକ୍ଷ ଓ କାଉନସିଲର ପଦବୀ ନିମନ୍ତେ…

କ୍ରସର୍ ଚାଲୁ କରିବା ସପକ୍ଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Posted by - September 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ୍ ଖରଭୁଇଁ ଗ୍ରାମରେ ଥିବା କ୍ରସର୍ ଗୁଡିକ ବନ୍ଦ କରିବା ଓ ପଥର କୁଆଁରୀ ଗୁଡିକ ନିଲାମ ବାତିଲ କରିବା ଦାବୀରେ ଆନ୍ଦୋଳନ ଚାଲିଥିବା ବେଳେ…

ଶୀତଲଷଷ୍ଟି ଯାତ୍ରା ସମାପିତ

Posted by - June 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ପନ୍ନ ହୋଇଛି ଚଳିତ ବର୍ଷର ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ଯୁଗଳ ଦର୍ଶନ ଓ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଆଜି ହଜାର…

ଭିଜିଲାନ୍ସ୍ ଜାଲରେ ରାଜସ୍ଵ ନିରିକ୍ଷକ ,୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରାପଡିଲେ ଆର୍ ଆଇ

Posted by - August 10, 2022 0
ଗଞ୍ଜାମ :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବଇଦା ର ରାଜସ୍ଵ ନିରିକ୍ଷକ ଦେବାଶିଷ ମାଝି ବୁଧବାର ଅଗଷ୍ଟ…

ସୂଚନା ଅଧିକାର ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Posted by - October 2, 2021 0
ଯାଜପୁର:ରାଜ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି Iଏହି ଅବସରରେ ଆଜି ଯାଜପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ଜିଲା ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରୀ ଅର୍ଥର ହିସାବ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ହୋଇଥିବା ବେଳେ ଅଧିକରୁ ଅଧିକ ସୂଚନା ଅଧିକାରର ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଯାଜପୁର ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।