ଅଢେଇ କୋଟି ଟଙ୍କା ମୁଲ୍ୟର ୪୫୭୨ କେଜି ଗଞ୍ଜେଇ ଜବତ

58 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟ ଅବକାରି ବିଭାଗ କୁ ମିଲିଛି ଏକ ବଡ ଧରଣର ସଫଳତା l ଟ୍ରକ୍ ରେ ଚୋରା ଚାଲାଣ ହେଉଥିବା ବେଳେ ୪୫୭୨ କେଜି ଗ‌ଞ୍ଜେଇ ରାଜ୍ୟ ଅବକାରି ବିଭାଗ ଜବତ କରିଛି ଯବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କାର ହେବ ବୋଲି ସୁଚନା ମିଲିଛି l ବିଶାଖାପାଟଣା ରୁ ରାୟଗଡ଼ା ଦେଇ ଦିଲ୍ଲୀ କୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୁଚନା ପାଇଥିଲେ ଅବକାରି କମିସନର ତଥା ଆଇଜି ଆଶିଷ ସିଂହ ଏବଂ ସନ୍ଦିଗ୍ଧ ଟ୍ରକ୍ ଉପରେ ନଜର ରଖିବାକୁ ରାୟଗଡ଼ା ଜିଲ୍ଲା ଅବକାରି ଅଧିକ୍ଷକ ଅଭିରାମ ବେହେରା ଙ୍କୁ ନିର୍ଦ୍ଦେଶ ଦେଇଥିଲେ l

କମିସନର ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା, ଗୁଣପୁର, ଓ କଲ୍ୟାଣସିଂହପୁର ଅବକାରି ଅଧିକାରୀ ଙ୍କୁ ନେଇ ତିନୋଟି ଟିମ୍ ଗଠିତ ହୋଇଥିଲା ଏବଂ ଦିର୍ଘ ତିନିଦିନ ଧରି ଛାନ୍ ଭିନ୍ ଜାରି ରଖିବା ସହ ଦିବାରାତ୍ର ପେଟ୍ରୋଲିଙ୍ଗ୍ ଚାଲିଥିଲା l

ତେବେ,ସନ୍ଦିଗ୍ଧ ଟ୍ରକ୍ ର କୌଣସି ପତ୍ତା ମିଲି ନ ଥିଲେ ହେଁ ଧର୍ଜ୍ୟହରା ନ ହୋଇ ସର୍ଚ ଟିମ୍ ଟ୍ରକ୍ ଟିର ସନ୍ଧାନରେ ଲାଗିରହିଥିଲେ l ଶେଷ ରେ ଅବକାରି ବିଭାଗ ହାତରେ ଲାଗିଥିଲା ସଫଳତା l ଗୁରୁବାର ଦିନ ସକାଳେ ପେଟ୍ରୋଲିଙ୍ଗ ସମୟରେ ଚୋରା ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସିଜି୧୩ ୱାଇ ୫୨୬୩ କୁ ଠାବ କରାଯାଇ ଥିଲା l ଏବଂ ଟ୍ରକ୍ ରୁ ପ୍ରାୟ ଅଢେଇ କୋଟି ଟଙ୍କା ମୁଲ୍ୟର ୪୫୭୨ କେଜି ଚୋରା ଗଞ୍ଜେଇ ଜବତ କରାଯାଇ ଥିବା ଜଣାପଡିଛି ଯାହାକି ରାଜ୍ୟ ଅବକାରି ବିଭାଗର ଏକ ବହୁତ ବଡ ସଫଳତା ବୋଲି ସୁଚନା ମିଲିଛି l

Related Post

ସ୍ବାମୀକୁ ମାରିଲା ପୁରୁଣା ପ୍ରେମିକ,ଅଭିଯୁକ୍ତ ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Posted by - May 31, 2019 0
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) : ବର୍ଷେ ତଳେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ ମେହେର Youtubeରୁ ଫର୍ମୁଲା ଶିଖି କରିଥିଲା ବ୍ଲାଷ୍ଟ। ଏହି…

ମୋଟର ସାଇକେଲ ଆରୋହୀ ଙ୍କ ଠାରୁ ଲୁଟି ନେଲେ ମୋବାଇଲ ଓ ଟାବଳେଟ ଫୋନ

Posted by - August 4, 2022 0
ଖପ୍ରାଖୋଲ: ୪/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ପାଟଣାଗଡ ରାସ୍ତା ଓ ଏ ଭି ନିକଟରେ ଦିନ ଦ୍ୱିପ୍ରହରରେ ଜଣେ ମୋଟର ସାଇକେଲ ଆରୋହୀ ଠାରୁ ମୋବାଇଲ, ଟାବଳେଟ୍…

ଟିଟିଲାଗଡ଼ ବେଲପଦର ରେଳ ଧାରଣା ନିକଟରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର – ମୃତ୍ୟୁ ହେଲା କିପରି ?

Posted by - January 27, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ରାୟପୁର ରେଳଲାଇନରୁ ବେଲପଦର ଗ୍ରାମ ନିକଟରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଟିଟିଲାଗଡ଼ ରେଳବାଇ ପୋଲିସ । ତେବେ ରେଳ ଲାଇନ…

ନକଲି ଟଙ୍କା ସହିତ ୩ ଅଟକ

Posted by - December 5, 2018 0
ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ଲୋକ ୩ ଜଣ ସନ୍ଦିିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ ଠାରୁ…

ଅନୁଗୋଳରେ ଧଳା ଜହର ଜବତ ୩ ଗିରଫ

Posted by - October 13, 2019 0
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୋଳ ପୋଲିସ ଶୁକ୍ରବାର ରାତିରେ ୨୪ ଗ୍ରାମ୍ ବ୍ରାଉନ ସୁଗାର ସମେତ ଏକ କାରକୁ ଜବତ କରିଥିବା ବେଳେ ଏହି ବେଆଇନ କାର୍ଯ୍ୟରେ ସଂଶ୍ଳିଷ୍ଠ…