ହାତୀ ଆକ୍ରମଣରେ ଜଣେ ଗୁରୁତର

301 0

ଛେଣ୍ଡିପଦ‍ା:ଅନୁଗୋଳ ଜିଲ୍ଲ‍ା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଅାଜି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ପାଟ୍ଟକୁମୁଣ୍ତା ଗ୍ରାମର ଝାରୁ ବେହେରା। ସୂଚନାମୁତାବକ ନିକଟସ୍ଥ ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିବାବେଳେ ପୋଖରୀ ହୁଡା ନିକଟରେ ଦନ୍ତା ହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ହାତୀଟି ଝାରୁଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନସରେ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହାତୀ ଆକ୍ରମଣରେ ଯୋଗୁ ଝାରୁଙ୍କର ଛାତି, ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି ।ଖବରପାଇ ଛେଣ୍ତିପଦା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଡଙ୍ଗାପାଳ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ବନବିଭାଗ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Related Post

ହରଭଙ୍ଗା ବ୍ଲକରେ ଗଜଲକ୍ଷ୍ମୀ ପୂଜା

Posted by - October 11, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳ ରେ ପବିତ୍ର କୁମାର ପୁର୍ଣିମା ଅବସରରେ ବ୍ଲକ ର ହରଭଙ୍ଗା, ବାଲିସାହି, ଚାରିଛକ, କରଂଜକଟା,…

ବହୁଜନ ମିଳିତ ମଞ୍ଚ ପକ୍ଷରୁ ସମଲେଇ ଯୋଜନା କୁ ବିରୋଧ କରି ଜିଲ୍ଲପାଳ କାର୍ଯ୍ୟାଳୟ ଆଗରେ ଧାରଣା

Posted by - July 12, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ସମ୍ବଲପୁର ରେ ଓଡିଶା ମୂଳ ନିବାସୀ ବହୁଜନ ମିଳିତ ମଞ୍ଚ ପକ୍ଷରୁ ଘୁଂଘୁଟିପଡା ବସ୍ତି ବଚାଓ ଆନ୍ଦୋଳନ କରାଯାଇଛି l ଏନେଇ ମଞ୍ଚ ପକ୍ଷରୁ…

ଯାଜପୁର ବାସୀ ସାବଧାନ,ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଏତିକି ଜୋରିମାନା

Posted by - May 29, 2020 219
ଭୁବନେଶ୍ବର :ଯାଜପୁର ଏସପି ଚରଣ ସିଂହ ମିନା ଜରିକଲେ ନିର୍ଦେଶନାମା । ଏଣିକି ମାସ୍କ ପିନ୍ଧି ଘରୁ ନ ବାହାରିଲେ ପ୍ରଥମ  ୩ଥର ଆଇନ ଅବମାନନା ନିମନ୍ତେ ୨୦୦ଟଙ୍କା…

ସ୍କୁଲ ରୂପାନ୍ତର ପର୍ବରେ ସାମିଲ ହେଲା ସମ୍ବଲପୁର ର ୨୫ ସ୍କୁଲ

Posted by - November 17, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗାଁ ସ୍କୁଲ ରେ ଘରୋଇ ସ୍କୁଲ ର ପରିବେଶ ପାଇବେ ଛାତ୍ରଛାତ୍ରୀ । ସରକାରଙ୍କ 5-ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର 25 ଗୋଟି…

ଜିଲ୍ଲା ରେ ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ ସୁରକ୍ଷା କମିଟିର ନିଷ୍ପତ୍ତି

Posted by - July 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଁ ଗତ ଜୁନ 0୧ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ…

Leave a comment

Your email address will not be published.