Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

‘ସକାଳ’ ଓ ନନ୍ଦିଘୋଷ ତରଫରୁ ରକ୍ତଦାନ ଶିବିର

29 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଳଡ ବ୍ୟାଙ୍କଠାରେ ସକାଳ ଖବରକାଗଜ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ମହାନଦୀ ଧାରା ଅନୁଷ୍ଠାନର ସହାୟତାରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ପୌରପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୁଲିସ୍ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟିତ କରିଥିଲେ ।

ସକାଳ ଖବରକାଗଜର ଜିଲ୍ଲା ପ୍ରତିନିଧି ଧରଣୀଧର ମିଶ୍ର, ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ମନୋଜ ମିଶ୍ର ଏବଂ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ବହୁମୂଲ୍ଯ ରକ୍ତ ଦାନ ଦ୍ବାରା ଜଣଙ୍କର ଜୀବନ ବଞ୍ଚୁଥିବାରୁ ରକ୍ତ ଦାନ ଏକ ମହତ ଦାନ ବୋଲି ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି । ସେହିପରି ‘ସକାଳ’ ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇ ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ କହିଛନ୍ତି ଏଭଳି ଶିବିର ଆୟୋଜିତ ହେଉଥିବା ଦ୍ବାରା ରକ୍ତର ଅଭାବରୁ ଏଣିକି କାହାର ଜୀବନ ଯିବ ନାହିଁ ।

ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମହାନଦୀ ଧାରା ଅନୁଷ୍ଠାନର ଚାରି ଜଣ ଛାତ୍ର ପ୍ରଥମ ଥର ପାଇଁ ରକ୍ତ ଦାନ କରି ଖୁବ୍ ଖୁସି ଅନୁଭବ କରିଛନ୍ତି । ଡାକ୍ତର ଦୁର୍ଗାଦତ୍ତ ଦାଶ, ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଦରୁଆନ, ଯୁଧିଷ୍ଠିର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ ଶିବିର ପରିଚାଳନା କରିଥିଲେ । ଜିଲ୍ଲା ରକ୍ତ ଦାତା ସଂଘର ସଭାପତି ସମାଜସେବୀ ମନୋଜ ପଣ୍ଡା ସଂଘ ତରଫରୁ ସମସ୍ତ ରକ୍ତଦାତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ସାମ୍ବାଦିକ ପିତାମ୍ବର ମହାପାତ୍ର, ପ୍ରକାଶ ବେବର୍ତ୍ତା, ସୁଶାନ୍ତ ପ୍ରଧାନ, ସହଦେବ ମେହେର, ମାନଭଞ୍ଜନ ପୂଜାରୀ, ଧନଞ୍ଜୟ ଆଡଯୁଆଡି ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

ମାର୍ଗ ଶିର ମାସ ମାଣ ବସାଉଷା,ମହାଲକ୍ଷ୍ମୀପୁରାଣ ସତସଙ୍ଗ ଅନୁଷ୍ଠିତ ହୋଇଛି

Posted by - December 18, 2021 0
ବଙ୍ଗୋମୁଣ୍ଡା ;ତା୧୭/(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତଭାଲୁମୁଣ୍ଡା ଗାଁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି ବରଗଛ ପଡା ରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ ରେ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୭୨ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - January 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଳକ ମାଳଆନନ୍ଦପୁର ପଞ୍ଚାୟତ ଉତ୍ତରେଶ୍ୱର କଲ୍ୟାଣ ମଣ୍ଡପ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ୭୨ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…

ଗୌରୀଆମ୍ମା ଙ୍କ ଭଷାଣି ଯାତ୍ରା

Posted by - October 27, 2021 0
ମାଥିଲି:(ଅବଦୁଲ ଗନି) ତେଲୁଗୁ ସମ୍ପରଦୟା ର ଗତ ନ ଦିନ ଧରି ଗୌରୀଆମ୍ମା ଲକ୍ଷ୍ମୀପୂଜା ପୂଜା ତେଲୁଗୁ ସାହିରେ କରିଆସୁଥିଲେ।  ଆଜି ଅପରାହ୍ନ ରେ ଗରୀବ ଙ୍କୁ…

ସଡକ ଦୁର୍ଘଟଣାରେ ଦୁଇ ଝିଅଙ୍କ ସମେତ ବାପା ମୃତ ; ଶିଶୁ ଗୁରୁତର

Posted by - April 5, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଇନ୍ଧନପୁର ଛକରେ ଆସିକା ପଟୁ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ଧକ୍କାରେ ଆସିକା ବ୍ଳକ୍ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ (51),…