Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ

47 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁରରେ ହର୍ଷୋଲ୍ଲାସର ସହିତ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ସ୍ତରୀୟ ଉତ୍ସବର ମୁଖ୍ୟଅତିଥି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ ରିଜର୍ଭ ପୋଲିସ୍ ପଡିଆରେ ଦେଶର ଗର୍ବ ଓ ଗୌରବର ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀ ଙ୍କ ଉଦେଶ୍ୟରେ ସମ୍ବୋଧନ କରିଥିଲେ l ସେ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଇତିହାସ , ସଂସ୍କୃତିର ଭୂୟସୀ ପ୍ରଶଂସା କରି ପ୍ରଜାମଣ୍ଡଳ ଆନ୍ଦୋଳନ ତଥା ଭାରତର ସ୍ଵାଧୀନତା ସଂଗ୍ରାମରେ ଏଠାକାର ବରପୁତ୍ରମାନଙ୍କ ଯୋଗଦାନ ର ସ୍ମୃତି ଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I

କରୋନା କଟକଣା ରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ କେବଳ ଆରକ୍ଷୀ ବାହିନୀ ଗୋଟିଏ ପ୍ଲାଟୁନ୍ ଓ ପୋଲିସ ବ୍ୟାଣ୍ଡ ପାର୍ଟି ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିଲେ I ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ l ଏହାପରେ ଅତିଥି ଗଣ ପ୍ୟାରେଡ ପଡ଼ିଆରେ ବୃକ୍ଷ ରୋପଣ କରିଥିଲେ l

ଅବିରତ ପ୍ରବଳ ବର୍ଷା ସତ୍ତ୍ବେ ପୂର୍ବ ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l ଏହାପରେ ମନ୍ତ୍ରୀ ବୀରମହାରାଜପୁର 5T ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ l ଦିବସ ପରିପ୍ରେକ୍ଷୀରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଭୋର୍ ରେ ସହରରେ ରାମଧୁନ ପରିବେଷଣ ସହିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଉପ ଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସ୍ଥାନୀୟ କୁଷ୍ଠା ଶ୍ରମ ର ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରିଥିଲେ l

 

Related Post

ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

Posted by - August 29, 2020 0
ଯାଜପୁର ଅଫିସ :ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ…

ବାଲିଆପାଳ ବିଡିଓ ଙ୍କ ଶ୍ରମିକଙ୍କ ପ୍ରତି କରିଥିବା ଅସଦାଚରଣ ଘଟଣାର ତଦନ୍ତ ନିର୍ଦ୍ଦେଶ

Posted by - May 14, 2020 119
ଭୁବନେଶ୍ବର :(ଏଇ ଓଡିଶା)କରୋନା ସଂକ୍ରମଣ ଭୟରେ ନିଜ ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ । ଏଭଳି ସମୟରେ ପ୍ରବାସୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।…

ଆନ୍ଧ୍ର ପ୍ରଦେଶ ରୁ ଦାଦନ ଶ୍ରମିକଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

Posted by - October 4, 2021 0
ବୌଦ୍ଧ(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀ ଦୀର୍ଘ ତିନି ମାସ ତଳେ ଆନ୍ଧ୍ରପ୍ରଦେଶ କୁ କାମ ପାଇଁ ଯାଇଥିଲା l ସେଠାରେ…

ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

Posted by - February 17, 2019 0
ଭଦ୍ରକ ରାଣୀତାଲ୍‌ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ।ସ୍ଥାୟୀ ସରକାର ସତ୍ତ୍ୱେ…