Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କ୍ୟାପିଟାଲ ହସ୍ପିଟାଲରେ ଲାଗୁ ହେଲା ଦରବୃଦ୍ଧି, କ୍ୟାବିନ୍ ସମେତ ଏମ୍‌ସିଏଚ୍‌ କ୍ୟାବିନ୍ ଦର ବଢ଼ିଲା

299 0

ଭୁବନେଶ୍ବର: ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍ ଦରବୃଦ୍ଧି ଲାଗୁ ହୋଇଛି। କିଛି ଦିନ ପୂର୍ବରୁ ହସ୍ପିଟାଲର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଫଳରେ ଆଜିଠାରୁ ରୋଗୀମାନଙ୍କୁ ବର୍ଦ୍ଧିତ ଦର ଅନୁସାରେ ହସ୍ପିଟାଲରେ ରହିବାକୁ ପଡ଼ିବ। ପୂର୍ବରୁ କ୍ୟାବିନ୍ ଦର ୩୫୦ଟଙ୍କା ଥିବା ବେଳେ ଏବେ ୫ଶହ ଟଙ୍କା, ନର୍ସିଂ ହୋମ୍ ୭ ଶହ ଟଙ୍କାରୁ ୧ହଜାର ଟଙ୍କା, ସ୍ବତନ୍ତ୍ର କ୍ୟାବିନ୍ ୪୫୦ଟଙ୍କାରୁ ୭ଶହ, ଏମ୍‌ସିଏଚ୍‌ ସେମି କ୍ୟାବିନ୍ ୫ଶହ ଟଙ୍କାରୁ ୭ଶହ ଟଙ୍କା, ଏମସିଏଚ୍ କ୍ୟାବିନ୍ ୭ଶହ ଟଙ୍କାରୁ ୧ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ହସ୍ପିଟାଲ କର୍ତୃପକ୍ଷ ଆଜି ଏହି ରେଟ୍ ଚାର୍ଟକୁ ହସ୍ପିଟାଲ ପରିସରରେ ଲଗାଇଛନ୍ତି। ହସ୍ପିଟାଲ କର୍ତୃପକ୍ଷଙ୍କ ଦରବୃଦ୍ଧି ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବ। ଅପରପକ୍ଷେ କ୍ୟାପିଟାଲ୍‌ ଥାନା ପୁଲିସ ଆଜି ହସ୍ପଟାଲ୍‌ରୁ ଆଉ ଜଣେ ଦଲାଲକୁ ଗିରଫ କରିଛି। ସେ‌ ହେଲା ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ସରୋଜ କୁମାର ପ୍ରଧାନ(୪୫)। ପୁଲିସ ସୂଚନା ମୁତାବକ, ସରୋଜ ନିଜକୁ ହସ୍ପିଟାଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ରୋଗୀମାନଙ୍କୁ ଘରୋଇ ପାଥୋଲୋଜିକୁ ପଠାଉଥିଲା।

Related Post

ସୁବର୍ଣ୍ଣପୁରରେ ସାମ୍ବାଦିକଙ୍କୁ ସ୍ଵତନ୍ତ୍ର ବୁଷ୍ଟର ଡୋଜ ପ୍ରଦାନ

Posted by - July 21, 2022 0
ସୋନପୁର: (ଅଜିତ କୁମାର ପୂଜାହାରୀ) ସୋନପୁର ସହର ର ଏନଜିଓସିସି ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ୱାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ଗ୍ରହଣ କରାଯାଇ ଆଜି…

ଜନ ଆରୋଗ୍ୟ ସମିତି କାର୍ଯ୍ୟକାରୀ ବୈଠକ

Posted by - December 23, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ହରଡ଼ଖୋଲ ଠାରେ ଜନ ଆରୋଗ୍ୟ ସମିତି କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଯାଇଅଛି । ଏହି ବୈଠକରେ ପୂର୍ଣ୍ଣ ଚନ୍ଦ୍ର ବିଶି…

ଇନ୍ଧନର ଅପ ବ୍ୟବହାରକୁ ରୋକିବା ଉଦ୍ଧେଶ୍ୟରେ ସଚେତନତା ପଦଯାତ୍ରା

Posted by - February 2, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ଇନ୍ଧନର ଅପ ବ୍ୟବହାରକୁ ରୋକିବା ଉଦ୍ଧେଶ୍ୟରେ ସଚେତନତା ପଦଯାତ୍ରା । ଯାଜପୁରରେ ପେଟ୍ରୋଲିୟମ କନଜରଭେସନ ରିସର୍ଚ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି…

ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା

Posted by - March 19, 2021 0
ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧…

ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ 

Posted by - May 23, 2022 0
ଯାଜପୁର :(ଅନନ୍ଦ ଚାନ୍ଦ୍ର ଶହୁ )ଯାଜପୁର ଜ଼ିଲ୍ଲା ମା ମଣ୍ଡପରେ ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ…

Leave a comment

Your email address will not be published.