ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ୫୦୦ ମିଟର ର ତ୍ରିରଙ୍ଗା ପଦଯାତ୍ରା

99 0

ସମ୍ବଲପୁର/ବରଗଡ/ଅତାବିରା ୧୪/୮(ରମାକାନ୍ତ ବିଶ୍ଵାଳ )ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ଆଜି ସକାଲ ସାଢେ ୯ ଟାରେ ଏକ ୫୦୦ ମିଟରର ଭବ୍ୟ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଯାହାକି ଲାଦେରପାଲି ରାମଚଣ୍ଡୀ ମନ୍ଦିରରୁ ବାହାରି ଅତାବିରା ସିନେମା ହଲ ପର୍ଯ୍ୟନ୍ତ କରାଯାଇଛି ଯେଉଁଥିରେ କି ଅତାବିରା ର ସମସ୍ତ ରାଜନୈତିକ ଦଲ,ବିଦ୍ୟାଲୟ,ମହାବିଦ୍ୟାଲୟ, ସଂଗଠନ,ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଯୋଗଦେବା ସହ କାର୍ଯ୍ୟକ୍ରମ ଟିକୁ ଖୁବ୍ ଅନନ୍ଦ ସହକାରେ ସାଫଲ୍ୟ ମଣ୍ଡିତ କରିଛନ୍ତି ।ଅତାବିରା ର ସମସ୍ତ ଦଲର ବିଧାୟକ ବିଧାୟିକା ,ଜନ ପ୍ରତିନିଧି ,ଶିକ୍ଷାନୁଷ୍ଠାନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଙ୍କ ସମେତ ଅତାବିରାର ସମସ୍ତ ସାମାଜିକ ଅନୁଷ୍ଠାନ ର କର୍ମିମାନେ ସକ୍ରିୟ ଭାବେ ଯୋଗଦେଇଛନ୍ତି ।

ଭାଇଚାରା ଏବଂ ଭାତୃତ୍ୱର ଏକ ଭିନ୍ନ ନିଆରା ପରମ୍ପରା ର ଏହି ଦିନଟି ଚିରସ୍ମରଣିୟ ହୋଇ ରହିବ।ସକାଲୁ ବର୍ଷାରେ ଭିଜି ଭିଜି ଦେଶ ମାତୃକାର ସେବା ପ୍ରେମ ପାଇଁ ଅତି ଉଲ୍ଲାସରେ ବାହାରି ପଡିଥିବା ଏପରି ଜନସମୁଦ୍ର ଅତି କମ ଦେଖିବାକୁ ମିଲେ ।ମନରେ ଦୃଢ ଇଚ୍ଛାଶକ୍ତି ଏକ ଅଦମ୍ୟ ସାହସ ବଲରେ ଜଗତରେ ସବୁ କିଛି କରାଯାଇପାରେ ।ଆଜିର ଏ ଭବ୍ୟ ତ୍ରିରଙ୍ଗା ପଦଯାତ୍ରାଟି ତାର ଜ୍ୱଲନ୍ତ ଉଦାହରଣ ଅଟେ ।ଆଗକୁ ମଧ୍ୟ ଏହିପରି ସବୁଦିନ ସମସ୍ତ କାର୍ଯ୍ୟକଲାପ ଏକତ୍ରିତ ଭାବରେ ମିଶି କାମକଲେ ଅତାବିରା ମାଟି ତଥା ତଥା ଓଡିଶା ଓ ଦେଶ ମାତୃକାର ମଙ୍ଗଲ ହୁଅନ୍ତା ବୋଲି ଜନସାଧାରଣରେ ବେଶ ଚର୍ଚ୍ଚା ହେଉଛି ।

Related Post

ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ସଂଘ ତରଫରୁ ୯୦୦ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା

Posted by - August 18, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସାରା ଦେଶରେ ଆଜି ଅମୃତ ମହୋତ୍ସବ ଓ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଛି ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା…

ବରୁଣେଶ୍ୱର ମହୋତ୍ସବ ଉଦଯାପିତ

Posted by - January 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବିଂଝାରପୁର ର ଅରେଇରେ ଚାଲିଥିବା ବରୁଣେଶ୍ୱର ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନି ସଂଧ୍ୟାରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା…

ନିରବ ପ୍ରାର୍ଥନା କରିବା ସହ ଚୀନ ନିର୍ମିତ ସାମଗ୍ରୀ କୁ ବର୍ଜନ

Posted by - June 19, 2020 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ )କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନରେ ଥିବା ବଲାଣୀ ପଞ୍ଚାୟତରେ  ସ୍ଥାନୀୟ ଯୁବ ଗୋଷ୍ଠୀ ତରଫରୁ ଭାରତୀୟ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି…

ଯଜ୍ଞ ପଡ଼ିଆର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ତଦାରଖ କଲେ ବିଧାୟିକା ପ୍ରମିଳା ମଲ୍ଲିକ

Posted by - January 7, 2022 0
ଯାଜପୁର:ବିଂଝାରପୁର ଯଜ୍ଞ ପଡ଼ିଆର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ତଦାରଖ କଲେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ। ଏଠାରେ ହେବାକୁ ଥିବା ଷ୍ଟାଡିୟମ ଓ ପଥର ପ୍ୟାକିଙ୍ଗ କାର୍ଯ୍ୟର…

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା ।

Posted by - May 23, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ…