ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

35 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ଲାଲ ବାହାଦୂର ଷ୍ଟାଡିଅମ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିନିଟି ପାଠ୍ୟକ୍ରମ ରେ ଦଶମ ପରୀକ୍ଷାରେ ଜିଲ୍ଲାର ସର୍ବୋଚ୍ଚ ନମ୍ବର ରଖିଥିବା ତିନିଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ବିଗତ କିଛିବର୍ଷ ହେଲା ଜିଲ୍ଲାର ଦଶମ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ଟ୍ରଫି, ମାନପତ୍ର ଓ ପୁରସ୍କାର ଯୋଗାଇ ଦିଆଯାଉଛି।

ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ରେ ୯୭.୫ ଶତକଡା ମାର୍କ ରଖି ଥିବା ସହିଦ ରେଣ୍ଡୋ ମାଝୀ ଉଚ୍ଚ ଵିଦ୍ୟାପୀଠ ଉର୍ଲାଦାନୀ ର ବୈଜୟନ୍ତି ମିଶ୍ର, ସିବିଏସସି ପାଠ୍ୟକ୍ରମ ଦଶମ ପରୀକ୍ଷାରେ ୯୯.୬ ଶତକଡା ମାର୍କ ରଖିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଭାବଣିପାଟଣାର ଛାତ୍ରୀ ସୁଧନ୍ୟା ପତି ଓ ଆଇସିଏସଇ ପାଠ୍ୟକ୍ରମ ରେ ୯୭.୬ ଶତକଡା ମାର୍କ ରଖି ଜିଲ୍ଲାର ଟପ୍ପର ହୋଇଥିବା ବିମଳା କନଭେଣ୍ଟ ର ଛାତ୍ର ଔରଜିତ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।

Related Post

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 0
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…

ବଣ୍ଡାଘାଟିର ଅଣ୍ଡ୍ରାହାଲ ଠାରେ ବିଏସଏଫ ତରଫରୁ ଦେୟମୁକ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

Posted by - March 5, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ଠାରେ BSF IG ଶ୍ରୀ ସତୀଶ ଚନ୍ଦ୍ର ବୁଡାକୋଟି , କୋରାପୁଟ DIG ଶ୍ରୀ…

ରଥ ବନ୍ଦ ସବୁ ପଥ ଭି ବନ୍ଦ

Posted by - June 18, 2020 43
ଭୁବନେଶ୍ୱର:(ରମେଶ ରଥ)ରଥ ପଥ ସବୁ ବନ୍ଦ।ଯଥେଷ୍ଟ ପୂର୍ବରୁ ମୋ ପୋଷ୍ଟରେ କହିଥିଲି ରଥଯାତ୍ରା ଏ ବର୍ଷ ନାହିଁ। ସରକାର ବାହାନା କରିବେ ।ରଥଯାତ୍ରା ହେବନି , ଅଧା…

ସୂର୍ଯ୍ୟାଲୋକ ସମାଜ ସେବା ପରିବାର ଦ୍ବାରା ସଦର ଥାନାଧିକାରୀ ଙ୍କ ସହଯୋଗ ରେ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 14, 2020 7
ଆଜିବି ବଞ୍ଚିଛି ମଣିଷ ପଣିଆ , ଗୋଟେ ପଟେ କରୋନା ଡରରେ ଲକଡାଉନ୍ ଆଉ ଗୋଟେ ପଟେ ଭୋକରେ ଆଉଟୁ ପାଉଟୁ ହେଉଥିବା ପେଟ ଚାଖଣ୍ଡ। କିଏ…