Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପ୍ରଜ୍ଞା ବାହିନୀର ସାମୂହିକ ରକ୍ଷାବନ୍ଧନ

217 0

ଭବାନୀପାଟଣା:୧୧/୮::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପ୍ରଜ୍ଞା ବାହିନୀ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ଅପରାହ୍ନ ୪ ଟାରେ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ସଭାପତିତ୍ୱ ରେ ଅୟୋଜିତ ଏହି ଉତ୍ସବ ରେ ବିଶିଷ୍ଟ ଗାଳ୍ପିକା ଦେବହୁତି କର, ଶିକ୍ଷାବିତ ସୁନନ୍ଦା ପଣ୍ଡା, ସମାଜସେବୀ କ୍ରିଷ୍ଣା ମୁଣ୍ଡ, ପ୍ରମିଳା ମିଶ୍ର, ପଦ୍ମିନୀ ପଣ୍ଡା ଓ ସୁନନ୍ଦା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଭଗବାନ ପର୍ଶୁରାମ ଙ୍କୁ ପୂଜାର୍ଚ୍ଚନା ଓ ରାକ୍ଷୀ ଅର୍ପଣ କରିବାପରେ ପ୍ରଜ୍ଞା ବାହିନୀର ମାଆ ଓ ଭଉଣୀ ମାନେ ଉପସ୍ଥିତ ସମସ୍ତ ଭାଇ ଓ ଗୁରୁଜନ ମାନଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧିଥିଲେ।

ତାପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଭାଈ ଭଉଣୀର ସମ୍ପର୍କର ଡୋରି କୁ ଭାରତୀୟ ସଂସ୍କୃତିର ଏହି ମହାନ ପର୍ବ ରକ୍ଷା ବନ୍ଧନ ଆହୁରି ମଜଭୁତ କରିଥାଏ। ଶ୍ରୀମନ୍ଦିର ପୁରୀରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦେବୀ ସୁଭଦ୍ରା ଆଜି ରାକ୍ଷୀ ବାନ୍ଧିବା ପର୍ଵ ଅନୁଷ୍ଠିତ ହେଉଥିବା ବେଳେ ଓଡିଶା ସମେତ ସମଗ୍ର ଦେଶରେ ରକ୍ଷା ବନ୍ଧନ ଉତ୍ସଵ ପାଳିତ ହେଉଛି। ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଦିଗରେ ରକ୍ଷା ବନ୍ଧନ ଉତ୍ସଵ ସେତୁବନ୍ଧ ଭଳି କାର୍ଯ୍ୟ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା ଓ ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ମାଆ ଓ ଭଉଣୀ ମାନଙ୍କୁ ରକ୍ଷା ବନ୍ଧନର ଅଭିନନ୍ଦନ ଜଣାଇଥିଲେ। ଗୁରୁ ସୁଧୀର ପଣ୍ଡା ଓ ଗୁରୁ ନରେନ୍ଦ୍ର ପଣ୍ଡାଙ୍କ ସଙ୍ଗୀତ ନିର୍ଦେଶନାରେ ସସ୍ମିତା ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।

ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିବା ବେଳେ ବନଶ୍ରୀ ଦାଶ ଅତିଥି ପରିଚୟ ପ୍ରଦାନ ଓ ସୁଦେଷ୍ଣ। ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର,ଶେଷଦେଵ ମିଶ୍ର, ରବୀନ୍ଦ୍ର ପଣ୍ଡା, ପ୍ରଜ୍ଞା ବାହିନୀର ସଦସ୍ୟା ସୁରମା ପଣ୍ଡା, ଚାରୁଲତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Related Post

ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା

Posted by - March 9, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଆଜି ପବିତ୍ର ଦୋଳ ପୂର୍ଣ୍ଣମି ।ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ…

ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

Posted by - July 4, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସର୍ବ ପୁରାତନ ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ତା୨॰୦୭॰୧୯୬୪ କୁ ସ୍ମରଣ କରି ମହାବିଦ୍ୟାଳୟର ୧୧ ନମ୍ବର ଶ୍ରେଣୀ…

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧରୀଙ୍କ ୩୬ତମ ପୁର୍ଣ୍ୟ ତିଥିରେ ରକ୍ତଦାନ ଶିବିର

Posted by - June 24, 2020 12
ଅନୁଗୁଳ:(ମହେସ ଭୋମରାଜ )ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ୩୬ତମ ପୁର୍ଣ୍ୟ ତିଥି ଉପଲକ୍ଷ ଏକ ରକ୍ତଦାନ ଶିବିର ଅନଗୁଳ ରକ୍ତ…

ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଟାଙ୍କି ଫାଟି ଦୋକାନୀ ଆହତ

Posted by - November 27, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ) ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଗ୍ୟାସ ଟାଙ୍କି ଫାଟି ଦୋକାନୀ ଆହତ ହୋଇଛନ୍ତି!ସୂଚନା ଅନୁଯାଇ NH 57 ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଥିବା…

ହରଭଙ୍ଗା ରେ ୪ଦିନ ଧରି ପାନୀୟ ଜଳ ଯୋଗାଣ ଠପ, ଜନ ଅସନ୍ତୋଷ

Posted by - January 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ଗ୍ରାମ ପଂଚାୟତରେ ୪ଦିନ ଧରି ପାନୀୟ ଜଳଯୋଗାଣ ଠପ ହୋଇଯାଇଛି। ଫଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି ହରଭଙ୍ଗା ପାନୀୟ…