ରେଙ୍ଗାଲି ରେ ବିକାଶ ମେହେର ଛାତ୍ରବୃତ୍ତି ପ୍ରଦାନ

29 0

ସମ୍ବଲପୁର/ରେଙ୍ଗାଲି:୧୪/୦୮(ରମାକାନ୍ତ ବିଶ୍ବାଳ)ରେଙ୍ଗାଲି ପଣ୍ଡଲୋଇ ଗ୍ରାମ ରେ ଗତ ବର୍ଷ ୨୬/୧୨/୨୦୨୧ ତାରିଖ ଦିନ ଗୋପିରାମ ମେହେର ତାଙ୍କ ବାପା ଶଙ୍କର ମେହେର ଓ ନୁରା ମେହେରଙ୍କ ସ୍ମୃତି ରେ ବିକାଶ ମେହେର ଛାତ୍ରବୃତ୍ତି ଉତ୍ତରାଞ୍ଚଳ କୁଲିସ ମେହେର ସମାଜ ଗଠନ କରିଥିଲେ l ଏବଂ ସମାଜ ର ସମସ୍ତ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ୧ଲକ୍ଷ ୫ହଜାର ଟଙ୍କା ର ଚେକ ପ୍ରଦାନ କରିଥିଲେ l ରବିବାର ରେଙ୍ଗାଲି ସ୍ଥାନୀୟ ହୋଟେଲ ହାଇୱେ ସଭା ଗୃହ ରେ ଅଧ୍ୟକ୍ଷ ବିକାଶ ମେହେର ଙ୍କ ଅଧ୍ୟକ୍ଷତା ରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି l

ଉକ୍ତ କାର୍ଯ୍ୟକ୍ରମ ସଭାପତି ଲକ୍ଷ୍ମୀ ନାରାୟଣ ମେହେର ସମ୍ପାଦକ ପରମେଶ୍ୱର ମେହେର ଉପ ସଭାପତି କ୍ଷମାଶିଳ ମେହେର ପ୍ରଥମେ ମାଁ କରମଶାନୀଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ସଭାପ୍ରାରମ୍ଭ କରିଥିଲେ l ସତ୍ୟନାରାୟଣ ଭାଇ ସଭା ପରିଚାଳନା କରିଥିଲେ ୨୬ ଖଣ୍ଡ ମୌଜା ରୁ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ଭବିଷ୍ୟତ ଗଢିବା ପାଇଁ ନୂତନ ପ୍ରସଙ୍ଗ କ୍ରମେ ନିଜକୁ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି l

ଛାତ୍ରବୃତ୍ତି ର ସଂସ୍ଥାପକ ଗୋପିରାମ ମେହେର ଗତ ବର୍ଷ ପରି ଆଉଥରେ ସଂସ୍ଥା ର ଅଧ୍ୟକ୍ଷ ବିକାଶ ମେହେରଙ୍କୁ ୧ଲକ୍ଷ ୫ହଜାର ଟଙ୍କା ର ଚେକ ପ୍ରଦାନ କରିବା ସହ ଆସନ୍ତା ବର୍ଷ ଛାତ୍ରବୃତ୍ତି କୁ ୫ହଜାର ରୁ ବଢ଼ାଇ ୧୦ହଜାର କରିବେ ବୋଲି ଘୋଷଣା କରିଛନ୍ତି lଚଳିତ ମ୍ୟାଟ୍ରିକ ପରୀକ୍ଷା ରେ କୁମାରୀ ପ୍ରଜ୍ଞା ପ୍ରମିତା ମେହେର ମୋଟ ୬୦୦ ରୁ ୪୮୮ ଅଙ୍କ ରଖିଥିବା
ବେଳେ ସର୍ବାଧିକ ୮୧.୩୩ ଶତକଡା ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ବିକାଶ ମେହେର ଛାତ୍ରବୃତ୍ତି ରେ ସମ୍ମାନିତ କରାଯିବା ସହ ୫ହଜାର ଟଙ୍କା ର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି l ଶେଷରେ କୁଲିସ ମେହେର ସମାଜ ର ସମ୍ପାଦକ ପରମେଶ୍ୱର ମେହେର ସମାଜ ର ଛାତ୍ର ଛାତ୍ରୀଙ୍କୁ ଭଲ ପାଠ ପଢି ରାଜ୍ୟ ଓ ଦେଶ ର ଉଚ୍ଚ ପଦ ପଦବୀ ରେ ମୁତୟନ ହେବାର ଲକ୍ଷ୍ୟ ରଖି ନିଜର ଭବିଷ୍ୟ ଗଢିବା ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ l

Related Post

ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର

Posted by - September 13, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର l ବାଘର କେଉଁ…

କମଳାକାନ୍ତ ମିଶ୍ର ପାଂଉଣ୍ଡେସନ ପକ୍ଷରୁ ଦୁଃଖି ଦରିଦ୍ରଙ୍କୁ କମ୍ବଳ ବଂଟନ

Posted by - December 30, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁର ଉକ୍ରଳ ମଣ୍ଡପ ପରିସରରେ କମଳାକାନ୍ତ ମିଶ୍ର ପାଂଉଣ୍ଡେସନ ପକ୍ଷରୁ…

ବରୀରେ ଦୁଇ ସମାଜସେବୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

Posted by - March 30, 2020 15
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଯୁବ ସମାଜସେବୀ ତଥା କଂଗ୍ରେସ ନେତା ଉମେଶ ଚନ୍ଦ୍ର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ପ୍ରଦାନ କରିଛନ୍ତି…

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦ୍ୱୟରେ ‘”ସମ୍ୱଲ୍’ପୁରୀ ଦିନ୍” ପାଳିତ

Posted by - August 3, 2022 0
ସମ୍ୱଲପୁର: :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବଡ଼ବଜାର ଏବଂ ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ଉଭୟ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ୱଲପୁରୀ ଭାଷା ସାହିତ୍ଯର…