୧୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ୪ ଗିରଫ

31 0

ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଅଵକାରୀ ବିଭାଗ କୁ ମିଳିଛି ବଡ ସଫଳତା । ଅବକାରୀ ବିଭାଗ ସମ୍ବଲପୁର ଆଜି ଏକ କାର ରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଳାଣ ହେଉଥିବା ସମୟରେ ୪ ଅଭିଯୁକ୍ତ ଙ୍କୁ ଗିରଫ କରିଵା ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ସୁଚନା ଅନୁସାରେ ଆଜି ସକାଳୁ ୯ ଟା ସମୟରେ ଅବକାରୀ ବିଭାଗର ଟିମ ସମ୍ବଲପୁର ଝାରସୁଗୁଡା ବିଜୁ ଏସ୍କପ୍ରେସ ୱେ ର ଶାସନ ଥାନା କିଳାସମା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାର ରେ ଗଞ୍ଜେଇ ଚାଳାଣ ହେଉଥିବା ସୁଚନା ପାଇଁ ଗାଡିକୁ ପିଛା କରି କାବୁ କରିଥିଲେ ।

ଏହି ଗାଡି ଟି ୟୁପି ରାଜ୍ୟ ର ନମ୍ବର ରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡି ର ସିଟ ତଳେ ଗଞ୍ଜେଇ ରଖାଯାଇ ଚତୁରତା ସହ ଚୋଳାଚାଳାଣ କରାଯାଉଥିଲା । ତେବେ ଅବକାରୀ ଟିମ ଗାଡି ମଧ୍ୟରୁ ପାଖାପାଖି ୧ କୁଇଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୮୫୦୦ ଟଙ୍କା ଓ ୨ ମୋବାଇଲ କୁ ଜବତ କରିଛି ।

ଏଥିସହ ଗଞ୍ଜେଇ ଚୋରାଚାଳାଣ ଘଟଣାର ଅବକାରୀ ବିଭାଗ ବିହାର ରାଜ୍ୟ ର ୨ ଜଣ ଓ ଉତ୍ତର ପ୍ରଦେଶ ରାଜ୍ୟ ର ୨ ଜଣ ମୋଟ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋଟଚାଳାଣ କରିଥିବା ସୁଚନା ମିଳିଛି । ଏହି ଗଞ୍ଜେଇ କୁ କୋରାପୁଟ ରୁ ଉତ୍ତର ପ୍ରଦେଶ ରାଜ୍ୟ କୁ ଚାଳାଣ ହେଉଥିବା ଅବକାରୀ ବିଭାଗ ତରଫରୁ ସୁଚନା ଦିଆଯାଇଛି ।

Related Post

ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଅଚିହ୍ନା ଶବ ଠାବ

Posted by - July 22, 2021 0
ଉତ୍ତର ଭୁବନେଶ୍ୱର:( ସନ୍ତୋଷ ରାଉତ)   ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଜଣେ ଅଚିହ୍ନା ଲୋକର ଶବ ଠାବ ହୋଇଛି । ବାଲିଯାତ୍ରା ତଳ…

ଅନୁଗୋଳରେ ଧଳା ଜହର ଜବତ ୩ ଗିରଫ

Posted by - October 13, 2019 0
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୋଳ ପୋଲିସ ଶୁକ୍ରବାର ରାତିରେ ୨୪ ଗ୍ରାମ୍ ବ୍ରାଉନ ସୁଗାର ସମେତ ଏକ କାରକୁ ଜବତ କରିଥିବା ବେଳେ ଏହି ବେଆଇନ କାର୍ଯ୍ୟରେ ସଂଶ୍ଳିଷ୍ଠ…

ବୌଦ୍ଧ ଜିଲ୍ଲା ରେ ସେକ୍ସ ରାକେଟ ଠାବ, ଧରା ପଡିଲେ ଦେହଜୀବୀ ଓ ଗ୍ରାହକ

Posted by - August 13, 2021 0
ବୌଦ୍ଧ:( ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ରୁଣ୍ଡି ମହୁଲ ଅଂଚଳ ରେ ସେକ୍ସ ରାକେଟ ଚlଳୁଥିବା ନେଇ ଗତକାଲି ରାତ୍ର ରେ ରାକେଟ ଠାବ…

ନାଗେନମାଳ ଗାଁ ରେ ଅବକାରୀ ବିଭାଗ ର ଚଢାଉ, ମହୁଲ ଫୁଲ ବୋଝେଇ ପିକଅପ ଜବତ, ଦୁଇ ଗିରଫ

Posted by - August 28, 2022 0
ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ…