Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଲୋକ ସେବକ ମଣ୍ତଳ ଓ ସମାଜ ରିଲିଫ କମିଟି ସମ୍ୱଲପୁର ଜୋନ୍ ପକ୍ଷରୁ ବନ୍ଯା ପ୍ରଭାବିତ

48 0

ସମ୍ୱଲପୁର: 18/08(ରମାକାନ୍ତ ବିଶ୍ବାଳ)ସମ୍ପ୍ରତି ଲଗାଣ ପ୍ରବଳ ବର୍ଷା ତଥା ହୀରାକୁଦ ବନ୍ଧ ର ପଛୁଆ ଜଳ ବ୍ରୁଦ୍ଧି ଯୋଗୁଁ ଅବିଭକ୍ତ ସମ୍ୱଲପୁର ଜିଲ୍ଲା, ବର୍ତ୍ତମାନର ବରଗଡ଼ ଜିଲ୍ଲା ର ଅମ୍ୱାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ବେନିଆଁପାଲି, ଘୁଘୁରାପାଲି ଆଦି ଗ୍ରାମ ପାଣି ଘେର ଭିତରେ ଜଳବନ୍ଦୀ ହୋଇ ରହି ଯାଇଛି । ସମ୍ୱଲପୁର ଠାରୁ 130 କିଲୋମିଟର ଦୂରବର୍ତ୍ତୀ ସେହି ଗ୍ରାମ ମାନଙ୍କର ଜନସାଧାରଣ ନାହିଁ ନ ଥିବା ଦୁଃଖ ଓ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଯା ଜଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇ ଥିବାରୁ ବ୍ଯାପକ କ୍ଷୟକ୍ଷତି ହୋଇଛି । ଚିଖିଲି ଗ୍ରାମର ବିଦ୍ଯାଳୟ ବଢ଼ି ପାଣିରେ ବୁଡ଼ି ଯାଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି ।


ଏହି ପରିପ୍ରେକ୍ଷୀରେ “ମାନବ ସେବା ମାଧବ ସେବା” ଧର୍ମରେ ଅନୁପ୍ରାଣୀତ ସମାଜ ରିଲିଫ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଂଜନ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ରଙ୍କ ତତ୍ୱାବଧାନରେ ଏହି ବନ୍ଯା ପ୍ରଭାବିତ ଗ୍ରାମ ମାନଙ୍କରେ ବନ୍ଯା ପ୍ରପୀଡ଼ିତ ଜନସାଧାରଣଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରା ଯାଇଅଛି । ଲୋକ ସେବକ ମଣ୍ତଳ ଓ ସମାଜ ରିଲିଫ କମିଟିର କର୍ମକର୍ତ୍ତା ସମାଜସେବୀ ସଂସ୍କ୍ରୁତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ , ବିପିନ ବିହାରୀ ପଣ୍ତା , ଦୀପକ ସାହୁ, ଖଗେଶ୍ୱର ନାଏକ, ବାଲାଜୀ ବିଭୂ ରଂଜନ ତରସିଆ, ଚନ୍ଦ୍ରମଣି ବେହେରା, ବରଗଡ଼ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ବିକାଶ ଭୋଇ, ରଂଜିତ ସାହୁ, ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ଫକୀର ପଟେଲ, ମୋତିଲାଲ ସେଠ, ବସନ କଂସା, ହ୍ରୁଷିକେଶ ସାହୁ, ଅବିନାଶ ପ୍ରଧାନ, ବନମାଳି ଖମାରୀ, ଗୁରୁଦେବ ସାହୁ, ଜଗନ୍ନାଥ ସେଠ, ଅଶୋକ ପ୍ରଧାନ, ଗଙ୍ଗାଧର ଭୋଇ ଓ ଗିରିଧାରୀ ଦାସ ପ୍ରମୁଖ ବନ୍ଯା ପପୀଡ଼ିତ ଜନସାଧାରଣଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ । ଚାରୋଟି ଗ୍ରାମର ପ୍ରାୟ ଚାରିଶହ ପରିବାରକୁ ଶୁଖିଲା ଖାଦ୍ଯ ସାମଗ୍ରୀ ବଣ୍ଟନ କରା ଯାଇଅଛି ।

Related Post

ସୂର୍ଯ୍ୟାଲୋକ ସମାଜ ସେବା ପରିବାର ଦ୍ବାରା ସଦର ଥାନାଧିକାରୀ ଙ୍କ ସହଯୋଗ ରେ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 14, 2020 14
ଆଜିବି ବଞ୍ଚିଛି ମଣିଷ ପଣିଆ , ଗୋଟେ ପଟେ କରୋନା ଡରରେ ଲକଡାଉନ୍ ଆଉ ଗୋଟେ ପଟେ ଭୋକରେ ଆଉଟୁ ପାଉଟୁ ହେଉଥିବା ପେଟ ଚାଖଣ୍ଡ। କିଏ…

ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା

Posted by - May 18, 2022 0
ବୌଦ୍ଧ:(ଚିତ୍ତରଂଜନ ସିଂ)ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ରେ ଅସନ୍ତୁଳିତ ଜୀବଜଗତ!ଗ୍ରୀଷ୍ମ ପ୍ରଭାବରେ ଚାରିଆଡେ ପାଣି ଟିକେ ପାଇଁ ହା ହା କାର!ଏହାକୁ ଆଖିଆଗରେ ରଖି ଏକ ଅଭିନଵ…

ସାନ ବାଞ୍ଜିପାଲି ଗାଁ କମଳ ବରିହାର ଚିକିତ୍ସା ପାଇଁ ସହାୟତା ର ହାତ ବଢାଇଲେ ହରିଶଙ୍କର ବନ ବିଭାଗ କର୍ମଚାରୀ

Posted by - June 23, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ସାନ ବାଞ୍ଜିପାଳି ଗାଁ ର ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ର କମଳ…

ଯନ୍ତ୍ରଣାର ବିଛଣାରେ ‘ପ୍ରମିଳା’, କେବେ ମିଳିବ ସମ୍ପୂର୍ଣ୍ଣ ସହାୟତା

Posted by - September 25, 2019 0
କେନ୍ଦୁଝର,୨୪/୯ରୋଗ ଯନ୍ତ୍ରଣା ଓ ଅର୍ଥ ଅଭାବରେ ଛଟପଟ ହେଉଛନ୍ତି କେନ୍ଦୁଝର ଟିକରପଡା ଗାଁର ପ୍ରମିଳା ମୁଣ୍ଡା ।୨ନାବାଳକ ଶିଶୁକୁ ଧରି ଶଯ୍ୟାଶାୟୀ ପାଲଟିଛି ଥିବା ମହିଳାଙ୍କୁ ଏବେ…

ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ 

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ କରାଗଲା ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତର ପୂର୍ବତନ ସରପଂଚ ଦର୍ଶନ ପତିଙ୍କ ଦ୍ୱାଦଶ କ୍ରିୟାରେ ହୋଇଥିବା ଭୋଜିରେ ବିପୁଂଳ ପରିମାଣର ଖାଦ୍ୟ ବଳି ପଡିଥିଲେ । ପରିବାର ଲୋକେ ସାମାଜିକ ଗଣମାଧ୍ୟମ ଯୋଗେ ଯାଜପୁର ଖବର କୁ ଜଣାଇଥିଲେ ।  ଯାଜପୁର ଖବର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଶୋକ ଦାସ ପାଂଉଣ୍ଡେସନ ର ମିଳିତ ଉଦ୍ୟମ କ୍ରମେ ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଏହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।