ଟିଟିଲାଗଡରେ ୭୬ ତମ ସ୍ଵାଧୀନତା ଦିବସ ଧୁମଧାମରେ ପାଳିତ।

90 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପି ଏହାକୁ ଅମୃତ ମହୋତ୍ସବ ରୁପେ ପାଳନ କରାଯାଇଛି। ହର ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ଦେଶବାସୀ ନିଜ ନିଜର ଘର ମାନଙ୍କରେ ତ୍ରିରଙ୍ଗା ଉଡ଼ାଇ ଏହି ମହୋତ୍ସବକୁ ପାଳନ କରିଥିଲେ।ଟିଟିଲାଗଡ ଲୋକ ସମ୍ପର୍କ ଓ ସୁଚନା ବିଭାଗ ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୭୬ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି, ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ସହର ବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ କୋଭିଡ ଯୋଦ୍ଧ।ଙ୍କୁ ପୁରସ୍କୃତ କରଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉପଖଣ୍ଡ ଲୋକ ସମ୍ପର୍କ ଓ ସୁଚନା ଅଧିକାରି ଗୁରୁ ଚରଣ ଦାସ ଏବଂ ବିଭାଗୀୟ କର୍ମଚାରୀ।ସେହିପରି ଟିଟିଲାଗଡ ଲାୟନ୍ସ କ୍ଲବ ପକ୍ଷରୁ ଲାୟନ୍ସ ଡେନରେ ସଭାପତି ଲିଙ୍ଗରାଜ ସାହୁ ପତାକା ଉତ୍ତୋଳନ କରିବା ପରେ ଲାୟନ୍ସ କ୍ଲବ ଦ୍ଵାରା ପରିଚାଳିତ ବୃଦ୍ଧାଶ୍ରମ କୁ ଯାଇ ସେଠାରେ ରହୁଥିବା ଲୋକଙ୍କୁ ଯାଇ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ମା ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ କଲେ ସ୍କୁଲ କୋର କମିଟି ସଭାପତି ଶ୍ରୀ ରବି ପଟ୍ଟନାୟକ, ଏହି ଅବସରରେ ସ୍କୁଲର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ସେହିପରି ସହରର ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ପକ୍ଷରୁ ଏହି ସ୍ଵାଧୀନତା ଦିବସ ପାଳନ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନିଜ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରଯାଇଥିଲା।

ସନ୍ଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଯେଶିଆଇ ଟିଟିଲାଗଡ ସିଟି ଦ୍ଵାରା ଏକ ସାମ ସହିଦୋକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସେଥିରେ ମୂଖ୍ୟ ଅତିଥି ଭାବେ ଏସଡିପୀଓ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ଯୋଗ ଦେଇଥିଲେ। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଦିନ ତମାମ ସହରରେ ଅତି ସୁନ୍ଦର ଦେଶାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସହର ସାରା ଜାତୀୟ ପତାକା ଛାଇ ଯାଇଥିଲା। ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବୀରବର ସାହୁ, କୁଶକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶ୍ରୀ ପୁଷ୍ପା ମହାନନ୍ଦ ପତାକା ଉତ୍ତୋଳନ କରିଥିଲେ, ସେହିପରି ଖୋଲାନ ଗ୍ରାମ ପଞ୍ଚାୟତରେ ଶ୍ରୀ ନରେଶ ଅଗ୍ରୱାଲଙ୍କ ନେତୃତ୍ଵରେ ଦୀର୍ଘ ୫୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକାକୁ ଧରି ଗାଆଁର ଯୁବକ ମାନେ ଚାରିଆଡ଼େ ପରିକ୍ରମା ପରେ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ପାଳନ କରିଥିଲେ।

Related Post

ଅମ୍ବାଦଳା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ପ୍ରସଙ୍ଗ- ଟ୍ରେନ ରହଣୀ ନୋହିଲା, ରେଳ ରୋକ ପାଇଁ ପ୍ରସ୍ତୁତି

Posted by - May 17, 2022 0
ଅମ୍ବାଦଳା :(ରମାକାନ୍ତ ପଡାଲ) ଅମ୍ବାଦଳା ଷ୍ଟେସନ ରେ ଏକ୍ସପ୍ରେସ ଟ୍ରେନ ରହଣୀ ନୋହିବାରୁ ରେଳ ରୋକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କୋରନା…

ଜୟପାଟଣା ତହସିଲଦାର ଙ୍କ କାର୍ଯ୍ୟାନୁଷ୍ଠାନ, ୬ ଷ୍ଟୋନ କ୍ରସର ସିଲ

Posted by - July 7, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅଞ୍ଚଳର ୬ ଗୋଟି କ୍ରସର ୟୁନିଟ କୁ ସିଲ କରିଛନ୍ତି ଜୟପାଟଣା…

ସରକାରୀ ଉଦାସୀନତା ସାଙ୍ଗକୁ ପ୍ରଶାସନର ଆଢୁଆଳରେ ବୋଦୁଅ ପଂଚାୟତ

Posted by - August 13, 2020 0
ଯାଜପୁର ଅଫିସ : ଯାଜପୁ ଜିଲ୍ଲା ବରୀ ବ୍ଲକ୍ ଅଧିନ ନଦୀନାଳ ଘେରା ବୋଦୁଅ ପଂଚାୟତ ସମସ୍ୟାରେ ଜର୍ଜରିତ ହୋଇ ରହିଛି । ସରକାରୀ ଉଦାସୀନତା ସାଙ୍ଗକୁ…

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ 322C2 ର ନୂତନ ଡ଼ିଜି ୱାଇ ପି ଙ୍କୁ ଦିଆଗଲା ସମ୍ବର୍ଦ୍ଧନା

Posted by - March 5, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ 322C2 ର ନୂତନ ଡ଼ିଜି ଭାବେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଦସ୍ୟ ୟମୁନା ପ୍ରସାଦ ଗୋୟଲ ମନୋନୀତ…